Home ଜିଲ୍ଲା ପରିକ୍ରମା ରମାଦେବୀଙ୍କ ନିଃସ୍ୱାର୍ଥପର ସେବା ତ୍ୟାଗ ଓ ବଳିଦାନ ସଦାସର୍ବଦା ସ୍ମରଣୀୟ, ୩୮ତମ ଶ୍ରାଦ୍ଧୋତ୍ସବରେ ବକ୍ତାଙ୍କ ମତ

ରମାଦେବୀଙ୍କ ନିଃସ୍ୱାର୍ଥପର ସେବା ତ୍ୟାଗ ଓ ବଳିଦାନ ସଦାସର୍ବଦା ସ୍ମରଣୀୟ, ୩୮ତମ ଶ୍ରାଦ୍ଧୋତ୍ସବରେ ବକ୍ତାଙ୍କ ମତ

17

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାନ୍ ସ୍ୱାଧନତା ସଂଗ୍ରାମୀ, ତପସ୍ୱୀ, ମହିଳା ଜାଗରଣର ପ୍ରମୁଖ ନେତ୍ରୀ ରମାଦେବୀଙ୍କର ୩୮ତମ ଶ୍ରାଦ୍ଧୋତ୍ସବ ଉତ୍କଳ ସର୍ବୋଦୟ ମଣ୍ଡଳ ଭଦ୍ରକ ଜିଲ୍ଲା ତରଫରୁ ବାଇପାସ୍ ଛପୋଲିଆ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅନୁଷ୍ଠାନର ସଭାପତି ସମାଜସେବୀ ଅମର କୁମାର ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ପାଳିତ ହୋଇ ଯାଇଛି । ସଭା ପ୍ରାରମ୍ଭରେ ଗାନ୍ଧୀ ବାଳାଶ୍ରମର ବିଦ୍ୟାର୍ଥୀ ମାନେ ଓ କଣ୍ଠ ଶିଳ୍ପୀ ସୁଶ୍ରୀ ପ୍ରଜ୍ଞା ଦାସ, ଗୁରୁ ରାମହରି ପଣ୍ଡାଙ୍କ ସଂଯୋଜନାରେ ଗାନ୍ଧୀଙ୍କ ପ୍ରିୟ ଭଜନ ଗାନ କରିଥିଲେ । ଗାନ୍ଧୀ ବଳଶ୍ରମର ସଂପାଦକ ଓ ସର୍ବୋଦୟ ମଣ୍ଡଳର ଉପସଭାପତି ଅଶୋକ କୁମାର ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ, ସର୍ବୋଦୟ ମଣ୍ଡଳର ସଂପାଦକ ଗୟାଧର ପଣ୍ଡା ବିବରଣୀ ପାଠ ଓ ସଭାର ଉଦେଶ୍ୟ ଜ୍ଞାପନ କରିଥିଲେ । ବିଶିଷ୍ଟ ସ୍ତମ୍ଭକାର ଓ ଉପଦେଷ୍ଟା ଅଭୟ କୁମାର ଦ୍ୱିବେଦୀ ସମ୍ମାନିତ ଅତିଥି, ଗାନ୍ଧୀ ବିଚାର ମଞ୍ଚର ସଭାପତି ଶାନ୍ତନୁ ରାଉତ ଅନ୍ୟତମ ଅତିଥି, ତ୍ୟାଗଭୂମି ସଭାପତି ଅଜୟ କୁମାର ନାୟକ ମୁଖ୍ୟବକ୍ତା, ପ୍ରାଧ୍ୟାପକ ଲକ୍ଷ୍ମୀଧର ରାଉତ ମୁଖ୍ୟବକ୍ତା ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼ ରାମଚନ୍ଦ୍ର ପଣ୍ଡା ମୁଖ୍ୟ ଉପଦେଷ୍ଟା, ଡ ରାଧାରାଣୀ ମହାପାତ୍ର ଶିକ୍ଷାବିତ୍‌, ବରିଷ୍ଠ ନାଗରିକ ସଭାପତି ଲଲାଟେନ୍ଦୁ ମହାନ୍ତି ପ୍ରମୁଖ ମା’ ରମା ଦେବୀଙ୍କ ଜୀବନୀ, ତ୍ୟାଗ, ସମାଜର ଉନ୍ନତି, ନାରୀ ଜାଗରଣର ଭୂମିକା ସ୍ୱାଧୀନତା ଆନ୍ଦୋଳନରେ ଯୋଗଦାନ, ମହାତ୍ମା ଗାନ୍ଧୀ ଓ ବିନୋବା ଭାବେଜୀଙ୍କ ଆଦର୍ଶରେ ଦେଶ ପ୍ରତି ତାଙ୍କର ସେବାର ପଟାନ୍ତର ନାହିଁ ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ ।

