Home ଓଡ଼ିଶା ରଣପୁର ମଣିନାଗ ପୀଠ ରେ ଚାଲିଛି ଶାରଦୀୟ ସପ୍ତଚଣ୍ଡୀ ପୂଜା

ରଣପୁର ମଣିନାଗ ପୀଠ ରେ ଚାଲିଛି ଶାରଦୀୟ ସପ୍ତଚଣ୍ଡୀ ପୂଜା

32

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧/୧୦- ଓଡିଶା ର ଶକ୍ତି ପୀଠ ମଧ୍ୟରୁ ଅନ୍ୟତମ ଶକ୍ତି ପୀଠ ହେଉଛି ରଣପୁର ମା ମଣିନାଗ ପୀଠ । ଏଠାରେ ନୀଳମାଧବ ଙ୍କ ର ଚକାଶୀଳା ପୂଜା ପାଉଅଛି ବୋଲି ଓଡିଶା ୧୯୫୨ ମସିହା ବନ୍ଦୋବସ୍ତ ରିପୋର୍ଟ ରେ ରହିଅଛି । ରାଜ ରାଜୁଡା ଅମଳ ରୁ ଶାରଦୀୟ ଦୁର୍ଗା ପୂଜା ଅବସର ରେ ପ୍ରତିବର୍ଷ ଷୋଳ ପୂଜା କରାଯାଇଥାଏ । ଚଳିତ ବର୍ଷ ଏହି ପୂଜା ଆରମ୍ଭ ହୋଇଯାଇଅଛି । ପଣ୍ଡିତ ଗୋଦାବରୀଶ ଶତପଥି ଏଠାରେ ପୂଜା କରୁଛନ୍ତି ।

ପ୍ରତିଦିନ ସକାଳୁ ଷଡାଙ୍ଗ , ସୂର୍ଯ୍ୟପୂଜା , ଦ୍ୱାର ପୂଜା , ବିଲ୍ୱ ପୂଜା  , ପୀଠ ପୂଜା ଓ ସପ୍ତଚଣ୍ଡୀ ପାଠ କରାଯାଇଥାଏ । ସଂନ୍ଧ୍ୟା ରେ ସଂନ୍ଧ୍ୟା ଆଳତି ପରେ ସମ୍ପୁର୍ଣ୍ଣ ଚଣ୍ଡୀପାଠ କରାଯାଇ ୧୦୮ ଆହୁତି ଦିଆଯାଇଥାଏ । ତା ପରେ ଉପଚାର ପୂଜା , ପୁଷ୍ପାଞ୍ଜଳୀ ଓ ମାସୋଦନ ବଳି ରିତିନୀତି ଅନୁସାରେ କରାଯାଇଥାଏ । ଶେଷ ରେ ଧୂପ ପରେ ପହଡ ପଡିଥାଏ । ମା  ମଣିନାଗ କମିଟି ଦ୍ୱାରା ଏହି ପୀଠ ପୂଜା ର ଆୟୋଜନ କରାଯାଇଅଛି । ଏହି ପୂଜା ଦେଖିବା ପାଇଁ ମା ଙ୍କ ଶ୍ରଦ୍ଧାଳୁ ଭକ୍ତ ମାନେ ଉତ୍ସାହ ର ସହ ଚାହିଁ ରହିଥାନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.