Home କନ୍ଧମାଳ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

307

ବାଲିଗୁଡା, ୧୯/୬ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) -ବାଲିଗୁଡା ରଥଯାତ୍ରା ପାଇଁ ସ୍ଥାନୀୟ ଉପଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ସିନେ୍ଧ ଦତାତ୍ରୟ ଭାଉସାହେବଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ରଥଯାତ୍ରା ପାଇଁ ତିନୋଟି ରଥକାମ ସରିଲାଣିକି ନାହିଁ ଓ ରଥପାଇଁ କଣକଣ ଆବଶ୍ୟକରତା କାମ ସରିବା ପରେ ରଥର ନୀରିକ୍ଷଣ କରିବ ପୁର୍ତ୍ତବିଭାଗ, ରଥଯାତ୍ରା ସମୟରେ ଟ୍ରାଫିକର ବ୍ୟବସ୍ଥା ସହ ପାଣିର ବ୍ୟବସ୍ଥା, ରଥ ଟାଣିବା ସମୟରେ କଣ କଣ ଆବଶ୍ୟକ, ମାଉସୀ ମା’ ମନ୍ଦିରରେ ଭୋଗର ବ୍ୟବସ୍ଥା ସହ ବାହୁଡା ଓ ଠାକୁର ବଡ ଦେଉଳକୁ ଯିବା ପର୍ଯ୍ୟନ୍ତ ସମସ୍ତ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା। ରଥଯାତ୍ରା ସମସ୍ତଙ୍କ ସହଯୋଗ କରିବାକୁ ଉପଜିଲ୍ଲାପଲା କହିଥିଲେ। ଉପ ଜିଲ୍ଲାପାଳଙ୍କ ସମେତ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ବିଡିଓ ନରେଶ ଚନ୍ଦ୍ର ଶବର ମଂଚାସୀନ ଥିଲେ। ମନ୍ଦିର ଟ୍ରଷ୍ଟି ମଧୁସୁଦନ ଦାସ, ଅଭିମନ୍ୟୁ ପଣ୍ଡା, ରଂଜିତ କୁମାର ମହାନ୍ତୀ ପ୍ରମୁଖ ଉପସ୍ଥିତ ରହି ମନ୍ଦିରର ରଥଯାତ୍ରା ଉପରେ ସମସ୍ତ ଦାୟୀତ୍ୱ ନେଇଛନ୍ତି। ତହସିଲଦାର କ୍ଷୀରୋଦ ତନୟା ସାହୁ, ଏନଏସି ଅଧ୍ୟକ୍ଷା ମମତା ବେହେରା, ଆଇଆଇସି ପ୍ରଶାନ୍ତ ବେହେରା, ଗଙ୍ଗାଧର ସାହୁ, ଶ୍ରୀନିବାସ ରାଓ, ଆଦିକନ୍ଧ ମହାରଣା, ପ୍ରକାଶ ନାୟକ, ଚିତ୍ତ ରଂଜନ ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.