Home କେନ୍ଦୁଝର ରତକଣା ଗାଁରେ ଏକତ୍ର ବୁଲିବାକୁ ବାରଣ କରିବାରୁ ପୁଲିସ ଉପରକୁ ଆକ୍ରମଣ

ରତକଣା ଗାଁରେ ଏକତ୍ର ବୁଲିବାକୁ ବାରଣ କରିବାରୁ ପୁଲିସ ଉପରକୁ ଆକ୍ରମଣ

228

ହାଟଡ଼ିହି-୨୭/୪, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର କରୋନା ପାଇଁ ସମ୍ବେନ୍ଦନଶୀଳ ଗାଁ ଭାବେ ପରିଚିତ ହୋଇଥିବା ରତକଣା ଗାଁରେ ଲୋକମାନଙ୍କୁ ବୁଝାଇବାକୁ ଯାଇ ପୁଲିସ ଆକ୍ରୋଶର ଶୀକାର ହୋଇଛି । ଫଳରେ ଗାଁରେ ଉତ୍ତେଜନା ମୁଳକ ପରିସ୍ଥିତି ସୃଷ୍ଟି ହୋଇଛି । ଖବରରୁ ଜଣାଯାଇଛି ଯେ ଗାଁରେ କିଛି ଲୋକ ଯାଜପୁର ଓ ଭଦ୍ରକ ଜିଲ୍ଲାର କରୋନା ଆକ୍ରାନ୍ତଙ୍କ ସଂଷ୍ପର୍ଶରେ ଆସିଥିବାରୁ ସେମାନଙ୍କୁ ପଞ୍ଚାୟତ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଆଇସୋଲେସନ ସେଣ୍ଟରରେ ରଖାଯାଇଛି । ଏଥିପାଇଁ ଗାଁର ସମସ୍ତ ପ୍ରବେଶପଥକୁ ସିଲ କରାଯାଇ ଗାଁ ମୁଣ୍ଡ ମାନଙ୍କରେ ପୁଲିସ ଫୋର୍ସ ମୃତୟନ କରାଯାଇଛି । ଗତ କିଛିଦିନ ହେଲା ଆଇସୋଲେସନ ପାଖରେ କିଛି ପିଲା ସଂଘବଦ୍ଧ ହୋଇ ବୁଲାବୁଲି କରୁଥିବାରୁ ପୁଲିସ ବାରମ୍ବାର ସେମାନଙ୍କୁ ବାରଣ କରିଆସୁଥିଲା । ଆଜି ମଧ୍ୟ କିଛିପିଲା ସଂଘବଦ୍ଧହୋଇ ମାସ୍କ ନପିନ୍ଧି ବୁଲାବୁଲି କରୁଥିବାବେଳେ ପୁଲିସ ଏମାନଙ୍କୁ ବାରଣ କରିଥିଲା । ସମସ୍ତ ପିଲାମାନେ ପୁଲିସ କଥାମାନି ଘରକୁ ପଳାଇଥିବାବେଳେ ଜଣେ ଯୁବକ ଆମ ଗାଁରେ ତ ପଜେଟିଭ ବାହାରି ନାହିଁ କାହିଁକି ଆମ ଗାଁକୁ ୧୨ଦିନ ହେଲା ବନ୍ଦ କରିରଖିଛ ବୋଲି କହି ପୁଲିସ ସହିତ ଯୁକ୍ତି କରିବାରୁ ପୁଲିସ କର୍ମଚାରୀ ଉକ୍ତ ଯୁବକକୁ ଦୁଇ ପାହାର ଦେଇଥିଲେ । ଏହାର କିଛି ସମୟପରେ ଗାଁର ୨୦ରୁ ୩୦ଜଣ ଯୁବକ ସଂଘବଦ୍ଧ ଭାବେ ଆସି ଗାଁ ମୁଣ୍ଡରେ ଗାଳି ଗୁଳଜ କରିବା ସହିତ ପୁଲିସ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ଏପରିକି ରୋଷେଇ କରୁଥିବା କର୍ମଚାରୀ ମାନଙ୍କୁ ମଧ୍ୟ ସେମାନେ ଛାଡି ନଥିଲେ । କରୋନାରେ ଲୋକମାନଙ୍କୁ ସୁରକ୍ଷା ଦେବାକୁ ଯାଇ ଥିବା ପୁଲିସ କର୍ମଚାରୀମାନଙ୍କ ଉପରକୁ ଏପରି ଆକ୍ରମଣ ଘଟଣାରେ ପୁଲିସ କର୍ମଚାରୀମାନେ ସଙ୍ଗେସଙ୍ଗେ ନନ୍ଦିପଦା ଥାନାକୁ ଜଣାଇବା ସହିତ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଛନ୍ତି । ଖବରପାଇ ନନ୍ଦିପଦା ପୁଲିସ ଓ ସ୍ଥାନୀୟ ସରପଞ୍ଚ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଆକ୍ରମଣ କରିବାକୁ ଆସିଥିବା ଯୁବକମାନେ ଆଉ ଗାଁରୁ ବାହାରି ନଥିଲେ । ଏହାକୁନେଇ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.