Home ଜିଲ୍ଲା ପରିକ୍ରମା ରାଜସ୍ୱ ବିଭାଗରେ ଅଦଳ ବଦଳ, ୧୪୦ ରାଜସ୍ୱ କର୍ମଚାରୀଙ୍କ ବଦଳି

ରାଜସ୍ୱ ବିଭାଗରେ ଅଦଳ ବଦଳ, ୧୪୦ ରାଜସ୍ୱ କର୍ମଚାରୀଙ୍କ ବଦଳି

15

ଭଦ୍ରକ, ୩୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଶାସନିକ ସେବାକୁ ସ୍ୱବ୍ୟବସ୍ଥିତ କରିବା ପାଇଁ ନୂଆ ସରକାର ପ୍ରଥମଥର ପାଇଁ ୩ ବର୍ଷରୁ ଉର୍ଦ୍ଧ୍ୱ ଧରି ଗୋଟିଏ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ବଦଳି ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପ୍ରକାଶଯୋଗ୍ୟ ପ୍ରଶାସନିକ ସେବାରେ ଦୀର୍ଘବର୍ଷ ଧରି ଅଧିକ କର୍ମଚାରୀ ଗାଦି ମାଡିବସି ମନମୁଖୀ କାରବାର ଚଳାଇଆସୁଥିଲେ। ଫଳରେ ପ୍ରଶାସନିକ ବ୍ୟବସ୍ଥାରେ ସ୍ୱେଚ୍ଛାଚାରିତା ବଢିଚାଲିଥିଲା। ଜନସାଧାରଣ ଠିକ୍ ସମୟରେ ନ୍ୟାୟ ପାଇବାରୁ ବଂଚିତ ହେଉଥିଲେ। ଏଭଳି ବ୍ୟବସ୍ଥାରେ ନୂଆ ସରକାର ପରିବର୍ତନ ଆଣିବାକୁ ଉଦ୍ୟମ କରିଛନ୍ତି। ପ୍ରଶାସନିକ ସେବାରେ ସୁଧାର ଆଣିବା ପାଇଁ ଗତ ତା ୧୧.୧୧.୨୪ ରିଖରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ଯେଉଁ ସରକାରୀ କମର୍ଚାରୀ ଗୋଟିଏ ବିଭାଗରେ ୩ ବର୍ଷ ଧରି କାମ କରିଆସୁଥିଲେ, ସେମାନଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶନାମା ଅନୁଯାୟୀ ଜିଲାପାଳ ପ୍ରଶାସନର ଏଷ୍ଟାବିଲସ୍‌ମେଂଟ (ପ୍ରତିଷ୍ଠାନ ବିଭାଗ) କୁ ଏକ ତାଲିକା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତାଲିକା ପ୍ରସ୍ତୁତ ପରେ ଜିଲା ପ୍ରଶାସନ ପକ୍ଷରୁ ଗତକାଲି (ଚିଠି ନଂ ୨୮୮୯/୩୦.