Home ଜିଲ୍ଲା ପରିକ୍ରମା ରାଜନୈତିକ ଛକାପଞ୍ଝାରେ ମରିଯାଇଛି ମଣିଷପଣିଆ : ଧାମରାରେ ନାବାଳିକାକୁ ୩ଥର ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ପରେ...

ରାଜନୈତିକ ଛକାପଞ୍ଝାରେ ମରିଯାଇଛି ମଣିଷପଣିଆ : ଧାମରାରେ ନାବାଳିକାକୁ ୩ଥର ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ପରେ ମଧ୍ୟ ପୁଲିସ ନୀରବ, ସରପଂଚ ସ୍ତରରେ ଦଫାରଫା କରିବାକୁ ଉଦ୍ୟମ

207

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ ଦୋସିଙ୍ଗା ପଂଚାୟତ ଅଧିନସ୍ଥ ଅମରନଗର ଗ୍ରାମରେ ଏକ ଦଳିତ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି ପୁନଶ୍ଚ ଆଉ କେହି ନୁହେଁ ଏକ ୬୦ବର୍ଷର ବୃଦ୍ଧ ୪୫ ଦିନ ମଧ୍ୟରେ ୩ଥର ଦୁଷ୍କର୍ମ ଉଦ୍ୟମ କରିଥିବା ନାବାଳିକା ଯୁବତୀର ମା ଏବଂ ନାବାଳିକା ଅଭିଯୋଗ ଆଣିଛନ୍ତି ।ଏହି ଦୁଷ୍କର୍ମ ଅଭିଯୋଗ ଧାମରା ଥାନାରେ ହୋଇଥିଲେ ମଧ୍ୟ ସଂପୃକ୍ତ ଥାନାଧିକାରୀ ଏହି ଅଭିଯୋଗକୁ ଗ୍ରହଣ କରି କୌଣସି ଏତଲା ନକାଟି ଏହି କଥାକୁ ଦଫାରଫା କରିବା ପାଇଁ ଦୋସିଙ୍ଗା ସରପଂଚଙ୍କ ପ୍ରତିନିଧିକୁ ଦାୟିତ୍ୱ ଦେଇ ନିଜ ମୁଣ୍ଡ ଉପରୁ ଦାୟିତ୍ୱ ଓହ୍ଲାଇ ଦେଇଛନ୍ତି ବୋଲି ସଂପୃକ୍ତା ନାବାଳିକାର ମା ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ଫଳରେ ଏହି କଥାକୁ ନେଇ ସଂପୃକ୍ତ ନାବାଳିକାର ପରିବାର ଭଦ୍ରକ ଏସପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ।ଘଟଣାରୁ ପ୍ରକାଶ ଜୁନ ମାସରେ ଅମରନଗର ଗ୍ରାମର ସୁବାଶ ହାଜିରା (୬୦) ନିଜ ପଡୋଶୀଙ୍କ ୯ମ ଶ୍ରେଣୀରେ ପଢୁଥିବା ନାବାଳିକା ଝିଅକୁ ଜୋର ଜବରଦସ୍ତ ଟେକିନେଇ ନିଜ ଘରେଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲେ । ଏହି ସମୟରେ ନାବାଳିକାର ପାଟିଶୁଣି ସ୍ଥାନୀୟ ଅଧିବାସୀ ଆସି ପହଂଚିଯିବାରୁ ସଂପୃକ୍ତ ବୃଦ୍ଧ ସେହି ସ୍ଥାନରୁ ପଳାଇଯାଇଥିଲା । ପ୍ରଥମେ ଏହିକଥାକୁ ନେଇ ସ୍ଥାନୀୟ ଅଧିବାସୀ ଭଦ୍ରଲୋକଙ୍କ ଉପସ୍ଥିତିରେ ଦଫାରଫା କରିବା ସହ ସଂପୃକ୍ତ ବୃଦ୍ଧଙ୍କୁ ସୁଧୁରୀଯିବା ପାଇଁ ତାଗିଦ କରିଥିଲେ । ଏହି ଘଟଣାର କିଛି ଦିନ ପରେ ଅର୍ଥାତ ଜୁନ ୧୫ ତାରିଖରେ ସୁବାଶ ହାଜିରା ସଂପୃକ୍ତା ନାବାଳିକା ଶୌଚ ହେବାକୁ ନିକଟସ୍ଥ ପଡିଆକୁ ଯାଉଥିବା ବେଳେ ଏକୁଟିଆ ଦେଖି ପୁନଶ୍ଚ ଦୁଷ୍କର୍ମ କରିବାକୁ ମାଡି ବସିଥିଲେ , ତେବେ ନାବାଳିକା ଚିତ୍କାର କରିବାରୁ ନାବାଳିକାର ମା ଆସି ଘଟଣା ସ୍ଥଳରେ ପହଂଚି ଯିବାରୁ ସୁବାଶ ହାଜିରା ସେହିସ୍ଥାନ ଛାଡି ପଳାଇ ଯାଇଥିଲେ । ଏହି ଘଟଣାକୁ ନେଇ ନାବାଳିକାର ମା ପ୍ରଥମେ ଗ୍ରାମର ଓାର୍ଡମେମ୍ବର ଏବଂ ସରପଂଚଙ୍କ ପ୍ରତିନିଧି ଙ୍କ ନିକଟରେ ଅଭିଯୋଗ କରିବା ସହ ଧାମରା ଥାନାରେ ଲିଖିତ ଅଭିଯୋଗ କରିଥିବା କଥା କହିଥିଲେ ।

