Home ଜିଲ୍ଲା ପରିକ୍ରମା ରାଜ୍ୟପାଳଙ୍କ ଦୁଇଦିନିଆ ଭଦ୍ରକ ଗସ୍ତ କାର୍ଯ୍ୟକ୍ରମ

ରାଜ୍ୟପାଳଙ୍କ ଦୁଇଦିନିଆ ଭଦ୍ରକ ଗସ୍ତ କାର୍ଯ୍ୟକ୍ରମ

20

ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତାକାଲି ମଙ୍ଗଳବାର ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ଭଦ୍ରକ ଆସିବାର ଗସ୍ତ କାର୍ଯ୍ୟକ୍ରମ ରହିଛି। ଏ ନେଇ ଜିଲା ପ୍ରଶାସନ ଚଳଚଂଚଳ ହୋଇପଡିଛି। ପ୍ରଶାସନ ପକ୍ଷରୁ ରାଜ୍ୟପାଳଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଭିନ୍ନ ବିଭାଗର ପଦସ୍ଥ ଅଧିକାରୀଙ୍କ ସହ ପୁଲିସ୍ ପ୍ରଶାସନ କର୍ତୃପକ୍ଷଙ୍କୁ ନେଇ ଆଜି ସନ୍ଧ୍ୟାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏସ୍‌ପି ମନୋଜ ରାଉତ, ଦୁଇ ଅତିରିକ୍ତ ଜିଲାପାଳ, ମୁଖ୍ୟ ଜିଲା ଉନ୍ନୟନ ଅଧିକାରୀ, ଦୁଇ ଅତରିକ୍ତ ଏସ୍‌ପି, ଉପଜିଲାପାଳଙ୍କ ସମେତ ପ୍ରଶାସନିକ, ପଂଚାୟତରାଜ ବିଭାଗ ଅଧିକାରୀଙ୍କ ସହ ସମସ୍ତ ଲାଇନ୍ ଡିପାର୍ଟମେଂଟର ଇଂଜିନିୟରମାନେ ଯୋଗ ଦେଇଥିଲେ। ରାଜ୍ୟପାଳ ଗତକାଲି ଦିବା ୧୦.୩୦ ରେ ଭଦ୍ରକ ସର୍କିଟ୍ ହାଉସ୍‌ରେ ପହଂଚି ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପରେ ସେଠାରୁ ବନ୍ତ ବ୍ଲକ୍ କାଦବରାଙ୍ଗ, ବଡବର୍ଚ୍ଚିକୟାଁ ଗସ୍ତ କରି ସେଠାରେ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀର ବିଭିନ୍ନ କାର୍ଯ୍ୟକ୍ରମ ପରିଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ସହ ଆଲୋଚନା କରିବେ। ସେଠାରୁ ଫେରି ଲଂଚ ସାରିବା ପରେ ଭଦ୍ରକ ବ୍ଲକ୍ ହରିପୁରସ୍ଥିତ ପୌରପାଳିକା ଦ୍ୱାରା ନିର୍ମିତ ସଲିଡ୍ ୱେଷ୍ଟ ମ୍ୟାନେଜମେଂଟର ପରିଚାଳନା କାର୍ଯ୍ୟକୁ ତଦାରଖ କରିବେ। ସେଠାରୁ ଧାମନଗର ବ୍ଲକ୍ ଅସୁରାଳି ଯାଇ ସେଠାରେ ଥିବା ସ୍କିଲ୍ ଇଣ୍ଡିଆ ଟ୍ରେନିଂ ସେଂଟର ପରିଦର୍ଶନ କରିବେ। ସେଠାରୁ ରାଣୀତାଲ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରକୁ ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କିଶାନ ଯୋଜନାରେ ଉପକୃତ ହୋଇଥିବା କୃଷକମାନଙ୍କ ସହ ଆଲୋଚନା କରିବେ। ଏହାବ୍ୟତୀତ ପ୍ରସ୍ତାବିତ ଏଗ୍ରି ଟ୍ୟୁରିଜିମ୍ ସାଇଟ୍ ଓ ଗ୍ରୀନ୍ ଫିଲଡ୍ ଏଗ୍ରିକଲଚର କଲେଜ ପରିଦର୍ଶନ କରିବେ। ସନ୍ଧ୍ୟା ୬ଟାରେ ଭଦ୍ରକ ସର୍କିଟ୍ ହାଉସ୍‌ରେ ପହଂଚି ସିଭିଲ୍ ସୋସାଇଟି ଅର୍ଗନାଇଜେସନ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ମତ ବିନିମୟ କାର୍ଯ୍ୟକ୍ରମରେ ଯୋଗଦେବେ। ସନ୍ଧ୍ୟା ୮ ଟାରେ ଆରାଧ୍ୟା ଦେବୀ ମା’ ଭଦ୍ରକାଳୀଙ୍କ ମନ୍ଦିର ପରିଦର୍ଶନ କରି ସର୍କିଟ୍ ହାଉସ୍‌ରେ ରାତ୍ରୀ ଯାପନ କରିବାର କାର୍ଯ୍ୟକ୍ରମ ରହିଛି। ୨୦ ତାରିଖ ସକାଳ ୯.୨୫ ରେ ଜିଲାପାଳଙ୍କ ଅଫିସ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଜିଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବେ। ପରେ ଜିଲାର ବ୍ୟାଙ୍କ ମ୍ୟାନେଜରଙ୍କ ସହ ମୁଦ୍ରା, ପିଏମ୍‌, ଜେଜେ, ବିୱାଇ, ପିଏମ୍‌, ଜେଏସ୍‌ବିୱାଇ ଓ ପିଏମ୍‌-ଜନଧନ ଯୋଜନା ର ସଫଳତା ନେଇ ଆଲୋଚନା କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.