Home କେନ୍ଦ୍ରାପଡ଼ା ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ୩୩ତମ ବାର୍ଷିକୋତ୍ସବ ଓଡିଶାର କଳା, ସଂସ୍କୃତି ଓ ସାହିତ୍ୟକୁ...

ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ୩୩ତମ ବାର୍ଷିକୋତ୍ସବ ଓଡିଶାର କଳା, ସଂସ୍କୃତି ଓ ସାହିତ୍ୟକୁ ପରିପୃଷ୍ଠ କରିଛି କେନ୍ଦ୍ରାପଡା ମାଟି

49

କେନ୍ଦ୍ରାପଡ଼ା ୨୪ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଓଡିଶାର କଳା, ସଂସ୍କୃତି ଓ ସାହିତ୍ୟକୁ ପରିପୃଷ୍ଠ କରିଛି କେନ୍ଦ୍ରାପଡା ମାଟି। କେନ୍ଦ୍ରାପଡା ମାଟିରେ ଜନ୍ମ ନେଇଥିବା ଯୋଗଜନ୍ମା କବି, ଲେଖକ, ସାହିତ୍ୟିକ ଓ କଳାକାର ବ୍ୟକ୍ତିତ୍ୱମାନେ ଓଡିଆ ଭାଷା ସାହିତ୍ୟ, କଳା ଓ ସଂସ୍କୃତି ଜଗତକୁ ରୁଦ୍ଧିମନ୍ତ କରିପାରିଛନ୍ତି ବୋଲି ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ୩୩ତମ ବାର୍ଷିକୋତ୍ସବର ଆଲୋଚନାଚକ୍ର, ପୁସ୍ତକ ଲୋକାର୍ପଣ, ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ, ସମ୍ବର୍ଦ୍ଧନା ପର୍ବ ଓ ସାଂସ୍କୃତିକ ସମାରୋହରେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ଏହି ଉପଲକ୍ଷେ ସଂସଦର ସଭାପତି କାଶୀନାଥ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଉଦଘାଟକ ଭାବେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଉଦଘାଟନକରି କହିଥିଲେ ଯେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତିକୁ ପରିପୃଷ୍ଟ କରୁଥିବା ଲେଖକମାନଙ୍କ ରଚିତ ପୁସ୍ତକ ଗୁଡିକ ଉନ୍ମୋଚିତ କରି ମୁଁ କୃତଜ୍ଞ। ଓଡିଆ ଭାଷା ବହୁ ପ୍ରାଚୀନ, ଏହାର ଐତିହ୍ୟ ଓ ସଂସ୍କୃତି ବହୁ ପୁରାତନ। ସେହି ଭାଷା, ସାହିତ୍ୟ ଓ ସଂସ୍କୃତିକୁ ପରିପୃଷ୍ଟ କରିବା ପାଇଁ ଯେଉଁ ଲେଖକମାନେ ସେମାନଙ୍କ ଲେଖନୀ ଚାଳନା ଜାରି ରଖିଛନ୍ତି ସେମାନଙ୍କୁ ମୁଁ ପ୍ରଣାମ କରୁଛି। ଏହି ଅବସରରେ ବିଧାୟକ ଶ୍ରୀ ବେହେରା କେନ୍ଦ୍ରାପଡାରେ ଏକ ସାହିତ୍ୟ ଓ ସଂସ୍କୃତି ବଗିଚାର ପ୍ରତିଷ୍ଠା କରାଯିବା ସହ ସେହି ବଗିଚାରେ ସାହିତ୍ୟ ଓ ସଂସ୍କୃତିକୁ ପରିପୃଷ୍ଟ କରିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ପ୍ରତିମୂର୍ତ୍ତି ସ୍ଥାନିତ ହେବ ବୋଲି କହିଥିଲେ। ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ କହିଥିଲେ ଯେ କେନ୍ଦ୍ରାପଡା ମାଟି କଳା ଓ ସଂସ୍କୃତିର ମାଟି। ଆମ ମାଟିର ସାହିତ୍ୟ, କଳା ଓ ସଂସ୍କୃତିକୁ ଓଡିଶା ତଥା ସାରା ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ଦେବାକୁ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ ଚଳାଇଥିବା ପ୍ରଚେଷ୍ଟା କେନ୍ଦ୍ରାପଡାକୁ ଗୈାରବାନ୍ୱିତ କରିଛି। ମୁଖ୍ୟବକ୍ତା ଭାବେ ଓଡିଶା ବିଧାନସଭା ସଚିବ ଦାଶରଥୀ ଶତପଥୀ ଯୋଗଦେଇ ସାହିତ୍ୟିକମାନେ ବର୍ତ୍ତବ୍ୟନିଷ୍ଠ ଭାବେ ସମାଜର ହିତ ପାଇଁ ସାହିତ୍ୟ ସୃଷ୍ଟିରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ବିଶିଷ୍ଟ ଯାତ୍ରା ଅଭିନେତା ଦୈତାରୀ ପଣ୍ଡା ଯୋଗଦେଇ କହିଥିଲେ ଯେ ଜଣେ କଳାକାର ଓ ସାହିତ୍ୟିକର ଜୀବନ ଦୁର୍ବିସହ ହୋଇଥିଲେବି ସେହିମାନଙ୍କ ଠାରୁ ସୃଷ୍ଟି ହୋଇଥାଏ ଅନବଦ୍ୟ କଳା ଓ ସାହିତ୍ୟ। ବାଲେଶ୍ୱର ମାଟିରେ ଜନ୍ମ ହୋଇଥିଲେ ବି କେନ୍ଦ୍ରାପଡା ମାଟି ମୋତେ କଳା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ସ୍ୱର୍ଗତ ଅନନ୍ତ ଓଝାଙ୍କ ଭଳି ନାଟ୍ୟକାରଙ୍କ ଲେଖା ସାରା ଓଡିଶାକୁ ରୁଦ୍ଧିମନ୍ତ କରିପାରିଛି। ସମ୍ମାନିତ ଅତିଥି ଭାବେ କବି ସଞ୍ଜୟ ରଥ ଓ କବି ଯୁଧିଷ୍ଟିର ଖଟୁଆ ଯୋଗଦେଇ ବିଶ୍ୱ ଦରବାରରେ ସାହିତ୍ୟ ପଦଯାତ୍ରାର ଆଜିର ଉତ୍ସବରେ ରାଜଶ୍ରୀ ପ୍ରଥମ ସ୍ୱପାନ ପକାଇଛି ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ କେନ୍ଦ୍ରାପଡାର ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ସମାଜସେବୀ ରାଜେଶ ପଣ୍ଡା, ଅଧ୍ୟାପକ ଡଃ. ଶ୍ରୀଧର ସାମଲ, ଆଇନଜୀବୀ କୁଞ୍ଜ ବିହାରୀ ପରିଡା, ଶିକ୍ଷାବିତ ପ୍ରଣବ କୁମାର ଜେନାଙ୍କ ସମେତ ବହୁ ସାହିତ୍ୟିକ, ଶିକ୍ଷାବିତ, କବି, ଲେଖକ ଓ ସମାଜସେବୀମାନଙ୍କୁ ମାନପତ୍ର, ଉପଢୈାକନ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯିବା ସହ ରାଜଶ୍ରୀର ମୁଖପତ୍ର ସମେତ ବହୁ ଲେଖକଙ୍କ ପୁସ୍ତକ ଗୁଡିକର ଲୋକାର୍ପଣ କରାଯାଇଥିଲା। ସଂସଦର ସମ୍ପାଦକ ଆଶୁକବି ହେମନ୍ତ କୁମାର ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ ସହ ମଂଚ ସଂଚାଳନ କରିଥିଲେ। ଭଗବତୀ ବିଦ୍ୟାପୀଠର ଶିକ୍ଷୟତ୍ରୀ ମଞ୍ଜୁଶ୍ରୀ ବରାଳ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଶେଷରେ ବ୍ୟଙ୍ଗକବି ଅପର୍ତ୍ତୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଭାବଗ୍ରାହୀ କଳା ନିକେତନର ଛାତ୍ରୀମାନେ ପ୍ରାରମ୍ଭିକ ଓ ସ୍ୱାଗତ ସଂଗୀତ ଗାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.