୧୨.୨୪) ରେ ୧୪୦ ଜଣ ରାଜସ୍ୱ କର୍ମଚାରୀଙ୍କୁ ବଦଳି କରାଯାଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ ଜିଲାର ୪୮ ଜଣ ଆରଆଇ, ୧୬ ଜଣ ଏଆରଆଇ, ୪ ଜଣ ଅମିନ, ୭ ଜଣ ରେଭିନ୍ୟୁ ସୁପର ଭାଇଜର, ୧୫ ଜଣ ସେକ୍ସନ ଅଫିସର, ୩୯ ଜଣ ସିନିୟର କ୍ଲର୍କ ଓ ୧୧ ଜଣ ଜୁନିୟର ର୍କ୍ଲକ୍‌କୁ ବଦଳି କରାଯାଇଛି।

ଭଦ୍ରକ ତହସିଲର ଆରଆଇ ଉଷାରାଣୀ ବିଶ୍ୱାଳଙ୍କୁ ବନ୍ତ ତହସିଲ, ଆର.ଆଇ. ଅଭୟ କୁମାର ସାହୁଙ୍କୁ ବାସୁଦେବପୁର ତହସିଲ, ଆର.ଆଇ. ଜଗନ୍ନାଥ ବେହେରାଙ୍କୁ ବାସୁଦେବପୁର ତହସିଲ, ମଧୁସୂଦନ ସାହୁଙ୍କୁ ଭଣ୍ଡାରିପୋଖରୀ, ସ୍ମୃତିସରିତା ବେହେରାଙ୍କୁ ଭଣ୍ଡାରିପୋଖରୀ, ଶୁଭସ୍ମିତା ପଣ୍ଡାଙ୍କୁ ତିହିଡି, ପ୍ରହ୍ଲାଦ ସମନ୍ତଙ୍କୁ ତିହିଡି, ଅନୁପମା ଦାସଙ୍କୁ ବନ୍ତ, ଦୀପକ କୁମାର ସାହୁଙ୍କୁ ବନ୍ତ ଓ ଆର.ଆଇ. କିଶୋର କୁମାର ମଲ୍ଲିକଙ୍କୁ ଭଦ୍ରକ ତହସିଲରୁ ଧାମନଗର ତହସିଲକୁ ବଦଳି କରାଯାଇଛି। ସେହିପରି ବନ୍ତ ତହସିଲର ଆର.ଆଇ ସୌଭାଗ୍ୟ କୁମାର ସିଂଙ୍କୁ ଚାନ୍ଦବାଲି ଓ ସୁବ୍ରତ କୁମାର ମଲ୍ଲିକଙ୍କୁ ଭଣ୍ଡାରିପୋଖରୀ ତହସିଲକୁ ବଦଳି କରାଯାଇଛି। ବାସୁଦେବପୁର ତହସିଲର ଆରଆଇ ଶରତ କୁମାର ଦାସଙ୍କୁ ଚାନ୍ଦବାଲି ତହସିଲ, ଚନ୍ଦନ କୁମାର ମହାନ୍ତିଙ୍କୁ ଭଦ୍ରକ, ସୌମ୍ୟରଂଜନ ମହାଳିକଙ୍କୁ ଚାନ୍ଦବାଲି, ତ୍ରିଲୋଚନ ମଲ୍ଲିକଙ୍କୁ ଭଦ୍ରକ, ଚନ୍ଦନ କୁମାର ବେହେରାଙ୍କୁ ଚାନ୍ଦବାଲି, ମଧୁସ୍ମିତା ସାହୁଙ୍କୁ ଭଦ୍ରକ ତହସିଲ, ସୁଶ୍ରୀ ଶୋଭାଙ୍ଗିନୀ ପଣ୍ଡାଙ୍କୁ ଭଦ୍ରକ ଓ ବାସୁଦେବପୁର ଆରଆଇ ରସାନନ୍ଦ ମହାନ୍ତିଙ୍କୁ ଭଦ୍ରକ ତହସିଲକୁ ବଦଳି କରାଯାଇଛି। ଚାନ୍ଦବାଲି