Home ଓଡ଼ିଶା ରାଉରକେଲା ଇସ୍ପାତ କାରଖାନାର ଷ୍ଟିଲ ମେଲ୍ଟିଂ ସପ-୨ ବିଭାଗରେ ନୂତନ ବ୍ୟବସ୍ଥାର କମିଶନିଙ୍ଗ ସମ୍ପନ୍ନ

ରାଉରକେଲା ଇସ୍ପାତ କାରଖାନାର ଷ୍ଟିଲ ମେଲ୍ଟିଂ ସପ-୨ ବିଭାଗରେ ନୂତନ ବ୍ୟବସ୍ଥାର କମିଶନିଙ୍ଗ ସମ୍ପନ୍ନ

244

ରାଉରକେଲା ୯-୯ (ଓଡ଼ିଆ ପୁଅ/ସୁବୋଧ ନାୟକ) ରାଉରକେଲା ଇସ୍ପାତ କାରଖାନାର ଷ୍ଟିଲ ମେଲ୍ଟିଂ ସପ-୨ ବିଭାଗର କନଭର୍ଟର-୧ ଇଣ୍ଡ୍ୟୁସ ଡ୍ରାଫ୍ଟ ଫ୍ୟାନ (ଆଇଡ଼ି ଫ୍ୟାନ) ନିମନ୍ତେ ଏକ ନୂତନ ଭେରିଏବୁଲ ଫ୍ରିକ୍ଵେନ୍ସି ଡ୍ରାଇଭ (ଭିଏଫଡ଼ି)ବ୍ୟବସ୍ଥା କାର୍ୟ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ଗୌତମ ବାନାର୍ଜୀଙ୍କ ଦ୍ଵାରା ସେପ୍ଟେମ୍ବର ୬ ତାରିଖରେ କମିଶନିଙ୍ଗ ସମ୍ପନ୍ନ ହୋଇଛି। ଏହି ଅବସରରେ ଜିଏମ ମେକାନିକଲ, ଶ୍ରୀ ଏ କେ ଶ୍ରିବାସ୍ତବ, ଷ୍ଟିଲ ମେଲ୍ଟିଂ ସପ-୨ ବିଭାଗର ଜିଏମ, ଶ୍ରୀ ଏ କ ଚକ୍ରବର୍ତ୍ତୀ, ଜିଏମ ଇଲେକ୍ଟ୍ରିକଲ, ଶ୍ରୀ ଏସ ଚକ୍ରବର୍ତ୍ତୀ, ସେଲ ସିଇଟି ରାଉରକେଲା ଶାଖାର ଜିଏମ, ଶ୍ରୀ ଏସ ପି ସିଂହ, କାରଖାନାର ଅନ୍ୟ ବରିଷ୍ଠ ଅଧିକାରୀ ଓ ବହୁ ସଂଖ୍ୟାରେ କର୍ମଚାରୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ସିମେନ୍ସ ନିର୍ମିତ ଉକ୍ତ ଭିଏଫଡ଼ି ସିଷ୍ଟମ ୨.୨ ମେଗାୱାଟ ଡ୍ରାଇଭ ମୋଟରରୁ ଆଇଡ଼ି ଫ୍ୟାନକୁ ଶକ୍ତି ଯୋଗାଇଦେବା ପାଇଁ ଉପଯୋଗ ହେଉଥିବା ହାଇଡ୍ରୋଡାଇନାମିକ ଯନ୍ତ୍ରୋପକରଣ ଫ୍ଲୁଇଡ କପ୍ଲିଙ୍ଗ ବଦଳରେ ସ୍ଥାପନା କରାଯାଇଛି।ଉଲ୍ଲେଖଯୋଗ୍ୟ ଯେ, କନଭର୍ଟରର ପ୍ରଦର୍ଶନରେ ଆଇଡ଼ି ଫ୍ୟାନ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଏହି ନୂତନ ବ୍ୟବସ୍ଥା ଏସଏମଏସ-୨ ବିଭାଗକୁ ବିଭିନ୍ନ ଲାଭ ଯଥା ଉଲ୍ଲେଖନୀୟ ଶକ୍ତି ସଞ୍ଚୟ, ଆଇଡ଼ି ଫ୍ୟାନର ଉପଲବ୍ଧତାରେ ବୃଦ୍ଧି ଏବଂ ତତଜନିତ ଉତ୍ପାଦକତାରେ ଉନ୍ନତି, କମ ରକ୍ଷଣାବେକ୍ଷଣ ଖର୍ଚ୍ଚ ଏବଂ ଫ୍ଲୁଇଡ କପ୍ଲିଙ୍ଗର ବ୍ୟୟବହୁଳ ସ୍ପେୟାରରୁ ଅବ୍ୟାହତି ହାସଲ ହୋଇପାରିବ। ଏହି ପ୍ରକଳ୍ପ ସେଲ ସିଇଟିର କନସଲ୍ଟାନ୍ସି ଅଧୀନରେ ୪.୯ କୋଟି ଟଙ୍କା ବ୍ୟୟରେ କାର୍ୟ୍ୟାନ୍ଵିତ ହୋଇଛି।ଏଥିପୂର୍ବରୁ ଶ୍ରୀ ବାନାର୍ଜୀ ଓ ଅନ୍ୟ ଅତିଥିମାନେ ଏହାର ପାର୍ଶ୍ଵ ଅଞ୍ଚଳରେ ବୃକ୍ଷରୋପଣ କରିଥିଲେ। ଏସଏମଏସ-୨ ବିଭାଗର ଡ଼ିଜିଏମ, ଶ୍ରୀ ବି ଏସ କାର୍ଥା କାର୍ୟ୍ୟକ୍ରମ ସଂଯୋଜନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.