Home ଜିଲ୍ଲା ପରିକ୍ରମା ରାଜଗିରୀ ମହାବୀରଙ୍କ ପୀଠରେ ସୋଲାର ଲାଇଟ

ରାଜଗିରୀ ମହାବୀରଙ୍କ ପୀଠରେ ସୋଲାର ଲାଇଟ

94

ନୟାଗଡ଼, ୨୮ା୧୦(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାର ମାଳିସାହି ନିକଟ ରାଜଗିରୀ ମହାବୀରଙ୍କ ପୀଠରେ ଆଜି ଏକ ସୋଲାର ଲାଇଟ ଲାଗିଥିବା ଦେଖିବାକୁ ମିଳିଛି ା ପର୍ଯ୍ୟଟକଙ୍କ ସୁବିଧା ପାଇଁ ମାଳିସାହି ପଂଚାୟର ସରପଂଚ ପର୍ଶୁରାମ ସ୍ୱାଇଁ ନିଜସ୍ୱ ଖର୍ଚ୍ଚରେ ଏହି ସୋଲାର ଲାଇଟ୍‌ ଲଗାଇଛନ୍ତି। ରାଜଗିରୀ ପର୍ବତର ମହାବୀରଙ୍କ ପୀଠ ଓ ରାଜଗିରୀର କଦଳୀ ଝରଣା ଏବେ ବଣଭୋଜି ପାଇଁ ଏକ ଉତ୍କୃଷ୍ଟ ଓ ମନୋଲୋଭାପୂର୍ଣ୍ଣ ସ୍ଥାନ ପାଲଟି ଥିବାରୁ ବିଭିନ୍ନ ଅଂଚଳର ବିଶେଷକରି ଯୁବବର୍ଗ ଏଠାକୁ ନିତିପ୍ରତିଦିନ ଆକର୍ଷିତ ହୋଇ ଆସୁଛନ୍ତି। ରାଜଗିରୀରେ ରାତିରେ ରହିବାର ମଜା ଏକ ନିଆରା ହୋଇଥିବାରୁ ବଣଭୋଜି କରିବାକୁ ଆସି ଏଠାରେ ଅନେକ ଲୋକ ରାତିରେ ରହୁଥିବା ଦେଖିବାକୁ ମିଳୁଛି। ହେଲେ କୌଣସି ଲାଇଟ ବ୍ୟବସ୍ଥା ନଥିବାରୁ ଏଠାରେ କେବଳ ଶୁକ୍ଳପକ୍ଷରେ ରହିବାକୁ ଉଚିତ୍ ମଣୁଥିଲାବେଳେ ଅନ୍ୟଦିନେ ନିଜେ ନେଇଥିବା ଲାଇଟରେ ରହିଥାନ୍ତି। ବଣଭୋଜି ଓ ଏଠାକୁ ବୁଲିବାକୁ ଆସୁଥିବା ବ୍ୟକ୍ତିଙ୍କ ରାତି ରହଣିର ସୁବିଧା ପାଇଁ ସରପଂଚ ଶ୍ରୀ ସ୍ୱାଇଁ ସୋଲାର ଲାଇଟ ଲଗାଇ ଥିବାରୁ ତାଙ୍କର ଏହି ପଦକ୍ଷେପକୁ ପ୍ରଶଂସା କରାଯାଇଛି। ଉଲ୍ଳେଖଯୋଗ୍ୟ ୍ ନିକଟ ଅତୀତରେ ଏଠାର ମନମତାଣିଆ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଶୋଭାରାଜିରେ ବିମୋହିତ ହୋଇ ବହୁ ସଂଖ୍ୟାରେ ବ୍ୟକ୍ତି ଆସୁଥିବାର ଜାଣି ଏହି ସ୍ଥାନକୁ ଦଶପଲ୍ଲ।।ର ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ବନ୍ୟବିଭାଗ ଅଧିକାରୀମାନେ ଏଠାକୁ ଆସି ଏହି ସ୍ଥାନର ସୁନ୍ଦର ପରିବେଶ ଦେଖି ଖୁସି ପ୍ରକଟ କରିବା ସହିତ ଏହାର ବିକାଶ ପାଇଁ ଉଦ୍ୟମ କରିବେ ବୋଲି କହିଥିଲେ। ରାଜଗିରୀ ମହାବୀର ପୀଠର ବିକାଶ ପାଇଁ ଅହରହ ଲାଗିଥିବା ମାଳିସାହିର ଦୀପକ ରଂଜନ ସାହୁ, ସନ୍ତୋଷ କୁମାର ମହାପାତ୍ର, ଗୋବିନ୍ଦ ଚନ୍ଦ୍ର ଧରା ମହାପାତ୍ର ଓ ବିଚ୍ଛେଦ କୁମାର ମହାପାତ୍ରଙ୍କ ଉଦ୍ୟମରେ ଏଠାରେ ମଧ୍ୟ ଲୋକଙ୍କ ସୁବିଧା ପାଇଁ ଦୁଇ ବଖରା ଗୃହ ହୋଇଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.