Home ଜିଲ୍ଲା ପରିକ୍ରମା ରାଜେନ୍ଦ୍ରକୁ ସହାୟତା ଦେଲା ୟୁନିଟ ଫର ସେବା

ରାଜେନ୍ଦ୍ରକୁ ସହାୟତା ଦେଲା ୟୁନିଟ ଫର ସେବା

50

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବନ୍ତ ବ୍ଲକ ରାମପୁରର ସାମାଜିକ ସଙ୍ଗଠନ ୟୁନିଟ ଫର ସେବା ଲଗାତରଭାବେ ଦୁଃଖି, ଦରିଦ୍ର, ଅସହାୟ, ନିଃସ୍ୱ ବ୍ୟକ୍ତିଙ୍କୁ ସେବା ଯୋଗାଇ ଆସୁଥିବା ବେଳେ ବିଶେଷ କରି ଗୁରୁତର ବ୍ୟକ୍ତିଙ୍କୁ ନେଇ ଚିକିତ୍ସା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିଭାଇ ଆସୁଛି । ଏହି ପରିପ୍ରେକ୍ଷୀରେ ଆଖୁଆପଦା ନିକଟସ୍ଥ ବାଲିପୋଖରୀ ପଞ୍ଚାୟତ ଜଗନ୍ନାଥପ୍ରସାଦ ଗ୍ରାମର ରାଜେନ୍ଦ୍ର ବାରିକ ପାଣିକୋଇଲିର ଏକ ଘରୋଇ କମ୍ପାନୀରେ ରହି ପରିବାର ପ୍ରତିପୋଷଣ କରିଆସୁଥିଲେ । ତେବେ ତାଙ୍କର ୨ଗୋଟି କିଡ଼ିନି ନଷ୍ଟ ହୋଇ ଯାଇଛି । ସେ ଏବେ କଟକରେ ରହି ଚିକିତ୍ସିତ ହେଉଥିବା ବେଳେ ଅର୍ଥ ବାଧକ ସାଜିଛି । ଖବର ପାଇ ସେବାସଙ୍ଗଠନର ସମ୍ପାଦକ ରାକେଶ ଭୂୟାଁ, ଅମରେନ୍ଦ୍ର ବାରିକ, ଅମର ଦାସ, ପର୍ଶୁରାମ ପଳେଇ, ମନୋରଞ୍ଜନ ଭୂୟାଁ ପ୍ରମୁଖ ରାଜେନ୍ଦ୍ରଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କୁ ଆଶ୍ୱସନା ଦେବାସହ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.