Home ଓଡ଼ିଶା ରଣପୁର ରେ ଓଡିଶା ବନ୍ଦ ର ମିଶ୍ର ପ୍ରଭାବ

ରଣପୁର ରେ ଓଡିଶା ବନ୍ଦ ର ମିଶ୍ର ପ୍ରଭାବ

82

ନୟାଗଡ/୧୫/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ଓଡିଶା ପ୍ରଦେଶ କଂଗ୍ରେସ କମିଟି ର ସଭାପତି ନିରଞ୍ଜନ ପଟ୍ଟନାୟକ ଙ୍କ ଡାକରା ରେ ଓଡିଶା ବନ୍ଦ  ର ମିଶ୍ର ପ୍ରଭାବ ରଣପୁର ରେ ପଡିଥିବା ଜଣାପଡିଛି । ସାରା ରାଜ୍ୟରେ ପେଟ୍ରୋଲ , ଡିଜେଲ ଓ ରନ୍ଧନ ଗ୍ୟାସ ର ଅହେତୁକ ଦର ବୃଦ୍ଧି ଯୋଗୁଁ ଏହି ବନ୍ଦ ଡାକରା ଦିଆଯାଇଥିଲା । ରଣପୁର କଂଗ୍ରେସ ଦଳ ର ପୁର୍ବତନ ବିଧାୟିକା ପ୍ରାର୍ଥୀ ଶୁଭଶ୍ରୀ ପଣ୍ଡା ଓରଫ୍ ମିଲି ଙ୍କ ନେତୃତ୍ୱରେ ରଣପୁର ଏନ୍ ଏ ସି ର ପୁର୍ବତନ କାଉନସିଲର ସତ୍ୟ ରଞ୍ଜନ ମତା , ରଣପୁର ବ୍ଲକ କଂଗ୍ରେସ ସଭାପତି ଧୃବ ଚରଣ ପରିଡା , ବାଉଁଶଗଡ ସରପଞ୍ଚ ଯୁବ ନେତା ଦିଲ୍ଲୀପ କୁମାର ଜେନା , ଆଇନଜିବୀ ଶତୃଘ୍ନ ପାଇକରାୟ , ପୁର୍ବତନ ସରପଞ୍ଚ ସୁର୍ଦଶନ ପ୍ରଧାନ ଆଦି ଶତାଧିକ କଂଗ୍ରେସ କର୍ମୀ ଏହି ବନ୍ଦ ରେ ସାମିଲ ହୋଇଥିଲେ ।

ସମସ୍ତ ଯାତ୍ରୀବାହୀ ଯାନ , ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ଆଦି ସକାଳ ୭ଘଟିକାରୁ  ମଧ୍ୟାନ୍ନ ୧ ଘଟିକା ପର୍ଯ୍ୟନ୍ତ ବନ୍ଦ ରହିଥିଲା । ରଣପୁର ପଞ୍ଚୁଦୋଳ ପଡିଆ ଠାରେ କଂଗ୍ରେସ କର୍ମୀ ମାନେ ରାସ୍ତା ରୋକ କରିଥିବା ବେଳେ ବଜାର ରେ ପରିବା ଦୋକାନ ଓ ତେଜରାତି ଦୋକାନ ଆଦି ଖୋଲା ରହିଥିବା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.