Home ଜିଲ୍ଲା ପରିକ୍ରମା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଚାନ୍ଦବାଲି ତହସିଲ ରାଜ୍ୟରେ ପ୍ରଥମ

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଚାନ୍ଦବାଲି ତହସିଲ ରାଜ୍ୟରେ ପ୍ରଥମ

28

ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଚାନ୍ଦବାଲି ତହସିଲ ରାଜ୍ୟ ରେ ପ୍ରଥମ ସ୍ଥାନ ଅଧିକାର କରିଛି। ଆଜି ଲୋକ ସେବା ଭବନ ପରିସର ରେ ହୋଇଥିବା ଏକ କାର୍ଯ୍ୟକ୍ରମ ରେ ରାଜ୍ୟ ରେ ଥିବା ୩୧୭ତହସିଲ ମଧ୍ୟରେ ଚାନ୍ଦବାଲି ତହସିଲ ୧ନମ୍ବର ସ୍ଥାନ ଗ୍ରହଣ କରିଛି। ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ହୋଇଥିବା ସର୍ଭେ ଏବଂ ରାଜସ୍ୱ ପରିଚାଳନା ଓ କଲମ ୨କାର୍ଯ୍ୟକ୍ରମ ରେ ଅପୂର୍ବ ସଫଳତା ପାଇଁ ଚାନ୍ଦବାଲି ତହସିଲ ର ଉଲେଖନୀୟ ଭୂମିକା ଅଛି। ଏହି ପରିପ୍ରେକ୍ଷୀରେ ଚାନ୍ଦବାଲି ତହସିଲଦାର ଭବତୋଷ ମଲିକଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ସମ୍ମାନିତ କରାଯାଇଛି। ଏହି ଉପଲକ୍ଷେ ହୋଇଥିବା କାର୍ଯ୍ୟକ୍ରମ ରେ ମାନ୍ୟବର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂ, ଉତରାଂଚଳ, ଦକ୍ଷିଣାଂଚଳ ଏବଂ କେନ୍ଦ୍ରାଂଚଳ ରାଜସ୍ୱ କମିଶନର, ବିଧାୟକ ଆକାଶ ଦାସ ନାୟକ ପ୍ରମୁଖ ଉପସ୍ଥିତ ରହିବା ସହ ସାର୍ଟିଫିକେଟ ଅଫ ଏକ୍ସଲେନସି ପ୍ରଦାନ କରିଥିଲେ। ଚାନ୍ଦ ବାଲି ତହସିଲ ର ଏଭଳି ସଫଳତା ପାଇଁ ସମସ୍ତ ଶ୍ରେୟ ଚାନ୍ଦବାଲି ବାସୀଙ୍କ ସହ ତହସିଲ ର ସମସ୍ତ କର୍ମଚାରୀ ଙ୍କ ସମନ୍ୱୟ ଠିକ ଥିବାରୁ ଏହି ସଫଳତା ମିଳିଛି ବୋଲି ଚାନ୍ଦବାଲି ତହସିଲଦାର ଭବତୋଷ ମଲିକ ନିଜ ର ପ୍ରତିକ୍ରିୟା ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.