ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା ଘଟଣା ସମଗ୍ର ଅଂଚଳରେ ଶୋକର ଛାୟା ଖେଳାଇଦେଇଛି । ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧିନ ଗୁଆଗଡିଆ ପଂଚାୟତ ହନୁମାନ ମନ୍ଦିରର ପୂଜକ ମୁଷା ଚଇନିଙ୍କ ପୁଅ କାଳିଆ(୨୬) କୌଣସି କାରଣବଶତଃ ଶୋଇବା ଘରେ ବେକରେ ରଶି ଲଗାଇ ଦେଇଥିଲେ । ପରିବାର ପକ୍ଷରୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।








