Home ଓଡ଼ିଶା ରଣପୁର ମହିଳା ବିଜୁ ଜନତା ଦଳ ର ରଣକୈାଶଳ ବୈଠକ

ରଣପୁର ମହିଳା ବିଜୁ ଜନତା ଦଳ ର ରଣକୈାଶଳ ବୈଠକ

48

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୧/୦୮- ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରତ୍ୟେକ ରାଜନୈତିକ ଦଳ ପଞ୍ଚାୟତ ଦଖଲ ପାଇଁ  ଅଣ୍ଟା ଭିଡି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ସେଥିରୁ ବାଦ୍ ପଡିନୀ ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ର ବିଜୁ ମହିଳା ଜନତା ଦଳ । ଚାନ୍ଦପୁର ଜୋନ୍ ଓ ଗୋପାଳପୁର ଜୋନ୍ ମହିଳା କର୍ମୀ ମାନଙ୍କୁ ଏକାଠି କରି ଚମ୍ପାପେଡି ବାତ୍ୟା ଆଶ୍ରୟସ୍ଥଳୀ ରେ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଅଛି । ରଣପୁର ବ୍ଲକ ବିଜୁ ମହିଳା ଜନତା ଦଳ ର ସଭାପତି ନର୍ମଦା ରାୟ ଙ୍କ ସଭାପତିତ୍ୱ ରେ ସମାବେଶ ଅନୁଷ୍ଠିତ ହୋଇଥିଲା ।

ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ରଣପୁର ବ୍ଲକ ବିଜୁ ମହିଳା ଜନତା ଦଳ ର କୋଷାଧକ୍ଷ ପ୍ରତିଭା ମହାନ୍ତି ଯୋଗ ଦେଇଥିଲେ । ପ୍ରତି ଗ୍ରାମ ପଞ୍ଚାୟତ ର ଟାଣୁଆ ମହିଳା କର୍ମୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଗାମୀ ପଞ୍ଚାୟତ ନିର୍ବାଚନ ରେ ମହିଳା ଭୋଟ କୁ ନିଜ ସପକ୍ଷରେ ନେବା ପାଇଁ ରଣକୈାଶଳ ପ୍ରସ୍ତୁତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.