Home ଓଡ଼ିଶା ରଣପୁର ରେ ଭାରତୀୟ ମହିଳା ହକିଦଳ କୁ ସ୍ୱାଗତ ଓ ପୁରୁଷ ହକିଦଳ କୁ ବଧାଇ 

ରଣପୁର ରେ ଭାରତୀୟ ମହିଳା ହକିଦଳ କୁ ସ୍ୱାଗତ ଓ ପୁରୁଷ ହକିଦଳ କୁ ବଧାଇ 

64

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୫/୦୮- ରଣପୁର ସ୍ପୋର୍ଟସ୍ ଆସୋସିଏସନ୍ ଓ ନୟାଗଡ ହକି ଆସୋସିଏସନ୍ ତରଫରୁ ଅଗଷ୍ଟ ୫ ତାରିଖ ଅପରାହ୍ନ ୫ ଘଟିକା ସମୟରେ ଟୋକିଓ  ଅଲମ୍ପିକ୍ ରେ ଭାଗ ନେଇଥିବା ଭାରତୀୟ ପୁରୁଷ ହକିଦଳ ବ୍ରୋଞ୍ଚ ପଦକ ଜିତି ଭାରତ ପାଇଁ ଗର୍ବ ଆଣିଥିବା ଯୋଗୁଁ ବଧାଇ ଉତ୍ସବ ପାଳିତ ହୋଇଛି । ସେହିଭଳି ଭାବରେ ମହିଳା ଭାରତୀୟ ହକିଦଳ ଭାରତ ପାଇଁ ଗର୍ବ ଗୈାରବ ଆଣିବା ପାଇଁ ସ୍ୱାଗତ କରାଯାଇଥିବା ଜଣାପଡିଛି ।

ରଣପୁର ସ୍ପୋର୍ଟସ୍ ଆସୋସିଏସନ୍ ର ସାଧାରଣ ସମ୍ପାଦକ ସ୍ୱରାଜ ମହାନ୍ତି ଏହି ବଧାଇ ଓ ସ୍ୱାଗତ ଉତ୍ସବ କୁ ଆୟୋଜନ କରିଥିଲେ । ରଣପୁର ଠାରେ ପ୍ରତିଦିନ ୧୦୦ ପାଖାପାଖି ଛାତ୍ର ଛାତ୍ରୀ ହକି କ୍ରିଡା ଅଭ୍ୟାସ କରୁଥିବା ଜଣାପଡିଛି । ନୟାଗଡ ଜିଲ୍ଲା ରେ ହକିର ଏନ୍ତୁଡିଶାଳ ପାଲଟିଛି ରଣପୁର ବାଘସାମନ୍ତ ଖେଳ ପଡିଆ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.