Home ଓଡ଼ିଶା ରଣପୁର ରେ ଅଗ୍ନିଶମ ସେବା ସପ୍ତାହ ପାଳନ ଅବସର ରେ ମକ୍‌ଡ୍ରିଲ୍‌

ରଣପୁର ରେ ଅଗ୍ନିଶମ ସେବା ସପ୍ତାହ ପାଳନ ଅବସର ରେ ମକ୍‌ଡ୍ରିଲ୍‌

21

ନୟାଗଡ/୧୯/୦୪(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ସାର ରାଜ୍ୟ ରେ ଅଗ୍ନିଶମ ସେବା ସପ୍ତାହ ପାଳନ ଅବସର ରେ ରଣପୁର ଅଗ୍ନିଶମ ବାହିନୀ ର ରଣପୁର ବ୍ରଜେନ୍ଦ୍ର ଚନ୍ଦ୍ର ନୋଡାଲ୍ ଉଚ୍ଚ ବିଦ୍ୟାଳୟ ରେ ମକ୍‌ଡ୍ରିଲ୍ ଅନୁଷ୍ଠିତ ହୋଇ ଯାଇଅଛି । ଏହି ସପ୍ତାହ ଏପ୍ରିଲ ୧୪ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏପ୍ରିଲ ୧୪ ତାରିଖ ରେ ମଧ୍ୟ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମକ୍‌ଡ୍ରିଲ୍ ଅନୁଷ୍ଠିତ ହୋଇଥିଲା । ବ୍ରଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ବନଲତା ବେହେରା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କୋଭିଡ୍ କଟକଣା ଯୋଗୁଁ ସିମିତ ସଂଖ୍ୟକ ଛାତ୍ର ଛାତ୍ରୀ ଙ୍କୁ ନେଇ ଏହି ମକ୍‌ଡ୍ରିଲ୍ କରାଯାଇଥିଲା ।

ଅଗ୍ନିକାଣ୍ଡ କୁ କିପରି ରୋକା ଯାଇପାରିବ ଓ ଧନ ସମ୍ପତି ସହ କିପରି ଜୀବନ ରକ୍ଷା ହୋଇ ପାରିବ  ସେ ସର୍ମ୍ପକିତ କୈାଶଳ ର ପ୍ରଦର୍ଶନ କରାଯାଇଥିଲା । ଏଥିରେ ରଣପୁର ଅଗ୍ନିଶମ ବାହିନୀ ର ଅଧିକାରୀ ସରୋଜ କୁମାର ଦାସ , ମୁଖ୍ୟ ଆଗ୍ନିକ ଅମରେନ୍ଦ୍ର ତ୍ରୀପାଠି, ଆଗ୍ନିକ ଗିରିଧାରି ଗଉଡ, ବିଷ୍ଣୁ ଦଳେଇ, ଜୀବନ ପରିଡା, ମନୋଜ ଗଉଡ, ଲେଲିନ୍ ସାହୁ ଏମାନେ ମକ୍‌ଡ୍ରିଲ୍ ରେ  କଳା କୈାଶଳ ପ୍ରଦର୍ଶିତ କରାଇଥିଲେ । ଯାହାଫଳ ରରେ ଅଗ୍ନିକାଣ୍ଡ ରୁ ରକ୍ଷା ସହ ଧନ ଜୀବନ ରକ୍ଷା ର ଜନସଚେତନତା ସୃଷ୍ଟି ହୋଇ ପାରିଥିବାର ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.