Home ଜିଲ୍ଲା ପରିକ୍ରମା ରଣପୁର ବ୍ଲକରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଶେଷ

ରଣପୁର ବ୍ଲକରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଶେଷ

34

ନୟାଗଡ଼ ୨୪/୦୫ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ପଞ୍ଚାୟତ ସମିତି ତରଫରୁ ମେ ୨୪ ତାରିଖ ମଧ୍ୟାନ୍ନରେ ବ୍ଲକ ସମ୍ମିଳନୀ କକ୍ଷରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ରଣପୁର ମଣ୍ଡଳ ଉନ୍ନୟନ ଅଧିକାରିଣୀ ଋତୁପର୍ଣ୍ଣା ମହାପାତ୍ର, ଅଧକ୍ଷା ନିର୍ମଳା ବେହେରା, ରଣପୁର ଅତିରିକ୍ତ ତହସିଲଦାର ଅଶୋକ ପଟ୍ଟନାୟକ, ବ୍ଲକ ଉପାଧକ୍ଷ ପ୍ରଭାତ କୁମାର ଦଳବେହେରା ଓ କର୍ମଚାରୀ ମାନେ ଯୋଗଦେଇଥିଲେ। ୩୭ ଗୋଟି ଗ୍ରାମପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ସମସ୍ତ ଲାଇନ ବିଭାଗୀୟ କର୍ମକର୍ତ୍ତା ଙ୍କୁ ଡକାଯାଇଥିଲେ ମଧ୍ୟ ବହୁ ସରପଞ୍ଚ ଓ ସମିତି ସଭ୍ୟ ଯୋଗ ଦେଇନଥିଲେ। ସହେିଭଳି ଭାବରେ ବହୁ ଲାଇନ ବିଭାଗୀୟ ଅଧିକାରୀ ଯୋଗ ନଦେଇ ଏପରିକି ସେମାନଙ୍କ ଅଫିସ ପିଅନକୁ ପଠାଇ ଦେଇଥିଲେ।

ଯାହାଫଳରେ ବୈଠକ ରେ ଅନେକ ଚେୟାର ଖାଲି ପଡିଥିଲା। ଲାଇନ ବିଭାଗୀୟ ଅଧିକାରୀ ମାନେ ବେଖାତିର କରି ବୈଠକ ରେ ଯୋଗ ଦେଇନଥିବା ଯୋଗୁଁ ଅଧ୍ୟକ୍ଷା ନିର୍ମଳା ବେହେରା ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ପ୍ରାକୃତିକ ବିର୍ପଯୟ ସମୟରେ କିପରି ପରିଚାଳନା କରାଯିବ ସେ ସର୍ମ୍ପକ ରେ ମଣ୍ଡଳ ଉନ୍ନୟନ ଅଧିକାରିଣୀ ସୂଚନା ଦେଇଥିଲେ। ପରେ ପରେ କେବଳ ପାନୀୟ ଜଳ ଅଭାବ ଅସୁବିଧା ର ତାଲିକା କରାଯାଇଥିଲା। ବିର୍ପଯୟ ସମୟରେ ଗଣମାଧଯୟମ ପ୍ରତିନିଧି ମାନେ ନିଜର ଜୀବନ କୁ ବାଜି ଲଗାଇ ଦିନରାତି ଖବର ପ୍ରକାଶନ କରିବା ସହ ବିପନ୍ନ ମାନଙ୍କୁ ସହାୟତା ପ୍ରଦାନ କରୁଥିଲେ ମଧ୍ୟ ସେମାନଙ୍କୁ ଡକାନଯିବା ଯୋଗୁଁ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟରେ କ୍ଷଭୋ ପ୍ରକାଶ ପାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.