ତହସିଲର ଆରଆଇ ଦୈତାରୀ ମୁଣ୍ଡାଙ୍କୁ ଧାମନଗର ତହସିଲ, ଶକ୍ତିରଂଜନ ମଲ୍ଳିକଙ୍କୁ ଧାମନଗର, ବିକ୍ରମ କୁମାର ଦାସଙ୍କୁ ଧାମନଗର, ଗୌତମ ମଲ୍ଲିକଙ୍କୁ ଭଦ୍ରକ, ଦେବାଶିଷ ରାୟଙ୍କୁ ବାସୁଦେବପୁର, ସ୍ମିତାରାଣୀ ସାହୁଙ୍କୁ ତିହିଡି, ତୁଷାର ରଂଜନ ମହାପାତ୍ରଙ୍କୁ ବାସୁଦେବପୁର, ଶୁଭଶ୍ରୀ ନାୟକଙ୍କୁ ଧାମନଗର ଓ ଚାନ୍ଦବାଲି ତହସିଲର ଆରଆଇ ଅଜାତଶତ୍ରୁ ଦାସଙ୍କୁ ବାସୁଦେବପୁର ତହସିଲ ବଦଳି କରାଯାଇଛି। ଭଣ୍ଡାରିପୋଖରୀ ତହସିଲର ଆରଆଇ ଦିବ୍ୟରଂଜନ ଧଳଙ୍କୁ ଭଦ୍ରକ ତହସିଲକୁ ବଦଳି କରାଯାଇଥିବାବେଳେ ସେହି ତହସିଲର ଦୀପ୍ତିରେଖା ସ୍ୱାଇଁଙ୍କୁ ଭଦ୍ରକ, ନଗେନ୍ଦ୍ର କୁମାର ଦାସଙ୍କୁ ଧାମନଗର, କମଳାକାନ୍ତ ନାୟକଙ୍କୁ ବାସୁଦେବପୁର, ବଳରାମ ମଲ୍ଲିକଙ୍କୁ ଚାନ୍ଦବାଲି ଓ ଭଣ୍ଡାରିପୋଖରୀ ତହସିଲର ଆରଆଇ ଦେବୀପ୍ରସନ୍ନ ବାରିକଙ୍କୁ ଧାମନଗର ତହସିଲକୁ ବଦଳି କରାଯାଇଛି। ତିହିଡି ତହସିଲର ଆରଆଇ ମୀନକେତନ ଦାସଙ୍କୁ ଭଣ୍ଡାରିପୋଖରୀ ତହସିଲକୁ ବଦଳି କରାଯାଇଛି। ସେହି ତହସିଲର ଆରଆଇ ଗୋଲଖ ମୂର୍ମୁଙ୍କୁ ଚାନ୍ଦବାଲି, ମହେଶ୍ୱର ରଣାଙ୍କୁ ଚାନ୍ଦବାଲି, ବିଜୟ କୁମାର ବେହେରାଙ୍କୁ ଚାନ୍ଦବାଲି ତହସିଲକୁ ବଦଳି କରାଯାଇଛି।

ଧାମନଗର ତହସିଲର ଆରଆଇ ମନୋରମା ଧଳଙ୍କୁ ଭଦ୍ରକ ତହସିଲକୁ ବଦଳି କରାଯାଇଛି। ସେହି ତହସିଲର ଆରଆଇ ନମିତା ମଲ୍ଲିକଙ୍କୁ ଭଦ୍ରକ, ସୁଜାତା ଦାସଙ୍କୁ ତିହିଡି, ରମାକାନ୍ତ ମହାନ୍ତିଙ୍କୁ ବାସୁଦେବପୁର, ପ୍ରଭାଂଶୁ କୁମାର ନାୟକଙ୍କୁ ଚାନ୍ଦବାଲି, ଭାଗୀରଥି ଜେନାଙ୍କୁ ବାସୁଦେବପୁର, ଚନ୍ଦ୍ରକାନ୍ତ ନାୟକଙ୍କୁ ବାସୁଦେବପୁର ଓ ଧାମନଗର ତହସିଲର