Home ଓଡ଼ିଶା ରଣପୁର ରେ ଭାରତ ବନ୍ଦ ସଫଳ

ରଣପୁର ରେ ଭାରତ ବନ୍ଦ ସଫଳ

26

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୭/୦୯-ନୟାଗଡ ଜିଲ୍ଲା ରଣପୁର ରେ ସଂଯୁକ୍ତ କିଷାନ୍ ମୋର୍ଚ୍ଚାର ଆହ୍ୱାନ କ୍ରମେ ରଣପୁର ରେ ଭାରତ ବନ୍ଦ ସଫଳ ହୋଇଥିବା ଜଣାପଡିଛି । କେନ୍ଦ୍ର ମୋଦୀ ସରକାର ଙ୍କ କୃଷକ ଓ ଶ୍ରମିକ ମାରନ ନୀତି ବିରୁଦ୍ଧରେ ସଂଯୁକ୍ତ କିଷାନ୍ ମୋର୍ଚ୍ଚା ସେପ୍ଟେମ୍ବର ୨୭ ତାରିଖ ରେ ଭାରତ ବନ୍ଦ ଡାକରା ଦେଇଥିଲା  । ଏଥିରେ ସି ଆଇ ଟି ୟୁ , କୃଷକ ସଭା କଂଗ୍ରେସ ଦଳ ସମର୍ଥନ ରେ ସକାଳ ୭ ଟାରୁ ଦିନ ୨ ଟା ପର୍ଯ୍ୟନ୍ତ ରାଜସୁନାଖଳା ଠାରେ ରେଳ ରୋକ ସହ ରାଜସୁନାଖଳା ବଜାର , ରଣପୁର ବଜାର ୫୭ ନଂ ଜାତୀୟ ରାଜପଥ ଚାନ୍ଦପୁର ଠାରେ ଥିବା ୧୬ ନଂ ଜାତୀୟ ରାଜପଥ କୁ ଅବରୋଧ କରାଯାଇଥିଲା ।

ରଣପୁର ର ସମସ୍ତ କାର୍ଯ୍ୟାଳାୟ ଆଗରେ ବିକ୍ଷୋଭ କରାଯାଇଥିଲା ।  ଏଥିରେ ଶ୍ରମିକ ନେତା ସୁରେଷ ସ୍ୱାଇଁ ଙ୍କ ସହ କଂଗ୍ରେସ କୃଷକ ମୋର୍ଚ୍ଚାର ସଭାପତି ଧୃବଚରଣ ପରିଡା, ସୁରେନ୍ଦ୍ର ନାଥ କଳଷ ଙ୍କ ନେତୃତ୍ୱ ରେ ଶହ ଶହ  କର୍ମୀ ଯୋଗ ଦେଇଥିଲେ । ଫଳ ରେ ରଣପୁର ରେ ସମସ୍ତ ସରକାରୀ କାର୍ଯ୍ୟାଳୟ ସହ ବେସରକାରୀ ଅନୁଷ୍ଠାନ , ବ୍ୟବସାୟ ପ୍ରତିଷ୍ଠାନ , ଗାଡି ମଟର ବନ୍ଦ ରହିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.