Home Top News ରସିକିଆ : ମହିଳା ଅଭିଯୋଗ ନେଇ ଆସିଲେ ଥାନାକୁ, ସାର୍ଟ ଖୋଲି ଦେଲେ ପୋଲିସ୍‌ ବାବୁ,...

ରସିକିଆ : ମହିଳା ଅଭିଯୋଗ ନେଇ ଆସିଲେ ଥାନାକୁ, ସାର୍ଟ ଖୋଲି ଦେଲେ ପୋଲିସ୍‌ ବାବୁ, କହିଲେ ମାଲିସ୍ କର, ଭିଡିଓ ଭାଇରାଲ ହେବା ପରେ ନିଲମ୍ବିତ

150

ନୂଆ ଦିଲ୍ଲୀ ୨୯-୪ (ଓଡ଼ିଆ ପୁଅ) ବିହାରର ସାହରସାରେ ଜଣେ ମହିଳା ଥାନାକୁ ଆଣିଥିଲେ ତାଙ୍କର ଅଭିଯୋଗ ପତ୍ର। କିନ୍ତୁ ଦେଖନ୍ତୁ ପୋଲିସ ବାବୁଙ୍କର ଅମାନବୀୟତା। ସାର୍ଟ ଖୋଲି ଦେଲେ କହିଲେ ମାଲିସ କର। ବାଧ୍ୟ ହୋଇ ମହିଳା ଜଣଙ୍କ ନିରୁପାୟ ହୋଇ ପୋଲିସ ବାବୁଙ୍କ କଥା ମାନିଲେ ଏବଂ ତାଙ୍କୁ ମାଲିସ କଲେ। ବିହାରର ପୋଲିସ ଷ୍ଟେସନରେ ଜଣେ ମହିଳାଙ୍କୁ ମାଲିସ୍ କରୁଥିବା ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି।

ଏହି ଭିଡିଓଟି ସାହରସା ନୋହାଟା ପୋଲିସ ଷ୍ଟେସନର ବୋଲି କୁହାଯାଉଛି। ଯେଉଁଠାରେ ଶଶିଭୂଷଣ ସିହ୍ନା ପୋଲିସ ବାବୁ ବୋଲି କୁହାଯାଉଛି। ଭାଇରାଲ ଭିଡିଓରେ ଶଶିଭୂଷଣ ସିହ୍ନା, ସାର୍ଟ ଖୋଲି ଫୋନରେ କଥା ହେଉଥିବା ନଜର ଆସୁଛନ୍ତି। ଏହି ସମୟରେ ଜଣେ ମହିଳା ତାଙ୍କୁ ମସାଜ୍ କରୁଛନ୍ତି।

ରିପୋର୍ଟ ଅନୁଯାୟୀ, ମସାଜ କରୁଥିବା ମହିଳା ପ୍ରକୃତରେ ପୁଅକୁ ଜେଲରୁ ମୁକ୍ତ କରିବାକୁ ଆସିଥିଲେ। ଏହା ପରେ ପୋଲିସ ଅଧିକାରୀ ଜଣକ ପୁଅକୁ ବାହାରକୁ ଆଣିବାର ନିଶ୍ଚିତତା ସହିତ ମହିଳାଙ୍କୁ ତେଲ ମାଲିସ କରିବାକୁ କହିଥିଲେ।

କିଛି ରିପୋର୍ଟ ଅନୁଯାୟୀ, ଭିଡିଓଟି ପୋଲିସ ଷ୍ଟେସନ ନିକଟରେ ଥିବା ଏକ ଆବାସିକ କ୍ୱାର୍ଟରର ଅଟେ। ଅବଶ୍ୟ ଏହି ଭିଡିଓର ସତ୍ୟତାକୁ ନିଶ୍ଚିତ କରିପାରିବୁ ନାହିଁ। କିନ୍ତୁ ଭିଡିଓ ଭାଇରାଲ ହେବା ପରେ ସହରସା ପୋଲିସ ଅଧୀକ୍ଷକ ଲିପି ସିଂ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି।

https://twitter.com/UtkarshSingh_/status/1519685833271300096

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.