Home ଓଡ଼ିଶା ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟ ୫ ଟି ଫୁର୍ତିବାଜ୍ ବିଦ୍ୟାଲୟ ରେ ରୂପାନ୍ତରିତ

ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟ ୫ ଟି ଫୁର୍ତିବାଜ୍ ବିଦ୍ୟାଲୟ ରେ ରୂପାନ୍ତରିତ

43

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୩୦/୦୯- ନୟାଗଡ ଜିଲ୍ଲା ରାଜସୁନାଖଳା ଅଂଚଳ ବାସୀ ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଲୟ କୁ ୫ ଟି ଯୋଜନା ମଧ୍ୟରେ ଅର୍ନ୍ତଗତ କରି ଫୁର୍ତିବାଜ୍ ବିଦ୍ୟାଳୟ ପାଇଁ ଦାବୀ କରି ଆସୁଥିଲେ । ସେପ୍ଟେମ୍ବର ୩୦ ତାରିଖ ମଧ୍ୟାନ୍ନ ରେ ରାଜସୁନାଖଳା ମଥୁରାପୁର ସାହି ଠାକୁରାଣି ମଣ୍ଡପ ରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଙ୍କୁ ଡକାଇ ଏକ ଦାବୀ ପତ୍ର ଦେଇଥିଲେ । ଦାବୀ ପତ୍ର ପାଇବା ପରେ ବିଧାୟକ ତୁରନ୍ତ ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟ କୁ ପରିଦର୍ଶନ କରି ଭିତ୍ତି ଭୂମି ପରକ୍ଷି ଥିଲେ । ଏହି ସରକାରୀ ଉଚ୍ଚ ବିଦ୍ୟାଳୟ ଟି ରେ ନବମ ଓ ଦଶମ ଶ୍ରେଣୀ ପ୍ରାୟ ୪୦୦ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି ।

ପ୍ରତି ବର୍ଷ ଶତକଡା ୯୮ ଭାଗ ପିଲା ଦଶମ ଶ୍ରେଣୀ ରେ ଉତ୍ତିନ୍ନ ହେଉଛନ୍ତି । ୫ ଟି ଫୁର୍ତିବାଜ୍ ବିଦ୍ୟାଳୟ ପାଇଁ ଆବଶ୍ୟକିୟ ସମସ୍ତ ଶ୍ରେଣୀ ଗୃହ ପକ୍କାଘର ରହିଅଛି । ତେଣୁ ବିଧାୟକ ତୁରନ୍ତ ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟ କୁ ୫ ଟି ଫୁର୍ତିବାଜ୍ ବିଦ୍ୟାଳୟ ରେ ରୂପାନ୍ତରିତ କରିବା ପାଇଁ ନିଷ୍ପତି ନେଇଥିବା ଜଣାପଡିଛି । ତେଣୁ ସଙ୍ଗେ ସଙ୍ଗେ ଏ ବିଦ୍ୟାଳୟ କୁ ୬୫ ଲକ୍ଷ ଟଙ୍କା ବ୍ୟୟ ବିନିମୟ ରେ ରୂପାନ୍ତରିତ କରିବା ପାଇଁ ପଦକ୍ଷେପ ନେଇଥିବା ଜଣାପଡିଛି । ଯାହାଫଳ ରେ ବିଦ୍ୟାଳୟ ଟି ୧ ନମ୍ବର ବିଦ୍ୟାଳୟ ହୋଇ ପାରିବ ବୋଲି ବିଧାୟକ ଦୃଢୋକ୍ତି ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.