Home ଓଡ଼ିଶା ରଥଖଳାରେ ରଥନିର୍ମାଣ କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି

ରଥଖଳାରେ ରଥନିର୍ମାଣ କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି

194

ପୁରୀ, ୯/୬-୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ରଥର ଦି୍ୱତୀୟ ଭୂଇଁ ଉପରେ ୪ ନାହାକା ରେ ଗୟଳ କୁ ଏବଂ ୪ ନାହାକା କୁ ବାନ୍ଧି ରଖିବା ପାଇଁ ଯମକ ଫିଟିଙ୍ଗ୍ ପରେ ୩ ରଥରେ ତୃତୀୟ ଭୂଇଁ ପଡିଲା। ୩ ରଥରେ ନାହାକା ବାନ୍ଧେଣୀ ପାଇଁ ତଳ କଇଁଛ ରଥର ଦକ୍ଷିଣ ପାଶ୍ୱର୍ରେ ଫିଟିଙ୍ଗ୍ କରାଯାଇଛି। ଏବଂ ରଥର ବାମ ପାର୍ଶ୍ୱ କଇଁଚି ରଥ ଚାଳିରେ ଚଉପଟ ହେଉଛି। ଚଉପଟ ପରେ ତାହା ଫିଟିଙ୍ଗ୍ କରାଯିବ। ରଥରେ ଲାଗି ହେଉଥିବା ୧୩ ପରସ୍ତ ପୋଟଳ ମଧ୍ୟରୁ ୧୦ ପରସ୍ତ ପୋଟଳ ମାପ ହୋଇ କଟିଙ୍ଗ୍ ସରିଛି। ଆଉ ୩ ପରସ୍ତ ପୋଟଳ ନିର୍ମାଣ ପାଇଁ ରଥ ଅମିନ ଲକ୍ଷ୍ମଣ ମହାପାତ୍ର ଭୋଇ ସେବକଙ୍କ ଦ୍ୱାରା ରଥ ଚାଳି କୁ ପଠାଇଛନ୍ତି। ଓଝା ସେବକ ମାନେ ସେଥିରେ ବାସିଆ କଂଟା ଏବଂ ଗୋଡଛାଇ କଂଟା ବାଡେଇ ସଂପୂର୍ଣ୍ଣ ପରେ ୩ ରଥର ପୋଟଳ ଲାଗି ହେବ। ୩ ରଥରେ ଚକା ଗୁଜ ଦଣ୍ଡା ଇତ୍ୟାଦି ରେ ପ୍ରାଇମର ମରାଯାଛି। ପ୍ରାଇମର ଲାଗିସାରିବା ପରେ ରଥର ରଙ୍ଗ କାର୍ଯ୍ୟ ଆରମ୍ଭ ହେବ। ଶ୍ରୀ ମନ୍ଦିର ନୁତନ କାର୍ଯ୍ୟାଳୟ ର ତଳେ ପାର୍ଶ୍ୱ ଦେବାଦେବୀ ଓଲଟ ଶୁଆ ଶିଖର ଡମ୍ବରୁ ସଖି କଳସ, ଅଁଳା, ଦ୍ୱାରପାଳ ଇତ୍ୟାଦି କୁ ଧୁଆଯାଇ ସଫା କରାଯାଇ ନୁତନ ଭାବେ ରଙ୍ଗ କାର୍ଯ୍ୟ ଚିତ୍ରକାର ସେବକଙ୍କ ଦ୍ୱାରା ଆରମ୍ଭ ହୋଇଛି। ରୂପକାର ସେବକ ମାନେ ରଥ ଚାଳିରେ ଚାର ପରିଛା ଏବଂ ନାଟ ଗୋଡ ରେ ଡାଲିଲଟା ଏବଂ ରାହୁରୁପ ଖୋଦେଇ ଜାରି ରଖିଛନ୍ତି। ରଥ ଚାଳିରେ ୩ ରଥର ମହାରାଣା ସେବକ ମାନେ କଳସ ପାଖୁଡା କଳସ ପେଣ୍ଡିରେ ପାଖୁଡା ସଂଯୋଗ ଦ୍ୱାର ବେଢାର ମଗର ନିର୍ମାଣ ରେ ଲାଗି ପଡିଛନ୍ତି। ଦୋଳବେଦୀ ଠାରେ ଅସ୍ଥାୟୀ ଶାଳରେ ଓଝା ସେବକା ମାନେ ବାସିଆ କଂଟା ଗୋଡି ଛାଲ କଂଟା ଏବଂ ଦଣ୍ଡା ବାଡିଆ କଂଟା ନିର୍ମାଣ ରେ ଲାଗିଛନ୍ତି।ରଥ ନିର୍ମାଣ କାର୍ଯ୍ୟରେ ବିଶ୍ୱକ୍ରମା ସେବକ ଭୋଇ ସେବକ ଓଝା ସେବକ ଚିତ୍ରକାର ଓ ରୂପକାର ମାନେ ଯଥା ସମୟରେ ଯେପରି ରଥ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବ ସେଥିପାଇଁ ଯୋରସୋର ରେ ନିର୍ମାଣ କାର୍ଯ୍ୟ କୁ ଆଗେଇ ନେଉଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.