 

ଏହି ଘଟଣାକୁ ନେଇ ଦଳିତ ନାବାଳିକାର ମା ନ୍ୟାୟ ପାଇବା ପାଇଁ ଅପେକ୍ଷା କରିବାର ୪୧ଦିନ ଅତିବାହିତ ହୋଇଯାଇଥିଲେ ମଧ୍ୟ ଇତି ମଧ୍ୟରେ ଅଭିଯୁକ୍ତ ସୁବାଶ ହାଜିରା ଦଳିତ ନାବାଳିକାକୁ ପୁଣି ଥରେଏକୁଟିଆ ଦେଖି ପାଖକୁ ଡାକି ଦୁଷ୍କର୍ମ ଉଦ୍ୟମ କରିଥିଲା ଏବଂ ଏହି କଥାକୁ ବାହାରେ ପ୍ରକାଶ କଲେ ଜୀବନରୁ ମାରିଦେବା ସହ ତାଙ୍କ ଘରେ ନିଆଁ ଲଗାଇଦେବ ବୋଲି ମଧ୍ୟ ଧମକ ଦେଇଥିଲା । ତେବେ ଏହି କଥାକୁ ପୁନଶ୍ଚ ନାବାଳିକାର ମା ଗ୍ରାମର ଭଦ୍ରଲୋକ ଓ ସରପଂଚଙ୍କ ପ୍ରତିନିଧିଙ୍କ ପାଖକୁ ଯାଇଥିବା ବେଳେ ତାଙ୍କ କଥା କେହି ବୁଝିବେ ନାହିଁ ବୋଲି ମନା କରି ଦେଇଥିଲେ ।ପୁଲିସ ,ଗ୍ରାମବାସୀ ଓ ପଂଚାୟତ ମୁଖିଆଙ୍କ ପାଖରୁ ନିରାଶ ହେବା ପରେ ନିଜ ଭାଗ୍ୟକୁ ଆଦରି ପିଡୀତାଙ୍କ ମା ଘରେ ଚୁପଚାପ ବସି ଆଖିରୁ ଲୁହ ଝରାଉଥିବା ବେଳେ ୨ଟି ନାବାଳିକା ଝିଅର ଭବିଷ୍ୟତକୁ ନେଇ ସନ୍ଦିହାନୀ ହୋଇଥିବା ଜଣାଯାଇଛି ।ଏକ ଭୂମିହୀନଦଳିତ ଅସହାୟ ଏବଂ ନିସହାୟ ପରିବାରର ଏକ ନାବାଳିକା ସ୍କୁଲ ଛାତ୍ରୀକୁ ବାରମ୍ବାର ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରାଯାଉଥିଲେ ମଧ୍ୟ ସଂପୃକ୍ତ ନାବାଳିକା ନିଜର ସୁରକ୍ଷା ପାଇଁ ପଂଚାୟତ ଠାରୁ ଆରମ୍ଭ କରି ପୁଲିସ ପ୍ରଶାସନ ପାଖରେ ପହଂଚି ନିରାଶ ହେବା ପରେ ଶେଷରେ ଅନ୍ୟ ଉପାୟ ନପାଇ ଭଦ୍ରକ ଏସପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ଧାମରା ଥାନାଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ତାଙ୍କ ନିକଟରେ କିଛି ଲିଖିତ ଅଭିଯୋଗ ହୋଇନାହିଁ ବୋଲି ଥାନାଧିକାରୀ ସୂଚନା ଦେଇଥିବା ବେଳେ ସରପଂଚଙ୍କ ସହ କୌଣସି ଯୋଗାଯୋଗ ହୋଇ ପାରି ନଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.