Home ଓଡ଼ିଶା ରଣପୁର ରେ ମିଳୁନି ପାଠ୍ୟ ପୁସ୍ତକ ଛାତ୍ର ଛାତ୍ରୀ ଅଭିଭାବକ ଅସନ୍ତୋଷ

ରଣପୁର ରେ ମିଳୁନି ପାଠ୍ୟ ପୁସ୍ତକ ଛାତ୍ର ଛାତ୍ରୀ ଅଭିଭାବକ ଅସନ୍ତୋଷ

49

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୫/୦୮- କରୋନା ପ୍ରଭାବ ରେ ଶିକ୍ଷା ବ୍ୟବସ୍ତା ଭୁଷୁଡିବାରେ ଲାଗିଛି । ଗତ ଶିକ୍ଷା ବର୍ଷ ରେ ପ୍ରଥମ ରୁ ଅଷ୍ଟମ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ନଯାଇ ପରୀକ୍ଷା ନଦେଇ ସମସ୍ତେ  ଉତୀନ୍ନ ହେଲେ । କିନ୍ତୁ ଚଳିତ  ଶିକ୍ଷା ବର୍ଷ ଆରମ୍ଭ ହୋଇଥିଲେ ମଧ୍ୟ ଏଯାଏଁ ବିଦ୍ୟାଳୟ ଖୋଲି ନାହିଁ ।  କେବଳ ଶିକ୍ଷକ ବିଦ୍ୟାଳୟ କୁ ଯାଇ ଯେଉଁଠି ମୋବାଇଲ ନେଟୱାର୍କ ଅଛି ସେଠି ଶିକ୍ଷାଦାନ ଦେଉଛନ୍ତି । ବିଦ୍ୟାଳୟ କୁ ପିଲାମାନେ ଆସୁନାହାଁନ୍ତି । ଯେଉଁ ଗ୍ରାମାଞ୍ଚଳ ପିଲା ମାନଙ୍କର ମୋବାଇଲ ନାହିଁ ସେମାନେ ଶିକ୍ଷା ପାଇବାରୁ ବଂଚିତ ହେଉଛନ୍ତି । ଅଭିଭାବକ ମାନେ ନିଜେ ନିଜ ପିଲା ମାନଙ୍କୁ ଘରେ ଶିକ୍ଷାଦାନ ଦେବାକୁ ଚାହିଁଲା ବେଳେ ପାଠ୍ୟ ପୁସ୍ତକ ଶିକ୍ଷକ ମାନେ ଯୋଗାଉ ନଥିବା ଅଭିଯୋଗ ହେଉଛି ।

ପାଠ୍ୟ ପୁସ୍ତକ ଯୋଗାଣ ବିଳମ୍ବ ନେଇ ରଣପୁର ବ୍ଲକ ଶିକ୍ଷା ଅଧିକାରୀ ରତ୍ନାକର ପାଣି ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ପ୍ରଥମ ଶ୍ରେଣୀ ରେ ୧୮୬୭ ପିଲା ବହି ଆସିଛି ୧୬୫୦ସେଟ୍‌  , ଦ୍ୱିତୀୟ ଶ୍ରେଣୀ ରେ ୧୯୩୪ ପିଲା ବହି ଆସିଛି ୧୮୨୩ ସେଟ୍ , ଚତୁର୍ଥ ଶ୍ରେଣୀ ରେ ୨୦୭୫ ପିଲା ବହି ଆସିଛି ୨୦୨୦ ସେଟ୍ , ପଞ୍ଚମ ଶ୍ରେଣୀରେ ୨୨୭୩ ପିଲା ବହି ଆସିଛି ୧୯୨୫ ସେଟ୍‌  , ଷଷ୍ଠ ଶ୍ରେଣୀରେ ୨୧୮୬ ପିଲା ବହି ଆସିଛି ୨୦୭୫ ସେଟ୍ କିନ୍ତୁ ଇଂରାଜୀ ବହି ଆସିଛି ମାତ୍ର ୧୦୭୫ ସେଟ୍ ବାକି ତୃତୀୟ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲା ସଂଖ୍ୟା ଠାରୁ ଅଧିକ ବହି ଆସିଛି । କରୋନା ଯୋଗୁଁ ଘରୋଇ ବିଦ୍ୟାଳୟ ଗୁଡିକରୁ ଅନେକ ଛାତ୍ର ଛାତ୍ରୀ ସରକାରୀ ବିଦ୍ୟାଳୟ ରେ ଅଧିକ ସଂଖ୍ୟା ରେ ନାମ ଲେଖାଇଲେ ।  ତେଣୁ ସଂଖ୍ୟା ଜାଣି ହେଲା ନାହିଁ । ସଂଖ୍ୟା ଅନୁସାରେ ବହି ଆସିପାରିଲା ନାହିଁ । ଏବେ ବହି ମଗା ଯାଇଛି  ବହି ଆସିଲେ ବଣ୍ଟନ କରାଯିବ । ଅପର ପକ୍ଷେ ତୁରନ୍ତ ବହି ଯୋଗାଇବା ପାଇଁ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.