ବିଜୟଲକ୍ଷ୍ମୀ ମାଝୀଙ୍କୁ ଭଣ୍ଡାରିପୋଖରୀ ତହସିଲକୁ ବଦଳି କରାଯାଇଛି। ଅନ୍ୟପକ୍ଷରେ ବାସୁଦେବପୁର ତହସିଲର ରେଭିନ୍ୟୁ ସୁପରଭାଇଜର ଧର୍ମପଦ ସାହୁଙ୍କୁ ଧାମନଗର ତହସିଲକୁ ବଦଳି କରାଯାଇଛି। ରେଭିନ୍ୟୁ ସୁପରଭାଇଜର ସତ୍ୟରଂଜନ ମଲ୍ଲିକଙ୍କୁ ଭଣ୍ଡାରିପୋଖରୀ ତହସିଲ, ଚାନ୍ଦବାଲି ତହସିଲର ଆରଏସ୍ ସତ୍ୟଜିତ ସିଂଙ୍କୁ ବାସୁଦେବପୁର ତହସିଲ, ଭଣ୍ଡାରିପୋଖରୀ ତହସିଲର ଆରଏସ୍ ନରେଶ କୁମାର ମହାନ୍ତିଙ୍କୁ ଚାନ୍ଦବାଲି, ତିହିଡି ତହସିଲର ଗିରିଶ ଚନ୍ଦ୍ର ନାୟକଙ୍କୁ ଧାମନଗର, ଧାମନଗର ତହସିଲର ଆରଏସ୍ ଧନେଶ୍ୱର ମାରାଣ୍ଡିଙ୍କୁ ତିହିଡି ଓ ଧାମନଗର ତହସିଲର ରେଭିନ୍ୟୁ ସୁପରଭାଇଜର ସରୋଜ କୁମାର ମାହୁନ୍ତଙ୍କୁ ବାସୁଦେବପୁର ତହସିଲକୁ ବଦଳି କରାଯାଇଛି। ଭଦ୍ରକ ତହସିଲାର ଏଆରଆଇ କାର୍ତିକ ଚନ୍ଦ୍ର ଜେନାଙ୍କୁ ବାସୁଦେବପୁର ତହସିଲ, ବନ୍ତ ତହସିଲର ଏଆରଆଇ ସୁମିତ୍ରା ପଣ୍ଡାଙ୍କୁ ଭଣ୍ଡାରିପୋଖରୀ ତହସିଲ, ବନ୍ତ ତହସିଲର ପ୍ରତିମା ଦାସଙ୍କୁ ଭଦ୍ରକ, ବାସୁଦେବପୁର ତହସିଲର ଲଳିତ କୁମାର ବାରିକଙ୍କୁ ଧାମନଗର, ବାସୁଦେବପୁର ତହସିଲର ସୁରେଶ ଚନ୍ଦ୍ର ସିହ୍ନାଙ୍କୁ ଭଣ୍ଡାରିପୋଖରୀ, ସେହି ତହସିଲର ସୁବାଷ ଚନ୍ଦ୍ର ସାହୁଙ୍କୁ ବନ୍ତ, ଚାନ୍ଦବାଲି ତହସିଲର ସୁମିତ୍ରା ମାଝୀଙ୍କୁ ତିହିଡି ଓ ଚାନ୍ଦବାଲି ତହସିଲର ଏଆରଆଇ ନିହାର ରଂଜନ ଦାସଙ୍କୁ ବନ୍ତ ତହସିଲକୁ ବଦଳି କରାଯାଇଛି। ସେହିପରି ୪ ଜଣ ଅମିନଙ୍କୁ ଅନ୍ୟତ୍ର ବଦଳି କରାଯାଇଛି।

