Home ଜିଲ୍ଲା ପରିକ୍ରମା ମଜଦୁର ମାନେ ଚିର ଅବହେଳିତ, ବିଏମ୍‌ଏସ୍‌ର ପ୍ରତିଷ୍ଠା ଦିବସ ପାଳିତ

ମଜଦୁର ମାନେ ଚିର ଅବହେଳିତ, ବିଏମ୍‌ଏସ୍‌ର ପ୍ରତିଷ୍ଠା ଦିବସ ପାଳିତ

12
??????

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତର ସର୍ବବୃହତ୍ ମଜଦୁର ୟୁନିୟନ ଭାରତୀୟ ମଜଦୁର ସଂଘର ୬୯ତମ ପ୍ରତିଷ୍ଠା ଦିବସ ଭଦ୍ରକ ବନ୍ଥଛକ ସ୍ଥିତ ଆଖଣ୍ଡଳେଶ୍ୱର ମନ୍ଦିର ସମ୍ମିଳନୀ କକ୍ଷରେ ପାଳିତ ହୋଇ ଯାଇଛି । ପ୍ରତ୍ୟେକ ମଣିଷ କର୍ମ କରି ଜୀବନ ନିର୍ବାହ କରେ । ସେ ନିଜ ପାଇଁ କରୁ କି ଅନ୍ୟ ପାଖରେ କରୁ । ତେବେ ଆଜି ଯେଉଁମାନେ ଅନ୍ୟ ପାଖରେ କାର୍ଯ୍ୟ କରି ନିଜର ଜୀବିକା ନିର୍ବାହ କରୁଛନ୍ତି, ସେମାନେ ନିଜ କର୍ମର ଉପଯୁକ୍ତ ପ୍ରାପ୍ୟ ପାଉ ନାହାନ୍ତି । ଚିର ଅବହେଳିତ ହୋଇ ଜୀବନ ଯାପନ କରୁଛନ୍ତି । ସରକାର ସେମାନଙ୍କୁ ଉପଯୁକ୍ତ ପ୍ରାପ୍ୟ ପ୍ରଦାନର ସୁବନ୍ଦୋବସ୍ତ କରିବା ନିହାତି ଦରକାର ବୋଲି ଆୟୋଜିତ ପ୍ରତିଷ୍ଠା ଦିବସର ମୁଖ୍ୟଅତିଥି ଭାବେ ରାଜ୍ୟ ସରକାରୀ କର୍ମଚାରୀ ସଂଘର ଉପସଭାପତି ବିଜୟ ମିଶ୍ର ଯୋଗ ଦେଇ ମତବ୍ୟକ୍ତ କରିଥିଲେ । ସଂଘର ଜିଲ୍ଳା ସଭାପତି ମନୋଜ ବସନ୍ତରାୟ ସଭାରେ ପୌରୋହିତ୍ୟ କରି ସଂଗଠନକୁ ସୁଦୃଢ କରିବାକୁ ହେଲେ ଏହାର ବିଚାରଧାରାକୁ ଆଗ ବୁଝିବାକୁ ପଡ଼ିବ ବୋଲି ମତ ପ୍ରକାଶ କରିଥିଲେ । ଜିଲ୍ଳା କାର୍ଯ୍ୟକାରୀ ସଭାପତି ଜାନକୀ ଦାସ, ସମ୍ପାଦକ ପରେଶ ନାଥ ଧଳଙ୍କ ସମେତ ଅଲ୍ ଓଡ଼ିଶା ଅଙ୍ଗନୱାଡି ଲେଡିଜ ୱାର୍କର୍ସ ଆସୋସିଏସନର ଜିଲ୍ଳା ସଭାନେତ୍ରୀ ଜୟନ୍ତୀ ଜେନା, କମଳାକାନ୍ତ ସାହୁ ମଞ୍ଚାସିନ ହୋଇଥିଲେ । ସଭାରେ ବିଏମ୍‌ଏସ୍ ସହିତ ଅନୁବନ୍ଧିତ ଧାମରା ବନ୍ଦର କର୍ମଚାରୀ ସଂଘ, ଅଲ୍ ଓଡ଼ିଶା ଅଙ୍ଗନୱାଡି ଲେଡିଜ୍ ୱାର୍କର୍ସ ଆସୋସିଏସନ, ଜିଲ୍ଳା ଆଶାକର୍ମୀ ସଂଘ, ବିଶ୍ୱକର୍ମା ମଜଦୁର ସଂଘ, ଭଦ୍ରକ ଜିଲ୍ଲା ନିର୍ମାଣ ମଜଦୁର ସଂଘର କର୍ମକର୍ତ୍ତା, ସଦସ୍ୟ ସଦସ୍ୟା ଚନ୍ଦ୍ରଶେଖର ଜେନା, ମନୋଜ ଲେଙ୍କା, ଶୁଭେନ୍ଦୁ ନାୟକ, ବସନ୍ତ ରାଉତ, ଲକ୍ଷ୍ମୀପ୍ରିୟା ରାଉତ, ବଳରାମ ନାୟକ, କୃପାସିନ୍ଧୁ ନାୟକ, ବିଶ୍ୱନାଥ ଜେନା, ନାରାୟଣ ପାଣିଗ୍ରାହୀ, ରବିନ୍ଦ୍ର ଦେଓ, ଆରତୀ ପଣ୍ଡା, ରୁବିଲତା ନାୟକ, କନକଲତା ବିଶ୍ୱାଳ, ତିଳୋତ୍ତମା ସାହୁ, ବାସନ୍ତୀ ଜେନା ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.