Home Top News ରଥଯାତ୍ରା ପାଇଁ ତିନି ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ

ରଥଯାତ୍ରା ପାଇଁ ତିନି ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ

42

ପୁରୀ ୨୮-୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରଥଯାତ୍ରା ପାଇଁ ତିନି ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ। ରଥରେ ଶିଖ ଡମ୍ବରୁ, ପାର୍ଶ୍ୱ ଦେବାଦେବୀ, ପ୍ରଭା ରଙ୍ଗ କାର୍ଯ୍ୟ ଚାଲୁ ରହିଛି। କେବଳ ରଥରେ କପଡ଼ା ପଡ଼ିବାର କାର୍ଯ୍ୟ ବାକି ରହିଛି। ସେପଟେ ତିନି ରଥରେ କଳସ ଲଗାଯାଇଛି। ଏହାଛଡ଼ା ଅଁଳା, ଶୁଆ ଏବଂ ଓଲଟ ଶୁଆ ଲଗାଯାଇଛି। ପ୍ରଭାକାମ ଶେଷ ହୋଇଛି।

ରୂପକାରମାନେ ପ୍ରଭାରେ ରଙ୍ଗ କରୁଛନ୍ତି। ପଦ୍ମପାଖୁଡ଼ା କାମ ଶେଷ ହୋଇଛି। ବେଦିପାର୍ଶ୍ୱ ପଟା ଓ ହଂସପଟା ଲଗାଯାଇଛି। ଦରଜି ସେବକମାନେ ଦୁଆରବେଢ଼ା, ଅଁଳାଶ୍ରୀ ଏବଂ ଚନ୍ଦ୍ରଶାଳି ପାଇଁ କନା କାଟୁଛନ୍ତି। ତିନି ସାରଥିଙ୍କ ପାଇଁ ପୋଷାକ ପ୍ରସ୍ତୁତ କରାଯାଉଛି। ଚିତ୍ରକାର ସେବକ ରଥ ପାର୍ଶ୍ଵ ଦେବଦେବୀ, ସାରଥି, ଘୋଡ଼ା ଏବଂ ସଖୀଙ୍କୁ ରଙ୍ଗ କରୁଛନ୍ତି। ପ୍ରଭା ସମେତ ଠେକରା ବାଡ଼ ସଂଯୋଗ କରାଯିବା କାର୍ଯ୍ୟକ୍ରମ ରହିଛି। ତିନିରଥ ବେଦୀରେ ପଟା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି। ରଥ ନିର୍ମାଣରେ ୨୦୦ ସେବକ ନିୟୋଜିତ ହୋଇଛନ୍ତି। ଆସନ୍ତା ନେତ୍ରୋତ୍ସବ ଦିନ ତିନି ରଥ କୁ ଶ୍ରୀମନ୍ଦିର ସିଂହ ଦ୍ଵାର ନିକଟ ରେ ଲଗାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.