Home ଓଡ଼ିଶା ରାଜନୈତିକ ସ୍ୱାର୍ଥ ପାଇଁ ନୁହେଁ ବରଂ ଓଡିଆ ଲୋକଙ୍କ କଲ୍ୟାଣ ସରକାରଙ୍କ ପ୍ରାଥମିକତା ହେବା ଦରକାର-...

ରାଜନୈତିକ ସ୍ୱାର୍ଥ ପାଇଁ ନୁହେଁ ବରଂ ଓଡିଆ ଲୋକଙ୍କ କଲ୍ୟାଣ ସରକାରଙ୍କ ପ୍ରାଥମିକତା ହେବା ଦରକାର- ଧର୍ମେନ୍ଦ୍ର ପ୍ରଧାନ

39

କନକ ‘ଓଡିଶା ନିର୍ମାଣ କନକ୍ଲେଭ’ରେ କେନ୍ଦ୍ରମନ୍ତ୍ରୀ

– ଓଡିଶାର ସମ୍ଭାବନାକୁ ଉପଯୋଗ କରିବା ପାଇଁ ପଡିବ
– କନକ ନ୍ୟୁଜ ଭଳି ଅନେକ ଗଣମାଧ୍ୟମକୁ ଏଥିପାଇଁ ଦାୟିତ୍ୱ ନେବା ଦରକାର
– ‘ପୂର୍ବୋଦୟ ମିଶନ’ରେ ପୂର୍ବ ଭାରତର ଓଡିଶାକୁ ସର୍ବଧିକ ପ୍ରାଥମିକତା
– ବିଶାଳ ବେଳାଭୂମି, ରତ୍ନଗର୍ଭା ସମୁଦ୍ର, ବିଶାଳ ଜଙ୍ଗଲ ସମ୍ପଦ, ଅମାପ ଖଣିଜ ସମ୍ପଦ, ବୁଦ୍ଧିମାନ ଓ ପରିଶ୍ରମୀ ମାନବ ସମ୍ବଳ ଓଡିଶାର ଅନନ୍ୟ ପରିଚୟ

