Home ଓଡ଼ିଶା ରତ୍ନ ଭଣ୍ଡାର ଖୋଲି ଅଳଙ୍କାର ତନଖି, ଚାବି ହଜିବାକୁ ନେଇ ହୋଇ ଥିବା ତଦନ୍ତର ରିପୋର୍ଟ...

ରତ୍ନ ଭଣ୍ଡାର ଖୋଲି ଅଳଙ୍କାର ତନଖି, ଚାବି ହଜିବାକୁ ନେଇ ହୋଇ ଥିବା ତଦନ୍ତର ରିପୋର୍ଟ ସାର୍ବଜନୀନ କରିବା ଦାବି ନେଇ ପୁରୀ ଯୁବ କଂଗ୍ରେସ ପକ୍ଷରୁ ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

74

ପୁରୀ, ୨୯।୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲି ଅଳଙ୍କାର ତନଖି କରିବା, ରତ୍ନ ଭଣ୍ଡାର ଚାବି ହଜିବା ନେଇ ହୋଇ ଥିବା ତଦନ୍ତର ରିପୋର୍ଟ ସାର୍ବଜନୀନ କରିବା ଦାବି ନେଇ ପୁରୀ ଯୁବ କଂଗ୍ରେସ ପକ୍ଷରୁ ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯାଇଛି। ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାସଙ୍କ ନେତୃତ୍ୱରେ ଏହି ପ୍ରତିବାଦ କରାଯାଇ ଥିଲା। ସଂଗଠନ ଅଭିଯୋଗ କରିଛି ମହାପ୍ରଭୁ ହେଉଛନ୍ତି କୋଟି କୋଟି ହିନ୍ଦୁଙ୍କ ଆସ୍ଥାର ପ୍ରତୀକ। ତାଙ୍କ ଅଳଙ୍କାର ସୁରକ୍ଷା ନେଇ ରାଜ୍ୟ ସରକାର ଯେଭଳି ଚୁପ ବସିଛନ୍ତି ତାହା ଗ୍ରହଣୀୟ ନୁହେଁ। ସେହିପରି ରତ୍ନ ଅସୁରକ୍ଷିତ ଥିବା ବେଳେ ଏହାର ମରାମତି ମଧ୍ୟ ରାଜ୍ୟ ସରକାର କରୁ ନାହାନ୍ତି। ଯାହାକି ଅତ୍ୟନ୍ତ ଚିନ୍ତା ଜନକ। ରତ୍ନ ଭଣ୍ଡାର ଚାବି ହଜିବା ଘଟଣା, ନକଲି ଚାବି ମିଳିବା ଘଟଣାକୁ ନେଇ ଭକ୍ତ ମହଲରେ ରତ୍ନ ଭଣ୍ଡାର ସୁରକ୍ଷା ନେଇ ନାନା ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଏହାକୁ ନେଇ ହୋଇ ଥିବା ବିଚାର ବିଭାଗୀୟ ତଦନ୍ତ ରିପୋର୍ଟକୁ ସରକାର ଚାପି ରଖିଛନ୍ତି। ତୁରନ୍ତ ସରକାର ରତ୍ନ ଭଣ୍ଡାର ଖୋଲି ଅଳଙ୍କାରର ଗଣତି କରିବା, ରତ୍ନ ଭଣ୍ଡାର ମରାମତି କରିବା ସହ, ଓ ରତ୍ନ ଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ରିପୋର୍ଟ ସାର୍ବଜନୀନ ସରକାର ନ କଲେ ୭ ଦିନ ପରେ ପୁରୀ ଯୁବ କଂଗ୍ରେସ ଆମରଣ ଅନଶନ କରିବ ବୋଲି ଚେତାବନୀ ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.