ଭଦ୍ରକ, ୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଙ୍ଘ ଭଦ୍ରକ ଜିଲ୍ଲା ଶାଖା ତରଫରୁ ବିଭିନ୍ନ ସମସ୍ୟା ନେଇ ଏକ ଦାବିପତ୍ର ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଙ୍କୁ ପ୍ରଦାନ କରାଯାଇଛି। ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ଭଦ୍ରକ ଜିଲା ଗସ୍ତ କାଳରେ ସଂଘ ପକ୍ଷରୁ ଓଡ଼ିଶା ରାଜ୍ୟ ଉପ-ସଭାପତି ଜ୍ୟୋତିରଞ୍ଜନ ପଣ୍ଡା, ଜିଲ୍ଲା ସଭାପତି ଧନେଶ୍ୱର ମାରାଣ୍ଡି, ଜିଲ୍ଲା ସମ୍ପାଦକ ଶରତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଜିଲ୍ଲା ସଂଘର ସମସ୍ତ କାର୍ଯ୍ୟ ନିର୍ବାହୀ କ୍ଷେତ୍ର ଅଧିକାରୀଗଣ ମନ୍ତ୍ରୀଙ୍କ ସହ ଦାବି ଗୁଡିକର ନିସ୍କର୍ଷ ପାଇଁ ଆଲୋଚନା କରିଥିଲେ। ମନ୍ତ୍ରୀ ଶ୍ରୀ ପୂଜାରୀ ନିଜର ଦିନ ତମାମ ଗସ୍ତ କାର୍ଯ୍ୟ କରି ଜିଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେବା ପରେ ମଧ୍ୟ କ୍ଳାନ୍ତ ଅବସ୍ଥାରେ ଗତକାଲି ରାତି ଘ ୧୨.୩୦ ଟିକା ସମୟରେ ସଂଘ ସହ ଯେଉଁ ସକାରାତ୍ମକ ଭାବ ରଖି ଆଲୋଚନା କଲେ, ତାହା ସ୍ୱାଗତଯୋଗ୍ୟ । ଏବଂ ରାଜସ୍ୱ କାର୍ଯ୍ୟରେ ଅବହେଳା ନ କରି ଜନସାଧାରଣଙ୍କୁ ସଠିକ ସେବା ଯୋଗାଇଦେବା ନିମନ୍ତେ ସେ ଆଦେଶ ଦେବା ସହ “ମୁଁ ଅଛି, କ୍ଷେତ୍ର ଅଧିକାରୀ ମାନଙ୍କର ସମସ୍ତ ସରକାରୀ ନିୟମ ଅନୁଯାୟୀ ସବୁ ସମସ୍ୟାର ଆଶୁ ସମାଧାନ କରିବି” ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥିସହ ବାଚସ୍ପତି ସୁରମା ପାଢ଼ୀ ଙ୍କ ଉପସ୍ଥିତି ସଙ୍ଘର ସଭ୍ୟ ମାନଙ୍କୁ ରାଜସ୍ୱ କାର୍ଯ୍ୟକୁ ସ୍ୱଚ୍ଛ ଓ ସେବା ମନୋବୃତି ରଖି କାର୍ଯ୍ୟ କରିବା ନେଇ ମନ୍ତ୍ରୀ ଯେଉଁ ଦିଗଦର୍ଶନ ଓ ପ୍ରେରଣା ଦେଇଥିଲେ, ତାହା ତାଙ୍କର ଉଦାର ମନୋଭାବର ପରିଚୟ ଦିଏ ବୋଲି ରାଜ୍ୟ ଉପସଭାପତି ଶ୍ରୀ ପଣ୍ଡା ଗଣମାଧ୍ୟମକୁ କହିଛନ୍ତି।
Home ଜିଲ୍ଲା ପରିକ୍ରମା ରାଜସ୍ୱ ମନ୍ତ୍ରୀଙ୍କୁ ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ଭଦ୍ରକ ଜିଲା ଶାଖା ପକ୍ଷରୁ...








