Home Top News ରବି ଶାସ୍ତ୍ରୀ ନେଲେ କରୋନା ଟିକା

ରବି ଶାସ୍ତ୍ରୀ ନେଲେ କରୋନା ଟିକା

41

ମୁମ୍ବାଇ ୨-୩ (ଓଡ଼ିଆ ପୁଅ) ଦେଶରେ କରୋନା ଟିକା ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧ ରୁ ଆରମ୍ଭ ହୋଇଛି। ଏହି ଅଭିଯାନ ଅଧୀନରେ ଏବେ ଅନେକ ବୟସ୍କଙ୍କୁ ଟିକା ଦିଆଯାଇଛି। ମଙ୍ଗଳବାର ଟିମ୍ ଇଣ୍ଡିଆର କୋଚ୍ ରବି ଶାସ୍ତ୍ରୀ ଟୀକାଗ୍ରହଣ କରିଛନ୍ତି।

ରବି ଶାସ୍ତ୍ରୀଙ୍କୁ ଅହମ୍ମଦାବାଦ ଆପୋଲୋ ହସ୍ପିଟାଲରେ ଟିକା ଦିଆଯାଇଛି। ଡାକ୍ତରଖାନାରେ ପ୍ରଥମ ଡୋଜ୍ ନେବାପରେ ରବି ଶାସ୍ତ୍ରୀ ସୋସିଆଲ୍ ନେଟୱାର୍କିଂ ସାଇଟ୍ ଟ୍ୱିଟରରେ ଏହା ପ୍ରକାଶ କରିଛନ୍ତି। ଅପର ପଟେ ରବି ଶାସ୍ତ୍ରୀ ବୈଜ୍ଞାନିକ ଏବଂ ଡାକ୍ତରୀ ଦଳର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

ରବିଶଙ୍କର ଶାସ୍ତ୍ରୀ (ଜନ୍ମ ୨୭ ମଇ ୧୯୬୨) ବର୍ତ୍ତମାନ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ, ପୂର୍ବତନ ସମୀକ୍ଷକ, କ୍ରିକେଟର ତଥା ଭାରତୀୟ ଜାତୀୟ କ୍ରିକେଟ୍ ଦଳର ବର୍ତ୍ତମାନର ମୁଖ୍ୟ ପ୍ରଶିକ୍ଷକ। ଜଣେ ଖେଳାଳୀ ଭାବରେ ସେ ୧୯୮୧ ରୁ ୧୯୯୨ ମଧ୍ୟରେ ଭାରତ ଜାତୀୟ କ୍ରିକେଟ୍ ଦଳ ପାଇଁ ଉଭୟ ଟେଷ୍ଟ ଏବଂ ODI ରେ ଖେଳିଥିଲେ। ଯଦିଓ ସେ ବାମହାତୀ ସ୍ପିନ୍ ବୋଲର ଭାବରେ କ୍ୟାରିଅର୍ ଆରମ୍ଭ କରିଥିଲେ, ପରେ ସେ ବ୍ୟାଟିଂ ଭଲ କରି ଅଲରାଉଣ୍ଡ ଭାବରେ ପରିଚିତ ହୋଇଥିଲେ।

ସେ ୧୯୮୫ ରେ ଅଷ୍ଟ୍ରେଲିଆରେ ଚାଲିଥିବା କ୍ରିକେଟ୍ ବିଶ୍ୱ ଚାମ୍ପିଅନସିପ୍ ରେ ଚାମ୍ପିଅନ୍ ହୋଇଥିଲେ।

ସୂଚନାଯୋଗ୍ୟ, ୬୦ବର୍ଷରୁ ଅଧିକ ଓ ବହୁବିଧ ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ଆକ୍ରାନ୍ତଙ୍କୁ ଆଜିଠାରୁ ଟିକା ଦିଆଯାଉଛି। ସରକାରୀ ସେଣ୍ଟରରେ ଟିକା ମାଗଣା ଦିଆଯାଉଛି।

କ’ଣ କରିବାକୁ ପଡ଼ିବ

– ଟିକା ନେବାକୁ ଆଗ୍ରହୀ ବ୍ୟକ୍ତିଙ୍କୁ କୋ-ୱିନ୍ ପୋର୍ଟାଲ୍‌ରେ ପଞ୍ଜିକରଣ କରିବାକୁ ପଡ଼ିବ।

– ଆଗୁଆ ପଞ୍ଜିକରଣ କରି ନଥିଲେ ଅନ୍ ସ୍ପଟ ରେଜିଷ୍ଟ୍ରେସନ୍ କରିପାରିବେ।

– ସରକାରୀ ହସ୍ପିଟାଲରେ ଟିକା ମାଗଣାରେ ମିଳୁଥିବା ବେଳେ ଘରୋଇ ହସ୍ପିଟାଲରେ ପ୍ରତି ଡୋଜକୁ ୨୫୦ ଟଙ୍କା ଦେବାକୁ ପଡ଼ିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.