Home ଓଡ଼ିଶା ରଣପୁର ରାଜ ଉଆସ କୁ ଆଜି ଆସିବେ ଖିଲାମୁଣ୍ଡା

ରଣପୁର ରାଜ ଉଆସ କୁ ଆଜି ଆସିବେ ଖିଲାମୁଣ୍ଡା

167

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୮/୦୯-  ରାଜ ରାଜୁଡା ଅମଳ ରୁ ସୁଦୁର ଘଞ୍ଚ ଜଙ୍ଗଲ ରେ ରହୁଥିବା ରଣପୁର ରାଜ ପରିବାର ଓ ରଣପୁର ଗଡଜାତ ଅଂଚଳ ର ଅଧିଷ୍ଠାତ୍ରୀ ଦେବୀ ଭାବେ ମା  ଖିଲାମୁଣ୍ଡା ପରିଚିତ । ଶାରଦୀୟ  ଦଶହରା ପୂଜା ପାଇଁ ମା ଖିଲାମୁଣ୍ଡା ପ୍ରତି ବର୍ଷ ଦ୍ୱିତୀୟା ଓଷା ଦିନ କାଠି ଯୋଗେ ରାଜ ଉଆସ କୁ ଆସିଥାନ୍ତି । ଆଜି ଦ୍ୱିତୀୟା ଓଷା ତିଥି ପଡୁଥିବାରୁ ମା ଖିଲାମୁଣ୍ଡା ସୁଦୁର ଘଞ୍ଚ ଜଙ୍ଗଲ ରୁ ରାଜ ଉଆସ କୁ ଆସୁଥିବା ଜଣାପଡିଛି ।

ସେଥିପାଇଁ ଘଞ୍ଚ ଜଙ୍ଗଲ ରାଆଁଳା , ସାନ ଚାକୁଣ୍ଡାଝର , ଭେଟବର ,ଧଁମଡା , କରଡାପଲ୍ଲା , ଡୁବୁରି ଗଡ , କଳାମାଟିଆ , ନୂଆ ନନ୍ଦପୁର , ନନ୍ଦପୁର , ଗାଁ ବାଣିକିଲୋ ଠାରୁ  ବାଲମୁକୁଳି ଠାକୁରାଣୀ ପର୍ଯ୍ୟନ୍ତ ସମସ୍ତ ଜାଗା ରେ ଭୋଗ ଭିଆଣ ଖଞ୍ଜା  ଯାଇଥିବା ଜଣାପଡିଛି । ଏତଦ୍ ବ୍ୟତିତ ରଣପୁର ଅଂଚଳ ର ପୁରପଲ୍ଲୀ ରେ ମାଙ୍କ ପାଇଁ ଷୋଳ ପୂଜା ର ପ୍ରଥମ ପୂଜା ପାଇଁ ତତ୍ପର ହୋଇ ଉଠିଥିବା ଜଣାପଡିଛି । ରାଜ ଉଆସ ରେ ମା ଖିଲାମୁଣ୍ଡା ଙ୍କ ଆସ୍ଥାନ ପ୍ରସ୍ତୁତ କରି ରାଜା ଦିଲ୍ଲୀପ ଚନ୍ଦ୍ର ସିଂଦେଓ  ଅପେକ୍ଷା କରିଥିବା ଦେଖିଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.