Home କେନ୍ଦୁଝର ରାଘବପୁରରେ ରାଜୁ ମେମୋରିଆଲ କ୍ରିକେଟ, ଗମ୍ଭାରିଆକୁ ପରାସ୍ତ କରି ବନସ୍ଥା ଚମ୍ପିୟନ

ରାଘବପୁରରେ ରାଜୁ ମେମୋରିଆଲ କ୍ରିକେଟ, ଗମ୍ଭାରିଆକୁ ପରାସ୍ତ କରି ବନସ୍ଥା ଚମ୍ପିୟନ

39

ହାଟଡ଼ିହି, ୨୯ । ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ)କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଆଇତିପୁର ପଞ୍ଚାୟତର ରାଘବପୁର ଠାରେ ଚାଲିଥିବା ରାଜୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଏଥିରେ ଭଦ୍ରକ ଜିଲ୍ଲାର ବନସ୍ଥା କ୍ରିକେଟ ଟିମ ଯାଜପୁର ଜିଲ୍ଲାର ଗମ୍ଭାରିଆକୁ ୬୪ରନରେ ପରାସ୍ତ କରି ଚମ୍ପିୟନ ହୋଇଛି । ପ୍ରଥମେ ଟସଜିତି ବନସ୍ଥା ଏକାଦଶ ନିର୍ଦ୍ଧାରିତ ନିଦ୍ଧାରିତ ୧୬ଓଭରରେ ୬ଉଇକେଟ ହରାଇ ୨୨୪ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ କାଳିଆ ମଲ୍ଲିକ ସର୍ବାଧିକ ୭୯ରନ ଓ ଶରତ ବାରିକ ୫୨ରନ କରିଥିଲେ । ଏହାର ଜବାବରେ ଗମ୍ଭାରିଆ ଏକାଦଶ ନିର୍ଦ୍ଧାରିତ ୧୬ଓଭରରେ ୬ଉଇକେଟ ହରାଇ ମାତ୍ର ୧୮୦ରନ କରିବାକୁ ସମର୍ଥ ହୋଇଥିଲା । ଦଳପକ୍ଷରୁ ଅବିନାଶ ସାହୁ ସର୍ବାଧିକ ୫୦ରନ ସଂଗ୍ରହ କରିଥିଲେ । କାଳିଆ ମଲ୍ଲିକଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ଅବିନାଶ ସାହୁଙ୍କୁ ମ୍ୟାନ ଅଫ ଦି ସିରିଜ ଘୋଷଣା କରାଯାଇ ପୁରସ୍କୃତ କରାଯାଇଥିଲା । ରାଜେଶ ମଲ୍ଲିକ ଓ ଜୀବନ ଜ୍ୟୋତି ବାରିକ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ଅନିଲ ଧଳ, ମହେଶ୍ୱର ଧଳ ସ୍କୋରର ଥିବାବେଳେ ହରେକୃଷ୍ଣ ଜେନା, ପ୍ରତାପ ରାଉତ, ସରୋଜ ଜେନା ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ଉଦଯାପନି ଉତ୍ସବରେ ବରିଷ୍ଠ ସାମ୍ବାଦିକ ତଥା ଆନନ୍ଦପୁର ପ୍ରେସକ୍ଲବର ଉପସଭାପତି କିଶୋର ଆଚାର‌୍ୟ୍ୟ, ଶିକ୍ଷକ ବିରଞ୍ଚି ନାରାୟଣ ମହାପାତ୍ର୍ର, ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ଚନ୍ଦ୍ର ଜେନା, କୃଷ୍ଣ ଚନ୍ଦ୍ର ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଚମ୍ପିୟନ ଓ ରନର୍ସଅପ ଦଳକୁ ପୁରସ୍କାର ବିତରଣ କରିଥିଲେ । ସନ୍ତୋଷ ନାୟକ, ଦେବାଶିଷ ରାଉତ, ଅମିୟ ରଞ୍ଜନ ବେହେରା, ଅଭୟ କୁମାର ଜେନା, ମାନସ ଜେନା, ସୁନିଲ କୁମାର ଧଳ ଓ କ୍ଲବର ସମସ୍ତ ସଦସ୍ୟ ମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.