Home ଜିଲ୍ଲା ପରିକ୍ରମା ରାଜସୁନାଖଳା ଫାଣ୍ଡି ପଛପଟୁ ଚୋରା ଦେଶୀ ମଦ ଜବତ ଜଣେ ଗିରଫ

ରାଜସୁନାଖଳା ଫାଣ୍ଡି ପଛପଟୁ ଚୋରା ଦେଶୀ ମଦ ଜବତ ଜଣେ ଗିରଫ

29

ନୟାଗଡ ୦୨/୦୨ (ଓଡିଆ ପୁଅ/ଦେବୀ ପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ପଛପଟେ ଦୀର୍ଘ ଦିନହେଲା ଚୋରା ଦେଶୀମଦ ବିକ୍ରୟ ହେଉଥିବା ଅଭିଯୋଗ ହେଉଥିଲା। ରାଜସୁନାଖଳା ଫାଣ୍ଡି ପୋଲିସ ଚୁପଚାପ୍ ବସି ରହିଥିଲା। ଏ ଖବର ପାଇ ରଣପୁର ଥାନା ନିରୀକ୍ଷକ ଜ୍ୟୋତି ପ୍ରକାଶ ପଣ୍ଡା ଓ ଉପ ନିରୀକ୍ଷକ ପ୍ରିତି ପ୍ରକାଶ ମହାନ୍ତି ଫେବୃୟାରୀ ୨ ତାରିଖ ଅପରାହ୍ନରେ ଛଦ୍ମ ବେଶରେ ମଦ ବିକ୍ରୟ କରୁଥିବା ଲୋକ ଘରେ ମଦ ପିଇବା ଆଳ ଦେଖାଇ ୧୦୦ ଟଙ୍କା ବଢାଇ ମଦ ମାଗିଥିଲେ।

ମଦ ଦେଉଥିବା ବେଳେ ଚାଲାଖର ସହ ମଦ ବିକ୍ରେତା ଲୋକନାଥ ସାହୁ (୫୮) କୁ ଗିରଫ କରିଥିଲେ। ତାଠାରୁ ୧୦ ଲିଟର ଦେଶୀମଦ ଜବତ କରିଥିବା ଜଣାପଡିଛି। ଅଭିଯୁକ୍ତକୁ ଫାଣ୍ଡିରେ ଅଟକ ରଖି ମଦ କେଉଁଠୁ ଆଣୁଥିଲା ସେ ବିଷୟରେ ତଦନ୍ତ ଚାଲାଛି ବୋଲି ଫାଣ୍ଡି ଅଧିକାରୀ ଭୀମସେନ ମଲ୍ଲିକ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.