ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୫/୦୮- ନୟାଗଡ ଜିଲ୍ଲା ରଣପୁର ତହସିଲି ଅନ୍ତର୍ଗତ ଦର୍ପନାରାୟଣପୁର ରେଭେନ୍ୟୁ ସର୍କଲ ମର୍ଦକୋଟ ନିକଟରେ କିଛି ଦିନ ହେଲା ଏକ ବେଆଇନ୍ ପଥର ଖଣି ଚାଲିଥିଲା । ରଣପୁର ତହସିଲଦାର ସଂଜୟ କୁମାର ସାମନ୍ତରାୟ ଅଗଷ୍ଟ ୫ ତାରିଖ ଅପରାହ୍ନ ରେ ଏହି ଖଣି ଉପରେ ଚଢାଉ କରିଥିଲେ । ଚଢାଉ ରେ ଏକ ପ୍ରୋକ୍ଲିନ୍ ଓ ଏକ ଟ୍ରାକ୍ଟର ଜବତ କରିଥିବା ଜଣାପଡିଛି ।
ତହସିଲ ଅଫିସ ଗାଡି ଦେଖି ଅଭିଯୁକ୍ତ ମାନେ ଜଙ୍ଗଲ ଭିତରକୁ ଦଉଡି ପଳାଇ ଯାଇଥିଲେ । ଏହି ଚଢାଉ ରେ ରେଭେନ୍ୟୁ ସୁପରଭାଇଜର ପ୍ରମୋଦ କୁମାର ବେହେରା , ରେଭେନ୍ୟୁ ଅଧିକାରୀ ପଞ୍ଚାନନ ସାହୁ , ଅନିଲ୍ କୁମାର ବେହେରା , ଅରୁଣ କୁମାର ସେଠୀ ଓ ସୁରକ୍ଷା ବଳ ସାମିଲ୍ ହୋଇଥିଲେ । ଅଭିଯୁକ୍ତ ମାନଙ୍କ ନାମ ଖବର ଲେଖାହେଲା ପର୍ଯ୍ୟନ୍ତ ଜଣାପଡିନଥିଲା ।