Home ଜିଲ୍ଲା ପରିକ୍ରମା ରଣପୁର ବ୍ଲକ ବ୍ରଜରାଜପୁର ପଞ୍ଚାୟତ ସମିତିସଭ୍ୟ ପାଇଁ କଳ୍ପନା ମହାନ୍ତିଙ୍କ ନାମାଙ୍କନ

ରଣପୁର ବ୍ଲକ ବ୍ରଜରାଜପୁର ପଞ୍ଚାୟତ ସମିତିସଭ୍ୟ ପାଇଁ କଳ୍ପନା ମହାନ୍ତିଙ୍କ ନାମାଙ୍କନ

46

ରଣପୁର ୨୧-୧ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) ନୟାଗଡ଼ ଜିଲ୍ଲାର ସର୍ବବୃହତ ପଞ୍ଚାୟତ ସମିତି ହେଉଛି ରଣପୁର। ୩୭ ଗୋଟି ଗ୍ରାମ ପଞ୍ଚାୟତ କୁ ଗଠିତ। ସେ ମଧ୍ୟରେ ଏକ ସ୍ୱାଭିମାନ ଗ୍ରାମ ପଞ୍ଚାୟତ ବ୍ରଜରାଜପୁର। ଏହି ପଞ୍ଚାୟତ ତରଫରୁ ସମିତି ସଭ୍ୟା ପ୍ରାର୍ଥିନୀ ଭାବେ କୁଞ୍ଜବନ ଗ୍ରାମର ପ୍ରଭାକର ମହାନ୍ତିଙ୍କ ଧର୍ମପତ୍ନୀ କଳ୍ପନା ମହାନ୍ତି। ସେ ଜଣେ ଧର୍ମପରାୟଣା ସ୍ନେହମୟୀ ଶିକ୍ଷିତା ମହିଳା। ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ପାଇକରାପୁର ବିଦ୍ୟାଳୟରେ ବିଦ୍ୟା ଅଧ୍ୟୟନ କରିବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ସ୍ୱାମୀ ପ୍ରଭାକର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଓ ସମାଜସେବୀ। ମହିଳାମାନେ ଆଗୁଆ ହେବା ଯୋଗୁଁ ବ୍ରଜରାଜପୁର ଗ୍ରାମ ପଞ୍ଚାୟତର ମହିଳାମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜନୀତିକୁ ଆସିଥିବା କହି ମହିଳା ଭୋଟକୁ ହାତେଇବା ଚେଷ୍ଟା କରିଛନ୍ତି। କୋଭିଡ୍ କଟକଣାକୁ ମାନି ପ୍ରତି ଘରକୁ ଯାଇ ଭୋଟ ଭିକ୍ଷା କରିବେ। ସେ ଜଣେ ଶିକ୍ଷିତା ନିସ୍ୱାର୍ଥପର ମହିଳା ଯୋଗୁଁ ପଞ୍ଚାୟତ ସାରା ଆଦୃତ ହେଉଛନ୍ତି। ନିଶ୍ଚିତ ଭୋଟର ମାନଙ୍କ ଆଶୀର୍ବାଦରେ ବିଜୟ ଲାଭ କରିବେ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.