Home ଓଡ଼ିଶା ଓଡିଆ ପୁଅ ରେ ଖବର ପ୍ରକାଶନ ପରେ ଭିନ୍ନକ୍ଷମ ଙ୍କୁ ମିଳିଲା ସହାୟତା

ଓଡିଆ ପୁଅ ରେ ଖବର ପ୍ରକାଶନ ପରେ ଭିନ୍ନକ୍ଷମ ଙ୍କୁ ମିଳିଲା ସହାୟତା

31

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୮/୦୯- ରାଜ୍ୟ ସରକାର ଭିନ୍ନକ୍ଷମ ମାନଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି । କିନ୍ତୁ କିଛି କର୍ମଚାରୀ ଙ୍କ ଅବହେଳା ଯୋଗୁଁ ଭିନ୍ନକ୍ଷମ ମାନେ ଅସହାୟ ହୋଇଥିଲେ ମଧ୍ୟ ଯୋଜନା ର ସୁଫଳ ପାଇପାରୁନାହାଁନ୍ତି । ଗଣମାଧ୍ୟ୍ୟମ ରେ ଖବର ପ୍ରକାଶନ ପରେ ପ୍ରଶାସନ ର ଅସହାୟ ମାନେ ଦୃଷ୍ଟି କୁ ଆସୁଛନ୍ତି । ପ୍ରଶାସନିକ ଅଧିକାରୀ ମାନେ ସହାୟତା ର ହାତ ବଢାଉଥିବା ଦେଖିବାକୁ ମିଳୁଛି । ସେବଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ରେ । ଗତ ସେପ୍ଟେମ୍ବର ୨୬ ତାରିଖ ରେ ଦୈନିକ ଓଡିଆ ପୁଅ ରେ ଏକ ଖବର ଶୀର୍ଷକ ଦୁର୍ବିସହ ଜୀବନ ଛୋଟା ଗୋଡକୁ ବଢୁଛି ଆବୁ ପ୍ରକାଶନ ହୋଇଥିଲା । ଯାହାକୁ ନେଇ ପ୍ରଶାସନ ସେହି ଖବର କୁ ଭିତ୍ତି କରି  ଚମ୍ପାଗଡ ଗ୍ରାମ ପଞ୍ଚାୟତ ଶ୍ରୀକୃଷ୍ଣପୁର ଗ୍ରାମର ଦିଲ୍ଲୀପ ତାଡ ଙ୍କୁ ପ୍ରଶାସନିକ ଅଧିକାରୀ ସହାୟତା ପ୍ରଦାନ କରିଥିବା ଜଣାପଡିଛି ।

ନୟାଗଡ ଉପ ଜିଲ୍ଲାପାଳ ଲଗ୍ନଜିତ୍ ରାଉତ ଙ୍କ ନିର୍ଦେଶ କ୍ରମେ ରଣପୁର ମଣ୍ଡଳ ଉନ୍ନୟନ ଅଧିକାରିଣୀ ଋିତୁପର୍ଣ୍ଣା ମହାପାତ୍ର , ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ରତନ୍‌ଲାଲ୍ ଲୋହରା ଓ ରଣପୁର ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ନିବେଦିତା ଜାନି ଭିନ୍ନକ୍ଷମ ଦିଲ୍ଲିପ ତାଡ ଙ୍କୁ ଏକ ତିନି ଚକିଆ ସାଇକେଲ ଓ ଆଶା ବାଡି ପ୍ରଦାନ କରିଥିବା ଜଣାପଡିଛି । ବଢୁଥିବା ଆବୁ ର ଅସ୍ତ୍ରୋପଚାର ପାଇଁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ଯୋଗାଯୋଗ କରିବାକୁ କୁହାଯାଇଛି । ଯାହାଫଳ ରେ ୭୦ ଭାଗ ଭିନ୍ନକ୍ଷମ ଦିଲ୍ଲିପ ତାଡ ପ୍ରଶାସନ କୁ ଧନ୍ୟବାଦ ଦେବା ସହ ଓଡିଆ ପୁଅ ଖବର  ପ୍ରତି କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.