Home ଓଡ଼ିଶା ରଣପୁର ବ୍ଲକ ଅଂଚଳ ରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ରେ ସରକାର ବିଫଳ

ରଣପୁର ବ୍ଲକ ଅଂଚଳ ରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ରେ ସରକାର ବିଫଳ

66

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୩/୧୦- ସରକାର ସ୍ୱାଧିନତା ର ୭୩ ବର୍ଷ ପରେ ବିଶୁଦ୍ଧ ଜଳ ଯୋଗାଣ ଲକ୍ଷ ନେଇ ବିଭିନ୍ନ ଯୋଜନା କରୁଛନ୍ତି । କିନ୍ତୁ ଯୋଜନା ଭିତରେ କେଉଁଠି ଗଳିଆ ବାଟ ରହୁଛି କେଜାଣି ପ୍ରକଳ୍ପ ନିର୍ମାଣ ହୋଇ ଶିଉଳି ଲାଗିଗଲେ ମଧ୍ୟ ଶୁଦ୍ଧ ପାନୀୟ ଜଳ ଟୋପାଏ ଲୋକମାନେ ପାଇବାରୁ ବଂଚିତ । ଅନେକ ଜାଗା ରେ ସୈାର ଶକ୍ତି ଜଳ ଯୋଗାଣ ପ୍ରକଳ୍ପ ଓ ନଳକୂପ ଅଛି ତା ମଧ୍ୟ ଅଚଳ । ଯାହାଫଳ ରେ ଲୋକ ମାନେ ଖୋଲା କୂପ ଓ ପୋଖରୀ ଜଳ କୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି । ସେଭଳି ସରକାର ଙ୍କ ଲକ୍ଷ ଠାରୁ ରଣପୁର ବ୍ଲକ ଅଂଚଳ ରେ ପାନୀୟ ଜଳ ଯୋଗାଣ ର ବାସ୍ତବ ଚିତ୍ର ସମ୍ପୁର୍ଣ୍ଣ ଅଲଗା । ରଣପୁର ବ୍ଲକ ର ୩୭ ଗୋଟି ଗ୍ରାମ ପଞ୍ଚାୟତ ଓ ଗୋଟିଏ ବିଜ୍ଞାପିତ ଅଂଚଳ ରେ ପ୍ରତି ଗୃହ କୁ ପାନୀୟ ଜଳ ଯୋଗାଣ ଯୋଜନା କାର୍ଯ୍ୟକାରୀ ହୋଇପାରିନାହିଁ । ରଣପୁର ବ୍ଲକ ଅଂଚଳ ରେ ଡମସାହି ଗ୍ରାମପଞ୍ଚାୟତ ଲଡୁକେଶର  ପ୍ରସାଦ , ତାଳକଣି ପଞ୍ଚାୟତ ନଛିପୁର ଓ କାଣ୍ଡପଡା ପଞ୍ଚାୟତ ସୁକଳ  ରେ ୩ ଗୋଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣାଧିନ ଅବସ୍ଥାରେ ରହିଅଛି । ବ୍ଲକ ଅଂଚଳ ରେ ସମୁଦାୟ ୫୩ ଗୋଟି ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ ଜଳ ଯୋଗାଣ ଠିକ୍ ରେ ହୋଇପାରୁ ନାହିଁ ।

ବ୍ରଜରାଜପୁର ଗ୍ରାମ ପଞ୍ଚାୟତ ର ଲତାର ଗାଁ ମୁଣ୍ଡରେ ଦୀର୍ଘ ୮ ବର୍ଷ ହେଲା ପ୍ରକଳ୍ପ ନିର୍ମାଣ ହୋଇଥିଲେ ମଧ୍ୟ ବାରମ୍ବାର ଏହି ପ୍ରକଳ୍ପ ରେ ଲକ୍ଷ ଲକ୍ଷ ଟଙ୍କା ଅର୍ଥ ବ୍ୟୟ ଚାଲିଛି କିନ୍ତୁ କାର୍ଯ୍ୟକାରୀ ହୋଇପାରୁନାହିଁ । ସରକାର ଙ୍କ ବିଶୁଦ୍ଧ ଜଳ ଯୋଗାଣ ଲକ୍ଷ ସମ୍ପକେ ରଣପୁର ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ସୁବାଷ ମହାନ୍ତି ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ରଣପୁର ଅଂଚଳ ଭୁଗର୍ଭ ରେ ଜଳ ର ଅଭାବ ଥିବା ଯୋଗୁଁ କାର୍ଯ୍ୟକ୍ଷମ ପ୍ରକଳ୍ପ ଗୁଡିକ ଶୁଦ୍ଧ ପାନୀୟ ଜଳ ଯୋଗାଣ କରିପାରୁନାହିଁ ବୋଲି ସ୍ୱୀକାର କରିଥିଲେ । ଏ ସର୍ମ୍ପକେ ନୟାଗଡ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଅଧିଖଣ୍ଡ ଯନ୍ତ୍ରୀ ସୈାରଭ ଦିକ୍ଷିତ୍ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ରଣପୁର ଅଂଚଳ ରେ ଥିବା କେତେକ ପ୍ରକଳ୍ପ ପାନୀୟ ଜଳ ଉତ୍ସ ଆବଶ୍ୟକ ଅନୁଯାଇ ହେଉନାହିଁ । ତେଣୁ ମହାନଦୀ ରୁ ରଣପୁର ଅଂଚଳ କୁ ପାନୀୟ ଜଳ ଯୋଗାଣ ପାଇଁ ମେଘା ଜଳ ଯୋଗାଣ ଯୋଜନା କରାଯାଇଅଛି । ଯେଉଁ ପ୍ରକଳ୍ପ ରେ ଆବଶ୍ୟକ ଜଳଉତ୍ସ ନାହିଁ ସେହି ପ୍ରକଳ୍ପ କୁ ମେଘା ପାନୀୟ ଜଳ ଯୋଗାଣ ସଯୁକ୍ତ କରାଯିବ । ସ୍ଥାନୀୟ ଜନସାଧାରଣ ଙ୍କ ମତ ଜଳ ଯୋଗାନ ପ୍ରକଳ୍ପ ଆରମ୍ଭ ପୁର୍ବ ରୁ ଭୂଗର୍ଭ ମଧ୍ୟରେ କେତେ ପରିମାଣ ର ଜଳ ମିଳିବ ତାହାର ପରିକ୍ଷଣ ପରେ ପ୍ରକଳ୍ପ ଆରମ୍ଭ ହୋଇଥାଏ । ଯଦି ଭୂଗର୍ଭ ମଧ୍ୟରେ ଆବଶ୍ୟକ ଅନୁପାତ ରେ ଜଳ ନଥିଲା ତାହେଲେ ଲକ୍ଷ ଲକ୍ଷ ଟଙ୍କା ସରକାରୀ ଅର୍ଥ ବ୍ୟୟ ହେଲା କେଉଁଥି ପାଇଁ । ଯୋଜନା କୁ ବାସ୍ତବ ରୂପ ରେଖ ଦେବାର ଆବଶ୍ୟକ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.