Home ଜିଲ୍ଲା ପରିକ୍ରମା ଗଛ ଭାଙ୍ଗି ରଣପୁର ଚାନ୍ଦପୁର ରାସ୍ତା ବନ୍ଦ : ଯାତାୟତ ବାଧାପ୍ରାପ୍ତ

ଗଛ ଭାଙ୍ଗି ରଣପୁର ଚାନ୍ଦପୁର ରାସ୍ତା ବନ୍ଦ : ଯାତାୟତ ବାଧାପ୍ରାପ୍ତ

187

ନୟାଗଡ ୦୯/୧୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ପୁର୍ତ୍ତ ବିଭାଗ ଅଧିନରେ ଥିବା ରାସ୍ତାର ଉଭୟ ପାଶ୍ୱର୍ରେ ଗଛ ଗୁଡିକ ରାଜା ରାଜୁଡା ଅମଳରୁ ଲଗାଯାଇଥିଲେ ସୁଦ୍ଧା ଏବେ ବିପଦ ସଙ୍କୁଳ ହୋଇ ପଡିଛି। ଗତ ଡିସେମ୍ବର ୮ ତାରିଖ ରାତିି ୨ ଘଟିକା ସମୟରେ ରଣପୁର ଚାନ୍ଦପୁର ରାସ୍ତାର ରଣପୁର ସାଗର ପୋଖରୀ ନିକଟରେ ଏକ ଅଶ୍ୱସ୍ଥ ଗଛ ହଠାତ୍ ଭାଙ୍ଗି ପଡିଥିଲା। ଉକ୍ତ ସମୟରେ ଯାଉଥିବା ଏକ ବରଯାତ୍ରୀ ଗାଡି ଅଳ୍ପକେ ରକ୍ଷା ପାଇଯାଇଥିଲା। ଗଛଟି ବିଦ୍ୟୁତ୍ ତାର ଉପରେ ପଡପିବା ଯୋଗୁଁ ଏକ ବୁଦ୍ୟତ୍ ଖୁଣ୍ଟ ଭାଙ୍ଗିଯିବା ସହ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଥିଲା। ପୁର୍ତ୍ତ ବିଭାଗ କର୍ମଚାରୀ ମାନଙ୍କର ସକାଳ ୮ଘଣ୍ଟିକା ପର୍ଯ୍ୟନ୍ତ ଏଥିପ୍ରତି ଦୃଷ୍ଟି ନଥିଲା। ଏ ସମ୍ପର୍କେ ପୁର୍ତ୍ତ ବିଭାଗ ରଣପୁର ଦାୟିତ୍ୱରେ ଥିବା ଯନ୍ତ୍ରୀ ଦୟାନିଧି ରାୟଗୁରୁଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ରଣପୁର ପୁର୍ତ୍ତ ବିଭାଗ ରାସ୍ତା କଡରେ ରାଜା ରାଜୁଡା ଅମଳରୁ ଥିବା ଗଛ ଗୁଡିକ ନଷ୍ଟ ହୋଇ ବିପଦ ଶଙ୍କୁଳ ଅବସ୍ଥାରେ ରହିଅଛି। ବନ ବିଭାଗକୁ ଗଛ ଗୁଡିକ କାଟିବା ପାଇଁ ଲିଖିତ ଭାବେ ଜଣାଯାଇଅଛି। ବନ ବିଭାଗରୁ ପରମିଶନ୍ ଆସିଲେ ବିପଦ ଶଙ୍କୁଳ ଅବସ୍ଥାରେ ଥିବା ଗଛ ଗୁଡିକ କଟାଯିବ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.