Home ଜିଲ୍ଲା ପରିକ୍ରମା ରାଜନୈତିକ ପଶାପାଲିରେ ପେଶି ହୋଇଯାଇଛି ପୌରପାଳିକା, ଆର୍ଥିକ ଅନୁଦାନର ସଦ୍ ବିନିଯୋଗ ହୋଇପାରୁନାହିଁ

ରାଜନୈତିକ ପଶାପାଲିରେ ପେଶି ହୋଇଯାଇଛି ପୌରପାଳିକା, ଆର୍ଥିକ ଅନୁଦାନର ସଦ୍ ବିନିଯୋଗ ହୋଇପାରୁନାହିଁ

12

ଭଦ୍ରକ, ୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜନୀତିର ପଶାପାଲିରେ ଛନ୍ଦିହୋଇଯାଇଛି ଭଦ୍ରକ ପୌରପାଳିକା। ଫଳରେ ସହରାଂଚଳରେ ବିକାଶ ଠପ୍ ହୋଇଯାଇଛି। ପୌରପାଳିକା ତରଫରୁ କାଉନ୍‌ସିଲ ବୈଠକରେ ହୋଇଥିବା ସହରାଂଚଳର ରାସ୍ତାଘାଟର ଉନ୍ନତି, ବିଦ୍ୟୁତ୍ ଆଲୋକ ବ୍ୟବସ୍ଥା, ପରିମଳ ବ୍ୟବସ୍ଥା, ଡ୍ରେନ୍ ନିର୍ମାଣ ଆଦି ବିଭିନ୍ନ କାର୍ଯ୍ୟ ସ୍ୱାଭାବିକ ଢଙ୍ଗରେ ଚାଲିଛି। ତେବେ ସହରାଂଚଳ ଟ୍ରାଫିକ୍ ସମସ୍ୟା, ଜଳ ନିଷ୍କାସନ ପ୍ରମୁଖ ରାସ୍ତା ଖେଳପଡିଆ ଆଦି ବିଭିନ୍ନ ବଡ ବଡ ପ୍ରକଳ୍ପ ଗୁଡିକର ନିର୍ମାଣ କାର୍ଯ୍ୟ ରାଜନୈତିକ ଟଣାଓଟରାରୁ ଦୁଇବର୍ଷ ଦରି ଅଟକି ରହିଛି। ଏହି ପ୍ରକଳ୍ପ ଗୁଡିକର ନିର୍ମାଣ ପାଇଁ ସରକାରୀ ଆର୍ଥିକ ଅନୁଦାନର ବ୍ୟବସ୍ଥା ରହିଥିବାବେଳେ ଉନ୍ନତିରେ ପ୍ରତିବନ୍ଧକ ସାଜିଛି ସ୍ଥାନୀୟ ରାଜନୀତି। ସହରାଂଚଳର ଏହି ଆର୍ଥିକ ଅନୁଦାନରେ ସହରାଂଚଳର ସୌନ୍ଦର୍ଯ୍ୟକରଣ ଓ ବଡ ବଡ ପ୍ରକଳ୍ପ ଗୁଡିକର ନିର୍ମାଣ ପାଇଁ ପ୍ରଶାସନ ଜିଲାପାଳଙ୍କ ଅଧ୍ୟକ୍ଷତାରେ ବାରମ୍ବାର ବୈଠକ ବସୁଛି। ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଉଛି। ପରବର୍ତୀ ସମୟରେ ଏହି ପ୍ରତିଶ୍ରୁତି ସେହି ବୈଠକର ଚାରିକାନ୍ଥ ଭିତରେ ରହିଯାଉଛି, କାର୍ଯ୍ୟକାରୀ ହେଉନାହିଁ। ରାଜନୈତିକ ଛକାପଞ୍ଝାରେ ପ୍ରଶାସନ କିଂ କର୍ତବ୍ୟ ମୁଢ ହୋଇ ସ୍ଥାଣୁ ପାଲଟି ଯାଇଛି। ଗତ ତା ୨୭.୦୧.୨୫ ରିଖରେ ସହରର ମୁଖ୍ୟ ସମସ୍ୟା ୨୬ କୋଟି ଟଙ୍କା ବ୍ୟୟରେ ମୋଚି ଛକ ଠାରୁ ଭଦ୍ରକ ଭଦ୍ରକାଳୀ ମନ୍ଦିର ସଡକ ପଥ ନିର୍ମାଣ, ୬ କୋଟି ବ୍ୟୟରେ ମହାବୀର ଖେଳ ପଡିଆର ଉନ୍ନତିକରଣ। ସେହିପରି ବୁଧବାର ହାଟରେ ୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏକ ୟୁପିଏଚ୍‌ସି ଡାକ୍ତରଖାନାର ନିର୍ମାଣ ପାଇଁ ପୂର୍ତ ବିଭାଗ ତରଫରୁ ଟେଣ୍ଡର ହୋଇଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇନାହିଁ। ସେହିଭଳି ଭଦ୍ରକର ଦୀର୍ଘବର୍ଷର ଜଳ ନିଷ୍କାସନର ପ୍ରମୁଖ ନାଜର ନାଳର ନିର୍ମାଣ କାର୍ଯ୍ୟ ନେଇ ବୈଠକରେ ଡ୍ରେନେଜ୍ କର୍ତୃପକ୍ଷ ଆର୍ôଥକ ଅନୁଦାନର ଅଭାବ ଦର୍ଶାଇଥିଲେ। ଜିଲା ପ୍ରଶାସନ ତରଫରୁ ଆର୍ଥିକ ବ୍ୟବସ୍ଥା କରାଇଲେ ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଡ୍ରେନେଜ୍ ଏସ୍‌ଡିଓ ବୈଠକରେ ମତ ପ୍ରକାଶ କରିଥିଲେ। ଏଭଳି ପରିସ୍ଥିତିରେ ଆଜି ପୁଣି ସଦ୍‌ଭାବନା ଗୃହରେ ଜିଲାପାଳ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି। ଅନୁଷ୍ଠିତ ବୈଠକରେ ଉପଜିଲାପାଳ ସୌରଭ ଚକ୍ରବର୍ତୀ, ପୌରନିର୍ବାହୀ ଅଧିକାରୀ ତାପସ ସାମଲ, ଡ୍ରେନେଜ୍ ବିଭାଗର ଇଂଜିନିୟର, ପୂର୍ତ ବିଭାଗ ଏସସି, ଭଦ୍ରକ ତହସିଲର ରେଭିନ୍ୟୁ ସୁପରଭାଇଜରଙ୍କ ସମେତ ଭଦ୍ରକ ପୌରାଧ୍ୟକ୍ଷ ଗୁଲମକ୍କୀ ହବିବ, କାଉନ୍‌ସିଲର ସହିଦ ଖାନ, ଜକାଉଲ୍ଲା, ସେକ୍ ନାସର ଅଲ୍ଲୀ ଓ ନବ ନିର୍ବାଣ ଯୁବ ଛାତ୍ର ସଂଗଠନର ଜିଲା ସଭାପତି ଜହିର ଖାନ, ସମାଜସେବୀ ନାସିରୁଦ୍ଦିନ୍ ଖାନ୍ ପ୍ରମୁଖ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.