Home ଓଡ଼ିଶା ରଣପୁର ମହୋତ୍ସବର ଶେଷ ସଂଧ୍ୟାରେ……. ଦର୍ଶକଙ୍କ ମନ ମୋହିଲା ହ୍ୟୁମାନ ସାଗର ଅର୍କେଷ୍ଟ୍ରା

ରଣପୁର ମହୋତ୍ସବର ଶେଷ ସଂଧ୍ୟାରେ……. ଦର୍ଶକଙ୍କ ମନ ମୋହିଲା ହ୍ୟୁମାନ ସାଗର ଅର୍କେଷ୍ଟ୍ରା

549

ନୟାଗଡ/୦୯/୦୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ରଣପୁର ମହୋତ୍ସବ ଅର୍ଜୁନ୍ ୨୦୨୦ ଉଦ୍‌ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବରେ ଚିଲିକା ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ, ମୁଖ୍ୟ ବକ୍ତା ଭାବରେ ପୁର୍ବତନ ସାଂସଦ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପାଟ୍ଟସାଣୀ, ସମ୍ମାନିତ ଅତିଥି ଭାବରେ ନୟାଗଡ ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ଲଗ୍ନଜିତ୍ ରାଉତ, ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବୈଜୟନ୍ତିବାଳା ମହାନ୍ତି, ରଣପୁର ତହସିଲ୍‌ଦାର ସୁଶାନ୍ତ କୁମାର ପତି, ପୁର୍ବତନ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ଗିରିଜାକାନ୍ତ ମହାପାତ୍ର, ରଣପୁର ଏନ୍‌.ଏ.ସି ଉପାଧକ୍ଷ ପ୍ରିୟବ୍ରତ ପ୍ରହରାଜ ଓ ମହୋତ୍ସବ କମିଟିର ସଂଯୋଜନ ଇଂ.ଦେବାଶିଷ ପଟ୍ଟନାୟକ,ମନୋଜ ଦାସ ଯୋଗ ଦେଇଥିଲେ । କୃର୍ଷ୍ଣ ଦ୍ୱୈପାୟନ ବେଦପାଠଶାଳାର ଛାତ୍ରମାନେ ବେଦପାଠ କରିଥିଲେ । ବିରଂଚି ନାରାୟଣ ତ୍ରିପାଠୀ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ମହୋତ୍ସବ କମିଟିର ସଭାପତି ତଥା ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ସ୍ୱାଗତ ଅଭିଭାଷଣ ଦେଇଥିଲେ । କମିଟିର ସମ୍ପାଦକ ସୁରେଶ ଚନ୍ଦ୍ର ମିଶ୍ରଙ୍କ ସଂକ୍ଷିପ୍ତ ବକ୍ତବ୍ୟ ରଣପୁର ପ୍ରଜା ଆନ୍ଦୋଳନ ଗାଥାକୁ ଉଦ୍‌ଜ୍ଜିବୀତ କରିଥିଲା । ମୁଖ୍ୟ ଅତିଥି ପ୍ରଶାନ୍ତ ଜଗଦେବ ରଣପୁର ମାଟିର ବିରତ୍ୱର ଗାଥାକୁ ବଖାଣିଥିଲେ । ମୁଖ୍ୟ ବକ୍ତା କବି ପ୍ରସନ୍ନ କୁମାର ପାଟ୍ଟସାଣୀଙ୍କର ଦେଶାତ୍ମବୋଧକ ସଙ୍ଗୀତ ରଣପୁର ମାଟିର ଜନମାନସର ରକ୍ତକୁ ଗରମ କରିଦେଇଥିଲା । ଶେଷରେ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଅତିଥି ବର୍ଗଙ୍କୁ ମହୋତ୍ସବ ସ୍ମାରକୀ ପ୍ରଦାନ କରାଯାଇଥିଲା । ସଭାପତି ସତ୍ୟନାରାୟଣ ପ୍ରଧାନ ରଣପୁର ମାଟିକୁୁ ଓଡିଶାରେ ଆହୁରି ଆଗକୁ ନେବାପାଇଁ ଅଭିଭାଷଣ ରଖିଥିଲେ । ଶ୍ରୀଯୁକ୍ତ ରାଜକିଶୋର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶେଷ ସଂଧ୍ୟାରେ ଆଂଚଳିକ ନୃତ୍ୟ ସାଙ୍ଗକୁ ହ୍ୟୁମାନ ସାଗର ଅର୍କେଷ୍ଟ୍ରା ସମସ୍ତଙ୍କୁ ନଚେଇଥିଲା ହଜେଇଥିଲା । ପ୍ରାୟ ୨୦ହଜାରରୁ ଉର୍ଦ୍ଧ୍ୱ ରଣପୁରବାସୀ ଶେଷ ସଂଧ୍ୟାକୁ ଉପଭୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.