Home କେନ୍ଦ୍ରାପଡ଼ା ରାଉରକେଲା ଷ୍ଟିଲ ପ୍ଲାଣ୍ଟମହାପ୍ରବନ୍ଧକଙ୍କ ପିତୃ ବିୟୋଗ

ରାଉରକେଲା ଷ୍ଟିଲ ପ୍ଲାଣ୍ଟମହାପ୍ରବନ୍ଧକଙ୍କ ପିତୃ ବିୟୋଗ

28

କେନ୍ଦ୍ରାପଡ଼ା, ୪-୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ରାଉରକେଲା ଷ୍ଟିଲ ପ୍ଲାଣ୍ଟର ମହାପ୍ରବନ୍ଧକ ଜ୍ୟୋତି ପ୍ରକାଶ ମଲ୍ଲିକଙ୍କ ପିତା ତଥା କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ପଦନିପାଳ ଗ୍ରାମର ଘନ ମୋହନ ମଲ୍ଲିକଙ୍କର ବୁଧବାର ଭୁବନେଶ୍ୱରର ଏକ ବେସରକାରୀ ହସପିଟାଲରେ ହୃଦଘାତରେ ପରଲୋକ ହୋଇଯାଇଛି। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସ୍ୱର୍ଗତ ମଲ୍ଲିକ ଭୁବନେଶ୍ୱରସ୍ଥିତ ଅଡିଟର ଜେନେରାଲଙ୍କ କାର୍ଯ୍ୟାଳୟର ଜଣେ ଅବସରପ୍ରାପ୍ତ କର୍ମଚାରୀ। ଆଳି ବିଧାୟକ ପ୍ରତାପ କେଶରୀ ଦେବ, ପଦନିପାଳର ଗ୍ରାମବାସୀ ଓ ଭୁବନେଶ୍ୱରର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଗଭିର ଶୋକ ବ୍ୟକ୍ତ କରିଛନ୍ତି। ତାଙ୍କ ମୃତ୍ୟୁ ଶଯ୍ୟା ନିକଟେ ପୁଅ, ବୋହୁ, ନାତି, ନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁତ୍ର ଜ୍ୟୋତି ପ୍ରକାଶ ମୁଖାଗ୍ନି ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.