Home ଜିଲ୍ଲା ପରିକ୍ରମା ରାଉରକେଲାରେ ବିଶ୍ୱ ପରିବେଶ ଦିବସ

ରାଉରକେଲାରେ ବିଶ୍ୱ ପରିବେଶ ଦିବସ

301

ରାଉରକେଲା ୬-୬ (ଓଡ଼ିଆ ପୁଅ/ସୁବୋଧ ନାୟକ) : ସାରା ଦୁନିଆରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଥିବା ବେଳେ। ରାଉରକେଲାର ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇ ସଚେତନତାର ବାର୍ତ୍ତା ପ୍ରେରଣ କରାଯାଇଥିଲା। ରାଉରକେଲାର ମୋହିନୀ ବିହାର ସ୍ଥିତ ଚିନ୍ମୟ ଏକାଡେମୀ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଆଜି ପରିବେଶ ସୁରକ୍ଷାର ବାର୍ତ୍ତା ବାଂଟିଥିଲା ଚିନ୍ମୟ ଏାକଡେମୀ। ଏହି ଅବସରରେ ଅନୁଷ୍ଠାନର ନିର୍ଦ୍ଦେଶକ ତ୍ରୀନାଥଦାଶ ମୋହିନୀ ପତାକା ଉତୋଳନ କରି କାର୍ୟ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ପରିବେଶକୁ ସନ୍ତୁଳିତ ରଖିବାକୁ ହେଲେ ଚାରା ରୋପଣ ସହ ପ୍ରତ୍ୟେକ ବ୍ୟକ୍ତି ପରିବେଶ ସୁରକ୍ଷା ସମ୍ବନ୍ଧରେ ଅନ୍ୟଜଣଙ୍କୁ ସଚେତନ କରିବା ଅପରିହାର୍ୟ୍ୟ ବୋଲି ନିଜସ୍ୱ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଦକ୍ଷିଣ ରାଉରକେଲା ଗାୟତ୍ରୀ ପରିବାରର ମୁଖ୍ୟ ଡାକ୍ତର ରାହାସ ବିହାରୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ପରିବେଶ ପ୍ରଦୂଷଣ ମାତ୍ରାରୁ କିଭିଳି ରକ୍ଷା ମିଳିପାରିବ ସେ ସମ୍ପର୍କରେ ସଚେତନ କରାଇଥିଲେ। ପରିବେଶ ସୁରକ୍ଷା ନିମନ୍ତେ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ପରିବେଶର ସୁରକ୍ଷା ପାଇଁ ସାମୁହିକ ଶପଥପାଠ ଓଡ଼ିଆ, ହିନ୍ଦି ଓ ଇଂରାଜୀରେ କରାଯାଇଥିଲା। କାର୍ୟ୍ୟକ୍ରମକୁ ଚିନ୍ମୟ ଇନଷ୍ଟିଚ୍ୟୁଟର ଆଡମିନ ଅଫିସର ପ୍ରଭାତି ସାହୁ ପରିଚାଳନା କରିଥିବା ବେଳେ ଚିନ୍ମୟ ସ୍କୁଲର ଶିକ୍ଷୟତ୍ରୀ ମମତା କୁମାରୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ୟ୍ୟକ୍ରମରେ ଚିନ୍ମୟ ଇନଷ୍ଟିଚ୍ୟୁଟ ଅଫ ଫାୟାର ଆଣ୍ଡ ସେଫ୍ଟି, ଚିନ୍ମୟ ପବ୍ଲିକ ସ୍କୁଲ ଓ ଚିନ୍ମୟ ଆଇଟିଆଇର କର୍ମକର୍ତା ଓ ଛାତ୍ରଛାତ୍ରୀ ମାନେ ସକ୍ରୀୟ ସହଯୋଗ କରିଥିଲେ। ଏହି ଅବସରରେ ଚିନ୍ମୟ ଏକାଡେମୀ ପରିସରରେ ଚାରାରୋପଣ କାର୍ୟ୍ୟକ୍ରମରେ ସମସ୍ତେ ଯୋଗ ଦେଇଥିଲେ। ସେହିପରି ସାରନଗରୀର ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ିପଏଂଟ ପକ୍ଷରୁ ଛାତ୍ରଛାତ୍ରୀଙ୍କ ଗହଣରେ ବିଶ୍ୱ ପରିବେଶ ଦିବସ ଆୟୋଜନ କରାଯାଇଥିଲା। ପରିବେଶକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ଛାତ୍ରଛାତ୍ରୀ ମାନେ ସାମୁହିକ ଶପଥ ପାଠ କରିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ କୁମାର ବେହେରା, ଛାତଛାତ୍ରୀ ମାନଙ୍କୁ ପରିବେଶ ସୁରକ୍ଷା କିପରି ରଖାଯାଇପାରିବ ସେ ସମ୍ପର୍କରେ ଉପଦେଶ ଦେଇଥିଲେ। କାର୍ୟ୍ୟକ୍ରମରେ ଅନୁଷ୍ଠାନ ପକ୍ଷରୁ ଚନ୍ଦ୍ରଶେଖର ମୁନ୍ନୀ, ସୁନୀଲ ସାମଲଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ବିଶ୍ୱ ପରିବେଶ ଦିବସରେ ନିଜକୁ ସାମିଲ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.