ନୟାଗଡ/୦୯/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ରେ ୨୦୧୯-୨୦ ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା ଉଦ୍ଯାପିତ ହୋଇଯାଇଅଛି। ଏହି ମେଳାରେ ୪୬ ଗୋଟି ସିନିଅର୍, ୧୦୩ ଗୋଟି ଜୁନିଅର୍, ୫୭ ଗୋଟି ସବ୍ଜୁନିଅର ବିଦ୍ୟାଳୟ ଯୋଗ ଦେଇଥିଲେ। ପ୍ରଥମ ଉଦ୍ଘାଟନୀ ଉତ୍ସବରେ ରଣପୁର ଏନ୍.ଏ.ସି ଅଧ୍ୟକ୍ଷା ସବିତା ଦାସ, ରଣପୁର ବ୍ଲକ୍ ଉପାଧ୍ୟକ୍ଷ ପ୍ରଶାନ୍ତ ନାୟକ, ରଣପୁର ବ୍ଲକ୍ ଜିଲ୍ଲା ପରିଷଦ ସଭ୍ୟ ନବ କିଶୋର ବଇରିରଂଜନ, ବିଦ୍ୟାଳୟର ମୁଖ୍ୟ କର ସାର ଯୋଗ ଦେଇଥିଲେ। ଲେଙ୍କୁଡି ପଡା ଉଚ୍ଚ ବିଦ୍ୟାଳୟର ମଣିକେଶ୍ୱର ସ୍ୱାଇଁ, ନୁଆ ଗାଁ ଉଚ୍ଚ ବିଦ୍ୟାଳୟର ଭୀମସେନ ଦାଶ, ମାଛିପଡା ଉଚ୍ଚ ବିଦ୍ୟାଳୟର ଶରତ ସାହୁ ଏହି ବିଜ୍ଞାନ ମେଳାରେ ଜଜ୍ ଭାବେ କାର୍ଯ୍ୟ ତୁଲାଇଥିଲେ। ଅପରାହ୍ନ ଉଦ୍ଯାପନୀ ଉତ୍ସବରେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ, ରଣପୁର ଏନ୍.ଏ.ସି ଉପାଧ୍ୟକ୍ଷ ପ୍ରିୟବ୍ରତ ପ୍ରହରାଜ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମାଧବ ଚନ୍ଦ୍ର ପ୍ରଧାନ, ସହକାରୀ ମଣ୍ଡଳ ଉନ୍ନୟନ ଅଧିକାରୀ ରତ୍ନାକର ପାଣି, ମଣ୍ଡଳ ଶିକ୍ଷାଅଧିକାରୀ ଉପେନ୍ଦ୍ର ନାଥ ସାହୁ ପ୍ରମୁଖ ଯୋଗ ଦେଇଥିଲେ। କୁଇଜ୍ ଠାରୁ ଆରମ୍ଭ କରି ବିଜ୍ଞାନ ପ୍ରଦର୍ଶନୀ କ୍ଷେତ୍ରରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ବିଧାୟକ ବାଦଲ ଭାଇ ସମ୍ବର୍ଦ୍ଧିତ କରିଥିଲେ।









