Home ଜିଲ୍ଲା ପରିକ୍ରମା ରାଜସୁନାଖଳାରେ ଛାତ୍ରଙ୍କ ଆତ୍ମହତ୍ୟା ମାନସିକ ଚାପରୁ ଆଲୋଚନା

ରାଜସୁନାଖଳାରେ ଛାତ୍ରଙ୍କ ଆତ୍ମହତ୍ୟା ମାନସିକ ଚାପରୁ ଆଲୋଚନା

54

ନୟାଗଡ଼ ୨୯/୦୯ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ଅଂଚଳ ରାଜସୁନାଖଳାରେ ଏକ ଦୁଃଖଦ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଛାତ୍ର ମାନସିକ ଚାପରୁ ଆତ୍ମହତ୍ୟା କରିଥିବା ଜଣାପଡିଛି। ଛାତ୍ରଜଣଙ୍କ ହେଉଛନ୍ତି ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ କୋଟଗଡ ଗ୍ରାମର ମାଗି ଦୋରାଙ୍କ ପୁଅ ଜୀବନ ସଂଗ୍ରାମ ଦୋରା (୨୧)। ଜୀବନ ରାଜସୁନାଖଳା ମହାବିଦ୍ୟାଳୟର ସ୍ନାତକ ଛାତ୍ର ଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଅତ୍ୟଧିକ ଦେୟ ଆଦାୟ କରିବା ଯୋଗୁଁ ଜୀବନ ଓ ଅନ୍ୟ ଛାତ୍ରମାନେ ବିରୋଧ କରିଥିଲେ। ଏ ନେଇ ଅଧ୍ୟକ୍ଷଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ଅଧ୍ୟକ୍ଷ ପ୍ରଶାନ୍ତ କୁମାର କର ରାଜସୁନାଖଳା ଫାଣ୍ଡିରେ ଲିଖିତ ୨୬/୦୮/୨୦୨୨ ତାରିଖରେ ଅଭିଯୋଗ କରିଥିଲେ। ପୋଲିସ ଏ ନେଇ ଏକ ମାମଲା ରୁଜୁ କରିଥିଲା। ଜୀବନ ସଂଗ୍ରାମ ଦୋରା ସମେତ ୨ ଜଣ ଛାତ୍ରଙ୍କୁ ପୋଲିସ ଥାନାରେ ଅଟକ ରଖି ଥାନାରୁ ଜାମିନ୍ ରେ ଛାଡିଥିଲେ। ଅନ୍ୟାୟ ଦେୟକୁ ବିରୋଧ କରୁଥିବା ଜୀବନ ମାନସିକ ଚାପରେ ଥିବାବେଳେ ଅଧ୍ୟକ୍ଷ ତାଙ୍କୁ ଶିକ୍ଷାଦାନରୁ ବଞ୍ଚିତ କରିବା ନୋଟିସ୍ କରିଥିଲେ। ତେଣୁ ଜୀବନଙ୍କ ମାନସିକ ଚାପ ବଢିଯାଇଥିଲା। ତେଣୁ ଜୀବନ ଚାପଗ୍ରସ୍ତ ହୋଇ ରାଜସୁନାଖଳା ଗୋପୀନାଥପୁର ସାହିରେ ରହୁଥିବା ଭଡାଘରେ ଫ୍ୟାନ୍ ରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଭଡାଘର ମାଲିକ ଫାଣ୍ଡିରେ ଅଭିଯୋଗ କରିଥିଲେ। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ଜବତ କରି ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଞ୍ଚନାମା କରି ମୃତକ ଜୀବନର ମାମୁଁ କୁ ଶବ ହସ୍ତାନ୍ତର କରିଥିବା ଜଣାପଡିଛି। ଏ ନେଇ ଅଂଚଳରେ ଆଲୋଡନ ସୃଷ୍ଟି କରିଛି। ପୋଲିସ ର ସୂଚନା ଅନୁଯାଇ ଜୀବନ ଏକ ଯୁବତୀ କୁ ପ୍ରେମ କରୁଥିଲେ। ପ୍ରେମରେ ଅସଫଳତା ଯୋଗୁଁ ଆତ୍ମହତ୍ୟା କରିଥିବା ରାଜସୁନାଖଳା ଫାଣ୍ଡି ଉପ ନିରୀକ୍ଷକ ପ୍ରିତି ପ୍ରକାଶ ମହାନ୍ତି ବିଭିନ୍ନ ଦିଗରୁ ତଦନ୍ତ କରିବା ସହ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.