Home ଜିଲ୍ଲା ପରିକ୍ରମା ରାଜଯୋଗିନୀ ଦିଦି କମଲେଶଙ୍କ ଅବ୍ୟକ୍ତ ସ୍ମୃତି ଶ୍ରଦ୍ଧାଞ୍ଜଳି

ରାଜଯୋଗିନୀ ଦିଦି କମଲେଶଙ୍କ ଅବ୍ୟକ୍ତ ସ୍ମୃତି ଶ୍ରଦ୍ଧାଞ୍ଜଳି

0

ଭଦ୍ରକ, ୧୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଭଦ୍ରକ ଆନୁକୁଲ୍ୟ ରେ ଓଡ଼ିଶା ର ବରିଷ୍ଠ ରାଜ ଯୋଗିନୀ ବ୍ରହ୍ମାକୁମାରୀ କମଲେଶ ଦିଦି ଜୀ ଙ୍କ ନିମନ୍ତେ ଅବ୍ୟକ୍ତ ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଂଶୁମାନ ଦ୍ୱିବେଦୀ ଯୋଗ ଦେଇ ଥିଲେ। କାର୍ଯ୍ୟକ୍ରମ ର ସଂଚାଳନ ବ୍ରହ୍ମା କୁମାରୀ ମଞ୍ଜୁ ଭଉଣୀ,ମୁଖ୍ୟ ସଞ୍ଚଳିକା ଭଦ୍ରକ,ଓ ସୁଦୂର ଜାଲୋରେ ରାଜସ୍ଥାନ ରୁ ଆସିଥିବା ବ୍ରହ୍ମା କୁମାରୀ ରଞ୍ଜୁ ଭଉଣୀଙ୍କ ମାର୍ଗ ଦର୍ଶନ ରେ ଅନୁଷ୍ଠିତ ହୋଇଥିଲା। କର୍ଯ୍ୟ କ୍ରମ ର ଆରମ୍ଭ ରେ ବିଶିଷ୍ଟ ପ୍ରବଚକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ର ବରିଷ୍ଟ ଭଉଣୀ ମାନଙ୍କ ସମାଜ ପାଇଁ ତ୍ୟାଗ ତପସ୍ୟା ର ବର୍ଣ୍ଣନା କରିଥିଲେ। ବରିଷ୍ଠ ନାଗରିକ ସଂଘ ର କାର୍ଯ୍ୟକାରୀ ସଭାପତି ପଦ୍ମନ୍ କୁମାର ରାୟ ,ବ୍ରହ୍ମା କୁମାରୀ ପ୍ରତିଭା,ଅଧ୍ୟାପିକା ବାଲିଆପାଳ, ବ୍ରହ୍ମକୁମାରୀ ମଧୁସ୍ମିତା,ବାଲେଶ୍ୱର ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମ ରେ ଦିଦି କମଲେଶ ଙ୍କ ଦିବ୍ୟ ଜୀବନ ସମ୍ବନ୍ଧରେ ବକ୍ତବ୍ୟ ରଖି ଥିଲେ।ମୁଖ୍ୟ ଅତିଥି ଅଂଶୁମାନ ଦ୍ୱିବେଦୀ ତାଙ୍କ ବକ୍ତବ୍ୟ ରେ କହିଥିଲେ ଆଧ୍ୟାତ୍ମିକ ଚେତନା ଓ ଶାନ୍ତି ପ୍ରତ୍ୟେକ ମନୁଷ୍ୟ ପାଇଁ ଆବଶ୍ୟକ ଏବଂ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଦ୍ୱାରା ଏହାର ସୁରକ୍ଷା ଓ ସହଜ ଅନୁଭୂତି ହୋଇ ଥାଏ । ସର୍ବୋଦୟ ମଣ୍ଡଳ ର ସଭାପତି ଅମର କୁମାର ପାଣିଗ୍ରାହୀ ମଧ୍ୟ କମଲେଶ ଦିଦି ଙ୍କ ପାଳନା ର ଗୁଣଗାନ କରିବା ସହ ଧନ୍ୟବାଦ୍ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମ ଶେଷ ରେ ସମସ୍ତେ ବ୍ରହ୍ମା ଭୋଜନ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.