ଭୁବନେଶ୍ୱର୨୮ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟରେ ରାଜନୈତିକ ଦଳଗୁଡି ବିଭିନ୍ନ ସମୟରେ କରୁଥିବା ମଟରସାଇକେଲ୍ ରାଲିକୁ ନେଇ ଭୁବନେଶ୍ୱର-ଜଟକ ପୁଲିସ କମିସନର ସତର୍କତା ଜାରି କରିଛନ୍ତି । ଏବେ ରାଜନୈତିକ ଦଳଗୁଡ ମଟରସାଇକେଲ୍ ରାଲି କଲେ ବାଧ୍ୟତାମୁଳକ ଭାବେ ହେଲ୍ମେଟ ପିନ୍ଧବାକୁ ପଡିବ ବୋଲି ଜମିଶନର ସୁଧାଂଶୁ ଷଡଙ୍ଗି ପରାମର୍ଶ ଦେଇଛନ୍ତି । ରାଲି ସମୟରେ ସିସିଟିଭି ଫୁଟେଜ୍ର ଯାଞ୍ଚ ପରେ ହେଲ୍ମେଟ ପିନ୍ଧିନଥିବା ଜଳ ଗୁଡିକ ବିରୁଦ୍ଧରେ ଆଇନ୍ ଅନୁଯାୟୀ କର୍ୟ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ସତର୍କ କରାଇଛନ୍ତି ପୁଲିସ କମିଶନର ।