ଭଦ୍ରକ ତହସିଲର ଅମିନ ଶଙ୍କର୍ଷଣ ହେମ୍ବ୍ରର୍ମଙ୍କୁ ତିହିଡି ତହସିଲକୁ, ବନ୍ତ ତହସିଲର ପଙ୍କଜ କୁମାର ନାୟକଙ୍କୁ ଧାମନଗର, ଚାନ୍ଦବାଲି ତହସିଲର ରତିରଂଜନ ପାଣିଗ୍ରାହୀଙ୍କୁ ଭଦ୍ରକ ଓ ତିହିଡି ତହସିଲର ଅମିନ ସେକ୍ ଜାକିର ହୋସେନଙ୍କୁ ବନ୍ତ ତହସିଲକୁ ବଦଳି କରାଯାଇଛି। ବାସୁଦେବପୁର ତହସିଲର ସିନିୟର ରେଭିନ୍ୟୁ ଆସିଷ୍ଟାଂଟ ଜ୍ୟୋତିର୍ମୟ ମହାନ୍ତିଙ୍କୁ ବନ୍ତ ତହସିଲ ବଦଳି କରାଯାଇଥିବାବେଳେ ସେହି ତହସିଲର ସୁଶାନ୍ତ କୁମାର ନାୟକଙ୍କୁ ଭଦ୍ରକ, ଭଦ୍ରକ ତହସିଲର ମାଧବାନନ୍ଦ ଦାସଙ୍କୁ କଲେକ୍ଟରିଏଟ୍‌ରେ ରେଭିନ୍ୟୁ ସେକ୍ସନକୁ ବଦଳି କରାଯାଇଛି। ଭଦ୍ରକ ତହସିଲର ଏସ୍‌ଆରଏ ପାର୍ଥସାରଥୀ ବାଗ୍‌ଙ୍କୁ ଜିଲା ନିର୍ବାଚନ କାର୍ଯ୍ୟାଳୟକୁ, ବନ୍ତ ତହସିଲର ଲକ୍ଷ୍ମୀ ମାରାଣ୍ଡିଙ୍କୁ ଭଣ୍ଡାରିପୋଖରୀ ତହସିଲ, ବନ୍ତ ତହସିଲର ଈଶ୍ୱର କୁମାର ନାୟକଙ୍କୁ ସବକଲେକ୍ଟର ଅଫିସ, ଚାନ୍ଦବାଲି ତହସିଲର ଚିତରଂଜନ ମଲ୍ଲିକଙ୍କୁ ଧାମନଗର, ଭଣ୍ଡାରିପୋଖରୀ ତହସିଲର ତାପସ କୁମାର ପଣ୍ଡାଙ୍କୁ ଧାମନଗର, ଧାମନଗର ତହସିଲର ନିତ୍ୟାନନ୍ଦ ନାୟକଙ୍କୁ କଲେକ୍ଟିରଏଟ୍‌ର ଜେନେରାଲ ଏଣ୍ଡ ମିସ୍ ସେକ୍ସନକୁ ବଦଳି କରାଯାଇଛି। ଧାମନଗର ତହସିଲର ଏସଆରଏ ଅଭିରାମ ବେହୁରିଆଙ୍କୁ ବନ୍ତ ତହସିଲ, ଧାମନଗର ତହସିଲର ମାମିନା ଦେହୁରୀଙ୍କୁ ବନ୍ତ ବ୍ଲକ୍‌, ତିହିଡି ତହସିଲର ସୁରେନ୍ଦ୍ର କୁମାର ଗୋଚ୍ଛାୟତଙ୍କୁ ଭଣ୍ଡାରିପୋଖରୀ ତହସିଲ, କଲେକ୍ଟରିଏଟ୍‌ର ନିଜାରତ ସେକ୍ସନର ମହେଶ୍ୱର ରାଉତଙ୍କୁ ବାସୁଦେବପୁର ତହସିଲ, ଡିଆରଡିଏର ସୁବ୍ରତ କୁମାର ଦାସଙ୍କୁ ବାସୁଦେବପୁର ବ୍ଲକ୍‌, ଡିଆରଡିଏର ସଂଜୟ ଓଝାଙ୍କୁ ବାସୁଦେବପୁର ତହସିଲ, ଜିଲାପାଳଙ୍କ କାର୍ଯ୍ୟାଳୟର ଜେନେରାଲ ମିସ୍ ସେକ୍ସନର ଚିନ୍ମୟୀ ପାଣିଗ୍ରାହୀଙ୍କୁ ଲ୍ୟାଣ୍ଡ ଏକ୍‌ୁ୍ୟଜିସେନ ଅଫିସ୍‌, ସ୍ମଲ ସେଭିଂ ଅଫିସ୍‌ର ମିନୋରଭା ନାୟକଙ୍କୁ ଜେନେରାଲ ମିସ୍ ସେକ୍ସନ, ଲ୍ୟାଣ୍ଡ ଏକ୍ୟୁଜିସେନର ସ୍ୱାଗତିକା ସାହୁଙ୍କୁ ଭଦ୍ରକ ତହସିଲ, ଡିପିଏମ୍‌ୟୁର ଏସଆରଏ ରଶ୍ମିରେଖା ଦାସଙ୍କୁ ଆରଟିଆଇ କଲେକ୍ଟରିଏଟ୍‌, ଜେନେରାଲ ମିସ୍‌ର ନିଶାରାଣୀ ରାଉତଙ୍କୁ ଡିପିଏମ୍‌ୟୁ ଭଦ୍ରକ, ଜେନେରାଲ ମିସ୍‌ର କାତାଞ୍ଜଳି ମାରାଣ୍ଡିଙ୍କୁ ସ୍ପେଶାଲ ସାର୍ଟିଫିକେଟ୍‌, ବାସୁଦେବପୁର ବ୍ଲକ୍‌ର ରମେଶ ଚନ୍ଦ୍ର ସାମଲଙ୍କୁ ବାସୁଦେବପୁର ତହସିଲ, ଭଣ୍ଡାରିପୋଖରୀ ବ୍ଲକ୍‌ର ଲକ୍ଷ୍ମଣ ସୋରେନଙ୍କୁ ଧାମନଗର ବ୍ଲକ୍‌, ଚାନ୍ଦବାଲି ବ୍ଲକ୍‌ର ନୀଳମଣି ରାଉତଙ୍କୁ ଭଦ୍ରକ ବ୍ଲକ୍‌, ଭଦ୍ରକ ବ୍ଲକ୍‌ର କାର୍ତିକ ମୁଣ୍ଡାଙ୍କୁ ଚାନ୍ଦବାଲି ବ୍ଲକ୍‌, ତିହିଡି ତହସିଲର ମୁକ୍ତିକାନ୍ତ ମଲ୍ଲିକଙ୍କୁ ତିହିଡି ତହସିଲ, ଧାମନଗର ତହସିଲର ରବିନ୍ଦ୍ର କୁମାର ସାହୁଙ୍କୁ ଚାନ୍ଦବାଲି ତହସିଲ, ଭଣ୍ଡାରିପୋଖରୀ ତହସିଲର ରାଜେଶ କୁମାର ମାଝୀଙ୍କୁ ଧାମନଗର ତହସିଲ, ବନ୍ତ ବ୍ଲକ୍‌ର ସୁରେନ୍ଦ୍ର କୁମାର ସାହୁଙ୍କୁ ଭଣ୍ଡାରିପୋଖରୀ ବ୍ଲକ୍‌, ଜିଲା ରେକର୍ଡ ରୁମ୍‌ର ବାସୁଦେବ ସ’ଙ୍କୁ ତିହିଡି ତହସିଲ, ସ୍ପେଶାଲ ସାର୍ଟିଫିକେଟ୍ ଅଫିସ୍‌ର ବାର୍କାତୁନ ନେଶାଙ୍କୁ ସବକଲେକ୍ଟର ଅଫିସ୍‌, ସବକଲେକ୍ଟର ଅଫିସ୍‌ର ବିଦ୍ୟାଧର ମାଝୀଙ୍କୁ ଏମରଜେନ୍ସି, ପୁଲୋକ୍ୟଜ୍ୟୋସ୍ନା ପଣ୍ଡାଙ୍କୁ ଆଇସିଡିଏସ୍ ତିହିଡି, ଆଇସିଡିଏସ୍ ତିହିଡିର ନିହାର ରଂଜନ ଧଳଙ୍କୁ ଭଣ୍ଡାରିପୋଖରୀ ତହସିଲ, ସବକଲେକ୍ଟର ଅଫିସ୍‌ର ତପନ କୁମାର ସ୍ୱାଇଁଙ୍କୁ ଡିଆରଡିଏ ଭଦ୍ରକ, ଜିଲା ନିର୍ବାଚନ କାର୍ଯ୍ୟାଳୟର