Home ଓଡ଼ିଶା ରଣପୁର ରେ ଭାଜପା ନୟାଗଡ ଜିଲ୍ଲା ପଦାଧିକାରୀ ଙ୍କ ବୈଠକ

ରଣପୁର ରେ ଭାଜପା ନୟାଗଡ ଜିଲ୍ଲା ପଦାଧିକାରୀ ଙ୍କ ବୈଠକ

57

ନୟାଗଡ/୨୭/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରଣପୁର ନିର୍ବାଚନ ମଣ୍ଡଳୀ ଭାଜପା ଦଳୀୟ କାର୍ଯ୍ୟାଳୟ ରଣପୁର ଠାରେ ନୟାଗଡ ଜିଲ୍ଲା ଭାରତୀୟ ଜନତା ପାର୍ଟି ନୟାଗଡ ଜିଲ୍ଲା ପଦାଧିକାରୀ ଙ୍କର ଏକ ବୈଠକ ମାର୍ଚ୍ଚ ୨୭ ତାରିଖ ଅପରାହ୍ନ ୪ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଅଛି । ମାର୍ଚ୍ଚ ୨୮ ତାରିଖ ନୟାଗଡ ଏକ ଘରୋଇ କଲ୍ୟାଣ ମଣ୍ଡପ ରେ ହେବାକୁ ଥିବା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ପାଇଁ ଏହି ବୈଠକ ରେ ଚୁଡାନ୍ତ ରୂପରେଖ କରାଯାଇଥିଲା ।

ଏଥିରେ ଭାରତୀୟ ଜନତା ପାର୍ଟି ର ନୟାଗଡ ଜିଲ୍ଲା ପ୍ରଭାରୀ ନିରଞ୍ଜନ ମିଶ୍ର , ଭାଜପା ନୟାଗଡ ଜିଲ୍ଲା ସଭାପତି ଲାଲା ମନୋଜ ରାୟ , ରଣପୁର ର ପୁର୍ବତନ ବିଧାୟିକା ତଥା ପୁର୍ବତନ ମନ୍ତ୍ରୀ ସୁରମା ପାଢୀ , ଖଣ୍ଡପଡା ପୁର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂଦେଓ , ଦଶପଲ୍ଲା ପୁର୍ବତନ ବିଧାୟକ ପୁର୍ଣ୍ଣଚନ୍ଦ୍ର ନାୟକ , ଭାଜପା ନୟାଗଡ ଜିଲ୍ଲା ସାଧାରଣ ସମ୍ପାଦକ ପରେଶ ଚନ୍ଦ୍ର ମିଶ୍ର , ଗୋଡିପଡା ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଭାଗବତ ସେଠୀ , ଜିଲ୍ଲାର ୮ ଗୋଟି ବ୍ଲକ ଓ ଏନ୍‌.ଏ.ସି ରୁ ଆସିଥିବା ପଦାଧିକାରୀ ମାନେ ଯୋଗ ଦେଇଥିଲେ । କାର୍ଯ୍ୟକାରିଣୀ ବୈଠକ କୁ ଶୃଙ୍ଖଳା ର ସହ କରିବା ପାଇଁ ନିଷ୍ପତି ନିଆଯାଇଥିଲା  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.