Home ଜିଲ୍ଲା ପରିକ୍ରମା ରଣପୁର ବ୍ଲକ ତ୍ରିସ୍ତରୀୟ ପଞ୍ଚାୟନ ନିର୍ବାଚନ ପରେ, ବିଜେପି ୧ ଓ ବିଜେଡି ୩ ପଦବୀ...

ରଣପୁର ବ୍ଲକ ତ୍ରିସ୍ତରୀୟ ପଞ୍ଚାୟନ ନିର୍ବାଚନ ପରେ, ବିଜେପି ୧ ଓ ବିଜେଡି ୩ ପଦବୀ ଦଖଲ ଅଧ୍ୟକ୍ଷ ପଦବୀ ପାଇଁ ଉଦ୍ୟମ

119

ନୟାଗଡ/୦୧/୦୩ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକ ୪ ଗୋଟି ଜିଲ୍ଲା ପରିଷଦ ଯଥା:- ୨୧ ରଣପୁର, ୨୨ ରାଜସୁନାଖଳା, ୨୩ ଗୋପାଳପୁର ଓ ୨୪ ଚାନ୍ଦପୁର ଜୋନ୍ କୁ ନେଇ ଗଠିତ। ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ବିଜେଡି ୨ ଓ ବିଜେପି ୨ ଆସନ ଗଠନ କରିଥିଲା। କିନ୍ତୁ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୨୨ ନଂ ରାଜସୁନାଖଳା ଜୋନ୍ ବିଜେପି ହାତରୁ ଚାଲିଯାଇ ବିଜେଡି ଖାତାରେ ସାମିଲ୍ ହୋଇଛି। କିନ୍ତୁ ନୟାଗଡ ଜିଲ୍ଲାରେ ୨୪ ଗୋଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ କେବଳ ଭାରତୀୟ ଜନତା ପାର୍ଟି ୨୩ ନଂ ଗୋପାଳପୁର ଜୋନ୍ କୁ ପୁନର୍ବାର ହାସଲ କରି ନିଜର ସ୍ଥିତି ବଜାୟ ରଖିଥିବା ଜଣାପଡିଛି। ୨୧ ନଂ ଜୋନ୍ ରଣପୁରରେ ବିଜେଡିର ରଜନୀରାଣୀ ପଟ୍ଟନାୟକ ଓ ବିଜେପିର ସସ୍ମିତା ମାର୍ଥା ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇ ରଜନିରାଣୀ ପଟ୍ଟନାୟକ ୨୯୦୭ ଭୋଟରେ ବିଜୟ ଲାଭ କରିଥିବା ଜଣାପଡିଛି। ୨୨ନଂ ରାଜସୁନାଖଳା ଜୋନ୍ ରେ ବିଜେଡିର ଇଂ ଦୋବଶିଷ ପଟ୍ଟନାୟକ ଓ ବିଜେପିର ମହେନ୍ଦ୍ର କୁମାର ସାହୁଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା। ଏଥିରେ ବିଜେଡିର ଇଂ ଦେବାଶିଷ ପଟ୍ଟନାୟକ ୪୭୦୦ ଭୋଟରେ ବିଜୟ ଲାଭ କରିଥିବା ଜଣାପଡିଛି। ୨୩ନଂ ଗୋପାଳପୁର ଜୋନ୍ ରେ ବିଜେଡିର ନର୍ମଦା ରାୟ ଓ ବିଜେପିର ଲକ୍ଷ୍ମୀପ୍ରିୟା ତରେଇ ମଧ୍ୟରେ କଡା ମୁକାବିଲା ହୋଇଥିଲା।

ଏଥିରେ ବିଜେପିର ଲକ୍ଷ୍ମୀପ୍ରିୟା ତରେଇ ୧୦୨୪ ଭୋଟରେ ବିଜୟ ଲାଭକରି ଜିଲ୍ଲାରେ ଦଳର ଖାତା ଖୋଲିଥିବା ଜଣାପଡିଛି। ସେହିଭଳି ଭାବରେ ୨୪ ନଂ ଚାନ୍ଦପୁର ଜୋନ୍ ରେ ବିଜେଡିର ଜୋସ୍ନାମୟୀ ଦଳବେହେରା ଓ ବିଜେପିର ବୁଦ୍ଧିମତି ପ୍ରଧାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା। ବିଜେଡିର ଜୋସ୍ନାମୟୀ ଦଳବେହେରା ୬୨୬୬ ଭୋଟରେ ଆଗୁଆରହି ବିଜୟ ଲାଭ କରିଥିବା ଜଣାପଡିଛି। ୩୭ ଗୋଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ ରଣପୁର ବ୍ଲକରେ ଅଧକ୍ଷ ପଦକୁ ହାତେଇବା ପାଇଁ ଦୁଇ ଦଳ ପକ୍ଷରୁ ଗୋଟି ଚାଳନା ଆରମ୍ଭ ହୋଇଯାଇଥିବା ଜଣାପଡିଛି। ବିଜୁ ଜନତା ଦଳର ଇଂ ଦେବାଶିଷ ପଟ୍ଟନାୟକ ତାଙ୍କ ଦଳ ହାତରେ ୨୨ ଜଣ ସମିତି ସଭ୍ୟ ପ୍ରାର୍ôଥ ଥିବା କହୁଛନ୍ତି। ବିରୋଧି ବିଜେପି ଙ୍କ କହିବା ଅନୁଯାଇ ନୟାଗଡ ଉପ ସଭାପତି ପରେଷ ମିଶ୍ର ଙ୍କ ସୂଚନା ଅନୁଯାଇ ତାଙ୍କ ଦଳ ହାତରେ ରହିଛି ୧୭ ଗୋଟି ସମିତି ସଭ୍ୟ ଆସନ, କଂଗ୍ରେସ ହାତରେ ୨ଟି, ବିରୋଧି ବିଜେଡି ହାତରେ ଏତେ ସଂଖ୍ୟକ ସମିତି ସଭ୍ୟ ନାହାଁନ୍ତି। ତେଣୁ ୩୭ ଜଣ ସମିତି ସଭ୍ୟ ମଧ୍ୟରୁ ଯେଉଁଦଳ ୧୯ ଆସନ ଛୁଇଁବ ସେହି ରଣପୁର ବ୍ଲକ ଅଧକ୍ଷ ପଦକୁ ହାତେଇ ପାରିବ। ଉଭୟ ଦଳ ତରଫରୁ ଜୋରଦାର ଗୋଟି ଚାଳନା ସହ କଂଗ୍ରେସ ଦଳର ୨ ଜଣ ସମିତି ସଭ୍ୟ ନିର୍ଣ୍ଣାୟକ ଭୁମିକା ନେବେବୋଲି ଆଲୋଚନା ହେଉଛି। ରାଜନୈତିକ ଘୋଡା ବେପାର ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.