Home ଜିଲ୍ଲା ପରିକ୍ରମା ରାଜସ୍ୱ ନିରୀକ୍ଷକ ଶ୍ରୀନିବାସ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

ରାଜସ୍ୱ ନିରୀକ୍ଷକ ଶ୍ରୀନିବାସ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

6

ଭଦ୍ରକ, ୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ରାଜସ୍ୱରବି ଭାବରେ ପରିଚିତ ପୂର୍ବତନ ଦିବଂଗତ ରାଜସ୍ୱ ନିରୀକ୍ଷକ ଶ୍ରୀନିବାସ ଜେନାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଫେସର ଡ ଶଶଧର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଶ୍ରାଦ୍ଧ ସଭାରେ ପ୍ରଫେସର ଡ ବଳରାମ ମିଶ୍ର ମଂଚ ସଂଚାଳନ କରିଥିଲେ। ପଣ୍ଡିତ ବୀରେନ୍ଦ୍ର ପଣ୍ଡା ଓ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ସ୍ୱର୍ଗତ ଶ୍ରୀନିବାସ ଜେନାଙ୍କ ବ୍ୟକ୍ତିଗତ ଜୀବନ ଓ ବୃତିଗତ ଜୀବନ ସମ୍ପର୍କ ରେ ଅତିଥି ଓ ସମସ୍ତ ବକ୍ତା କହିଲେ ଯେ ଆଜିର ସରକାରୀ ଚାକିରିରେ ସାଧୁତା ସଚୋଟତା ଓ କର୍ତବ୍ୟନିଷ୍ଠାର ଘୋର ଅଭାବ ପରିଲକ୍ଷିତ ହେଉଥିବା ବେଳେ ଶ୍ରୀନିବାସ ଜେନା ଏ କ୍ଷେତ୍ରରେ ଥିଲେ ଏକ ବିରଳ ପ୍ରତିଭା।ଦୁର୍ନୀତି,ଅସାଧୁତା ଓ କର୍ତବ୍‌୍ୟରେ ଅବହେଳା ତାଙ୍କୁ ସ୍ପର୍ଶ କରି ପାରିନଥିଲା। ଜିଲ୍ଲାପାଳ ଓ ଜିଲ୍ଲାର ସମସ୍ତ ପଦସ୍ଥ ଅଧିକାରୀଙ୍କର ସେ ପ୍ରଶଂସାର ପାତ୍ର ଥିଲେ ବୋଲି କର୍ତବ୍ୟନିଷ୍ଠା ପାଇଁ ତାଙ୍କୁ ରାଜସ୍ୱରବି ସମ୍ମାନରେ ସମ୍ମାନିତ କରାଯାଇଥିଲା। ସ୍ମୃତିସଂସଦ ଆନୁକୂଲ୍ୟରେ ସ୍ମୃତିରେ ଶ୍ରୀନିବାସ ନାମକ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା। ଜିଲ୍ଲାପାଳଙ୍କ ପୂର୍ବତନ ବ୍ୟକ୍ତିଗତ ସହକାରୀ ପ୍ରଦୀପ୍ତ କୁମାର ବାଘ ଓ କର୍ତବ୍ୟରତ ରାଜସ୍ୱ ସୁପରଭାଇଜର ଜ୍ୟୋତିରଞ୍ଜନ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ୫୦ ରୁ ଉର୍ଦ୍ଧ୍ୱ ବକ୍ତା ସ୍ୱର୍ଗତ ଜେନାଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ସମ୍ପର୍କରେ ମତ ରଖିଥିଲେ। ପରିବାର ଓ ଆତ୍ମୀୟସ୍ୱଜନ ସମସ୍ତ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପାଦନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.