ବର୍ତ୍ତମାନ ଯେପରି ଭାବେ କୋମଳମତି ବାଳକ ବାଳିକା ମାନେ ନିଶା ସେବନରେ ଲିପ୍ତ ହେଉଛନ୍ତି, ତାର ନିବାରଣ ପାଈଁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ । ତତ୍ ସଙ୍ଗେସଙ୍ଗେ ମହିଳା ମାନଙ୍କ ପ୍ରତି ପାଶବିକ ଅତ୍ୟାଚାରର ନିବାରଣ ପାଇଁ ସଭାପତି ଶ୍ରୀ ପାଣିଗ୍ରାହୀ ଓ ସମସ୍ତ ଅତିଥି ବୃନ୍ଦ ଉଦ୍ୟମ କରିବାକୁ ମନ୍ତବ୍ୟ ପ୍ରଦାନ କରିଥିଲେ । ଭାରତ ଚୀନ ଯୁଦ୍ଧରେ ସୈନିକ ମାନଙ୍କ ସେବା ଓ ମନୋବଳ ବୃଦ୍ଧି କିପରି କରିଥିଲେ, ମୁଖ୍ୟବକ୍ତା ଓ ଅତିଥି ମାନେ ପ୍ରକାଶ କରିଥିଲେ । ସମାଜ ସେବୀ ଇନ୍ଦ୍ରମଣି ପଣ୍ଡା, ନାରୀ ନେତ୍ରୀ କଲ୍ପନା ଜେନା,ଅଲିଳ ପ୍ରଭା ରାଉଳ, ଶୈଳେନ୍ଦ୍ର ପାଢ଼ୀ, ସୁଧାକର ରାଉତ ପ୍ରମୁଖ କହିଲେ ସେ ଥିଲେ ଓଡ଼ିଶାର ଜଣେ ଦରଦୀ ମା । ବରିଷ୍ଠ ନାଗରିକ ସଂପାଦକ କୈଳାଶ ମହାପାତ୍ର , ସମାଜ ସେବୀ ମଦନ ମୋହନ ମହାକୁଡ, ବିଜୟ ସାହୁ, ସର୍ବୋଦୟ ମଣ୍ଡଳ ଯୁଗ୍ମ ସଂପାଦକ ନାରାୟଣ ପାଢ଼ୀ ନାରୀ ନେତ୍ରୀ ଚୈତାଳି ଖିଲାର, ରବୀନ୍ଦ୍ର ପଣ୍ଡା, ଭୁପତୀ ପଣ୍ଡା, ହୃଷୀକେଶ ପାଣିଗ୍ରାହୀ ପ୍ରମୁଖ ନିଜର ମତାମତ ପ୍ରଦାନ କରି କହିଥିଲେ ଯେ ମା ରମାଦେବୀ ସଦା ସର୍ବଦା ଓଡ଼ିଆ ଜାତି ନିକଟରେ ସ୍ମରଣୀୟ । ସର୍ବଶେଷରେ ଶିକ୍ଷାବିତ୍ ଲକ୍ଷ୍ମୀକାନ୍ତ ବାରିକ ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.