ଭୁବନେଶ୍ୱର, ମାର୍ଚ୍ଚ ୨୦ (ଓଡ଼ିଆ ପୁଅ) – ବିକାଶ ପାଇଁ ଡବଲ ଇଞ୍ଜିନର ସରକାର ଦରକାର। ରାଜନୈତିକ ସ୍ୱାର୍ଥ ପାଇଁ ନୁହେଁ ବରଂ ଓଡ଼ିଶାର ସାଧାରଣ ନାଗରିକଙ୍କ କଲ୍ୟାଣ, ସମସ୍ତଙ୍କୁ ଟୀକା ଯୋଗାଇବା, ମୌଳିକ ସୁବିଧା ଦେବା, ଓବିସି ଓ ଏସଇବିସି ବର୍ଗଙ୍କୁ ସମ୍ବିଧାନ ଅନୁମୋଦିତ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦେବା ସରକାରଙ୍କ ପ୍ରାଥମିକତା ହେବା ଦରକାର ବୋଲି ଓଡିଆ ବୈଦ୍ୟୁତିକ ଗଣମାଧ୍ୟମ କନକ ନ୍ୟୁଜ ପକ୍ଷରୁ ଆୟୋଜିତ ‘ଓଡିଶା ନିର୍ମାଣ କନକ୍ଲେଭର ୫ମ ସଂସ୍କରଣ’ ଆଲୋଚନା କାର୍ଯ୍ୟକ୍ରମରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ନୂଆ ଓଡ଼ିଶା ନିର୍ମାଣ ପାଇଁ ଥିବା ସୁଯୋଗ, ଢ଼ାଂଚାଗତ ବିକାଶ, ପେଟ୍ରୋଲିୟମ, ଗ୍ୟାସ ଓ ଇସ୍ପାତ୍ କ୍ଷେତ୍ରରେ କ୍ରିୟାନ୍ୱୟନ ପ୍ରକଳ୍ପ ଓ ଅନ୍ୟାନ୍ୟ ବିଷୟ ଉପରେ ମତ ରଖିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ସମଗ୍ର ଭାରତବର୍ଷରେ ପ୍ରଗତିର ଶୀର୍ଷରେ ପହଁଚାଇବା ପାଇଁ ଓଡ଼ିଶାରେ ସମସ୍ତ ଉପାଦାନ ଭରି ରହିଛି। ବିଶାଳ ବେଳାଭୂମି, ରତ୍ନଗର୍ଭା ସମୁଦ୍ର, ବିଶାଳ ଜଙ୍ଗଲ ସମ୍ପଦ, ଅମାପ ଖଣିଜ ସମ୍ପଦ, ବୁଦ୍ଧିମାନ ଓ ପରିଶ୍ରମୀ ମାନବ ସମ୍ବଳ ଓଡିଶାର ଅନନ୍ୟ ପରିଚୟ। ଏହି ସମ୍ଭାବନାକୁ ଉପଯୋଗ କରିବା ପାଇଁ କନକ ନ୍ୟୁଜ ଭଳି ଅନେକ ଗଣମାଧ୍ୟମକୁ ଦାୟିତ୍ୱ ନେବା ପାଇଁ ପଡିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଶ୍ରୀ ପ୍ରଧାନ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ‘ପୂର୍ବୋଦୟ ମିଶନ’ରେ ପୂର୍ବ ଭାରତକୁ ପ୍ରାଥମିକତା ଦେଉଥିବା ବେଳେ ଏହାର ଅଗ୍ରଣୀ ସ୍ଥାନରେ ଓଡ଼ିଶା ରହିଛି। ଓଡ଼ିଶାରେ ଉପକୂଳ ରାଜପଥ, କେନ୍ଦ୍ରାପଡ଼ାରେ ସର୍ବବୃହତ ଇସ୍ପାତ୍ କାରଖାନା ପ୍ରତିଷ୍ଠା, ମହାନଦୀ ମୁହାଁଣରେ ନଦୀଭିତିକ ବନ୍ଦର, ବିଭିନ୍ନ ବନ୍ଦରସମୂହର ବିକାଶ, ରାଜ୍ୟରେ ପେଟ୍ରୋଲିୟମ ଶିଳ୍ପ, ଏଲଏନଜି ଟର୍ମିନାଲ ଓ ଏଲପିଜି କ୍ଷେତ୍ରର ସାମଗ୍ରିକ ଭିତିଭୂମିର ବିକାଶ ପାଇଁ ଭାରତ ସରକାର ସମ୍ପୂର୍ଣ୍ଣ ସହଯୋଗୀ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଭାରତୀୟବାସୀଙ୍କ ବିଶ୍ୱାସନୀୟତା ବଢିଛି। ପଶ୍ଚିମବଙ୍ଗରେ ବିକାଶର ଦାୟିତ୍ୱ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ସରକାର ନେଇଛନ୍ତି। ଆଜିର ଦିନରେ ଆମେ ପଶ୍ଚିମବଙ୍ଗରେ ଶତପ୍ରତିଶତ ସରକାର କରିବୁ ବୋଲି ମୋର ଦୃଢ଼ ବିଶ୍ୱାସ।

ସୂଚନାଯୋଗ୍ୟ ଯେ, କନକ ନ୍ୟୁଜ “ସମୃଦ୍ଧ ଓ ବିକଶିତ ଓଡିଶା ପାଇଁ ଆଗାମୀ ଦିନରେ କ’ଣ କଳ୍ପନା ରହିବା ଦରକାର” ଭଳି ଶୀର୍ଷକରେ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଶ୍ରୀ ପ୍ରଧାନ କନକ ନ୍ୟୁଜ୍ ଏବଂ ପ୍ରତିଷ୍ଠାତାଙ୍କୁ କୃତଜ୍ଞତା ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.