କୃଷ୍ଣଚନ୍ଦ୍ର ରାଉତଙ୍କୁ ବାସୁଦେବପୁର ତହସିଲ, ଜିଲାପାଳଙ୍କ କାର୍ଯ୍ୟାଳୟର ଡେଭଲପମେଂଟ ସେକ୍ସନର ନନ୍ଦିତା ସେଠୀଙ୍କୁ ସବକଲେକ୍ଟର ଅଫିସ୍‌, ଏମରଜେନ୍ସି ବିଭାଗର ଅରବିନ୍ଦ ବେହେରାଙ୍କୁ ନିଜାରତ ସେକ୍ସନ ଓ ସବକଲେକ୍ଟର ଅଫିସ୍‌ର ସିନିୟର ରେଭିନ୍ୟୁ ଆସିଷ୍ଟାଂଟ ଜୟନ୍ତୀବାଳା ମହାନ୍ତିଙ୍କୁ ଜିଲା କାର୍ଯ୍ୟାଳୟର ଡେଭଲପମେଂଟ ସେକ୍ସନକୁ ବଦଳି କରାଯାଇଛି।

ସେହିଭଳି ୧୧ ଜଣ ଜୁନିୟର ରେଭିନ୍ୟୁ ଆସିଷ୍ଟାଂଟକୁ ଅନ୍ୟତ୍ର ବଦଳି କରାଯାଇଛି। ଭଦ୍ରକ ତହସିଲର ବାସୁଦେବ ପଣ୍ଡାଙ୍କୁ ଧାମନଗର ତହସିଲ, ସେହି ତହସିଲର ତୁଷାରବିନ୍ଦୁ ଚନ୍ଦ୍ର ଶେଖର ସିଂଙ୍କୁ ଜିଲା ରେକର୍ଡ ରୁମ୍‌, ବନ୍ତ ତହସିଲର ଦୂତି ମାରାଣ୍ଡିଙ୍କୁ ଆଇସିଡିଏସ୍ ବନ୍ତ, ଚାନ୍ଦବାଲି ତହସିଲର କମଳାକାନ୍ତ ଗିରିଙ୍କୁ ଓ ଧାମନଗର ତହସିଲର ସନ୍ତୋଷ କୁମାର ମହାନ୍ତିଙ୍କୁ ଭଦ୍ରକ ତହସିଲକୁ ବଦଳି କରାଯାଇଛି। ସେହିପରି ବାସୁଦେବପୁର ବ୍ଲକ୍‌ର ସୀତାକାନ୍ତ ଭୂୟାଁଙ୍କୁ ଡିଆରଡିଏ ଅଫିସ୍‌, କଲେକ୍ଟରିଏଟର ରେଭିନ୍ୟୁ ସେକ୍ସନର ସତ୍ୟଜିତ୍ ସାହୁଙ୍କୁ ଡିଆରଡିଏ ଭଦ୍ରକ, ସ୍ପେଶାଲ ସାର୍ଟିଫିକେଟ୍ କାର୍ଯ୍ୟାଳୟର ଅନିତା ଜେନାଙ୍କୁ ଡିଏସ୍‌ଡବ୍ଲ୍ୟୁ ଭଦ୍ରକ, ଧାମନଗର ତହସିଲର ଦିଲ୍ଲୀପ କୁମାର ଜେନାଙ୍କୁ ଚାନ୍ଦବାଲି ତହସିଲ, ଡିଆରଡିଏ ଭଦ୍ରକ ରାଜେନ୍ଦ୍ର କୁମାର ବଳଙ୍କୁ ବାସୁଦେବପୁର ବ୍ଲକ୍ ଓ ବାସୁଦେବପୁର ତହସିଲର ଜୁନିୟର ରେଭିନ୍ୟୁ ଆସିଷ୍ଟାଂଟ ଶ୍ରୀଧର ସିଂଙ୍କୁ ଜିଲାପାଳଙ୍କ କାର୍ଯ୍ୟାଳୟର ଜେନେରାଲ ମିସ୍ ସେକ୍ସନକୁ ବଦଳି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.