Home ଓଡ଼ିଶା ରଣପୁର ସ୍ୱପ୍ନେଶ୍ୱର ମନ୍ଦିରରୁ ମୂର୍ତ୍ତି ଚୋରୀ, ସନ୍ଧାନୀ କୁକୁର ଦ୍ୱାରା ତଦନ୍ତ

ରଣପୁର ସ୍ୱପ୍ନେଶ୍ୱର ମନ୍ଦିରରୁ ମୂର୍ତ୍ତି ଚୋରୀ, ସନ୍ଧାନୀ କୁକୁର ଦ୍ୱାରା ତଦନ୍ତ

83

ନୟାଗଡ଼ ୧୩/୦୪ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଥାନା ଅଂଚଳରେ ଦିନକୁ ଦିନ ଚୋରୀ ବଢିବାରେ ଲାଗିଛି। ପୋଲିସ ଚୋର ଧରିବାରେ ବିଫଳ ହେଉଥିବା ବେଳେ ରଣପୁର ସ୍ୱପ୍ନେଶ୍ୱର ମନ୍ଦିରରୁ ମୁର୍ତ୍ତି ଚୋରୀ ଘଟଣା ପୋଲିସ ପାରିବା ପଣିଆକୁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଚୋରମାନେ ସ୍ୱପ୍ନେଶ୍ୱର ମନ୍ଦିରରୁ ରାଜ ରାଜୁଡା ଅମଳର ୨ ଟି ଶିବପାର୍ବତୀ ମୁର୍ତ୍ତି, ଗୋଟିଏ ଶିବଙ୍କ ନଟରାଜ ମୁର୍ତ୍ତି ଆଉ ୨ଟି ହରପାର୍ବତୀଙ୍କର ପିତ୍ତଳ ମୁର୍ତ୍ତି ଚୋରୀକରି ପୋଲିସକୁ ଚ୍ୟାଲେଞ୍ଜ ଦେଇଥିବା ଆଲୋଚନା ହେଉଛି। ଏତଲା ପାଇଲା ପରେ ରଣପୁର ଥାନା ନିରୀକ୍ଷକ ଜ୍ୟୋତି ପ୍ରକାଶ ପଣ୍ଡା, ଉପ ନିରୀକ୍ଷକ ପ୍ରିତି ପ୍ରକାଶ ମହାନ୍ତି ଓ ବିନୟ ପରିଡ଼ା ମନ୍ଦିର ନିକଟକୁ ଯାଇ ଏପ୍ରିଲ ୧୩ ତାରିଖ ସକାଳୁ ତଦନ୍ତ ଚଳାଇଥିବା ଜଣାପଡ଼ିଛି। ଏପ୍ରିଲ ୧୨ ତାରିଖ ମଧ୍ୟ ରାତ୍ରିରେ ମନ୍ଦିରୁ ଚୋରୀ ହୋଇଥିବା ଅଭିଯୋଗ ହୋଇଥିଲା। ରଣପୁର ଥାନା ପୋଲିସ ତଦନ୍ତରେ ସନ୍ଧାନୀ କୁକୁରର ସହାୟତା ନେଇଥିଲେ ମଧ୍ୟ ସନ୍ଧାନୀ କୁକୁର ଫେଲ ମାରିଥିବା ଜଣାପଡିଛି।

ସନ୍ଧାନୀ କୁକୁର ମନ୍ଦିର ପଛପଟେ ପଡିଥିବା ଭଙ୍ଗାତାଲାକୁ ଆଘ୍ରାଣ କରି ପ୍ରାୟ ଅଧକିଲୋମିଟର ବାଟ ରଣପୁର ତହସିଲ ଅଫିସ ପଛପଟ ଜମିକୁ ଯାଇଥିଲା। ତାପରେ ସେଠାରେ ଶୋଇ ରହିବା ଯୋଗୁଁ ସନ୍ଧାନୀ କୁକୁର କୁ ରଣପୁର ଥାନାକୁ ଫେରାଇ ଅଣାଯାଇଥିଲା। ଅତୀତରେ ରଣପୁର ଜଗନ୍ନାଥ ମନ୍ଦିରରୁ ଅଷ୍ଟଧାତୁ ନିର୍ମିତ ମଦନମୋହନ ଙ୍କୁ ଚୋରୀ କରି ଚୋରମାନେ ନେଇଯାଇଥିଲେ। କିନ୍ତୁ ମଦନମୋହନଙ୍କ ମହାତ୍ମା ଏପରିଥିଲାଯେ ଚୋରମାନେ ପାମ୍ପଡା ମୁଣ୍ଡିଆ ନିକଟରେ ମାଟିତଳେ ପୋତି ରଖିଥିଲେ ମଧ୍ୟ ନେଇପାରି ନଥିଲେ। ପରବର୍ତ୍ତି କାଳରେ ଏକବର୍ଷ ମଧ୍ୟରେ ମାଟିତଳୁ ମୂର୍ତ୍ତି ତାଡିନେବା ସମୟରେ ପୁରୀ ଅଂଚଳର ୨ଜଣ ଚୋର ଲୋକଙ୍କ ହାତରେ ଧରାପଡି ଜେଲ ଯାଇଥିଲେ। ଇତି ମଧ୍ୟରେ ରଣପୁର ମା ମଣିନାଗ ମନ୍ଦିରରୁ ଚୋରୀ ହୋଇଥିବା ରୂପାର ମକୁଟ, ସୁନାର ଆଖି ଓ ଘଣ୍ଟା ଘଣ୍ଟି ଚୋରୀ ହୋଇଥିଲେ ମଧ୍ୟ ରଣପୁର ପୋଲିସ ଦ୍ୱାରା ଚୋରଙ୍କୁ ଧରି ଚୋରୀ ଜିନିଷ ଉଦ୍ଧାର କରାଯାଇଥିଲା। କିନ୍ତୁ ଏବେ ଯେତେସବୁ ଚୋରୀ ହଉଛି ପୋଲିସର ହାତ ଖାଲି ରହୁଛି। ସମୟ କହିବ ସ୍ୱପ୍ନେଶ୍ୱର ମନ୍ଦିର ମୂର୍ତ୍ତି ଚୋର ଧରା ପଡୁଛି କି ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.