Home ଜିଲ୍ଲା ପରିକ୍ରମା ରାଜୀବଗାନ୍ଧି ପ୍ରତିଭା ପୁରସ୍କାରରେ ପୁରସ୍କୃତ ହେଲେ ଯୁବ ସମାଜସେବୀ

ରାଜୀବଗାନ୍ଧି ପ୍ରତିଭା ପୁରସ୍କାରରେ ପୁରସ୍କୃତ ହେଲେ ଯୁବ ସମାଜସେବୀ

6

ଭଦ୍ରକ, ୨୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ୩୪ତମ ପୂଣ୍ୟତିଥି ଅବସରରେ ବୁଧବାର ଭୂବନେଶ୍ୱର ସ୍ଥିତ ଜୟଦେବ ଭବନରେ ଆୟୋଜିତ ରାଜୀବ ଗାନ୍ଧି ପ୍ରତିଭା ପୁରସ୍କାର ଉତ୍ସବରେ ଯୋଗ ଦେଇଥିବା ମୁଖ୍ୟ ଅତିଥି କଂଗ୍ରେସଦଳର ପିସିସି ସଭାପତି ଭକ୍ତଚରଣ ଦାସ, ମୁଖ୍ୟବକ୍ତା ଭାବେ ଉତ୍କଳ ବିଶ୍ୱ ବିଦ୍ୟାଳୟର ଉପକୁଳପତି ଡ. ବିନାୟକ ରଥ ପ୍ରମୁଖ ଅତିଥିଙ୍କ ଦ୍ୱାରା ରାଜଧାନୀ ମହାବିଦ୍ୟାଳୟର +୩ ର ୨ବର୍ଷ ଛାତ୍ର ତଥା ଯୁବ ସମାଜସେବୀ ସୁଦାମ ସାହୁଙ୍କୁ ମାନପତ୍ର ଓ ପୌଢନକ ଦିଆଯାଇ ପୁରସ୍କୃତ କରାଯାଇଥିଲା। ଛାତ୍ର ତଥା ଯୁବ ସମାଜସେବୀ ସୁଦାମଙ୍କ ଘର ଭଦ୍ରକ ଜିଲା ଆରଡିପୀଠ ନିକଟସ୍ଥ ସୁନ୍ଦରପୁର ଗାଁର। ସୁଦାମ ରାଜଧାନି ମହାବିଦ୍ୟାଳୟରେ ପାଠ ପଢା ସହ ବିଭିନ୍ନ ସାମାଜିକ ଅନୁଷ୍ଠାନରେ ଜଡିତ ରହି ଅସହାୟ ଲୋକଙ୍କୁ ସେବା ଯୋଗାଇବା ସହ ରକ୍ତ ଦାନ କରିଥାନ୍ତି। ଏହି ପରିପ୍ରେକ୍ଷିରେ ବୁଧବାର ରାଜୀବ ଗାନ୍ଧିଙ୍କ ପୂଣ୍ୟ ତିଥିରେ ବିଭିନ୍ନ ବର୍ଗର ଅନୁଷ୍ଠାନ ସହ ସୁଦାମଙ୍କୁ ପୁରସ୍କୃତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.